ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

LOCରେ ଅତ୍ୟାଧୁନିକ ବଙ୍କରରେ ରହି ପାରିବେ ପର୍ଯ୍ୟଟକ, ଜମିର ୨୦ ଫୁଟ୍ ତଳେ ନିର୍ମାଣ ହୋଇଛି ୨ଟି ବଙ୍କର

ଶ୍ରୀନଗର, ୦୧/୦୪: ଜମ୍ମୁ-କାଶ୍ମୀରକୁ ଲାଗି ରହିଥିବା ଅନ୍ତର୍ଜାତୀୟ ସୀମାରେ ରହି ପାରିବେ ପର୍ଯ୍ୟଟକ । ଏଲଓସି ନିକଟ ଜିରୋ ଲାଇନରେ ନିର୍ମାଣ ହେଉଛି ଅତ୍ୟାଧୁନିକ ବଙ୍କର । ୨୦୨୧ ଫେବ୍ରୁଆରୀ ୨୫ ପରେ ଏଲଓସିରେ ଗୁଳିଗୋଳା ମାଡ଼ ଥମିବା ପରେ ପର୍ଯ୍ୟଟନ ଲାଗି ନୂଆ ରାସ୍ତା ଫିଟିଛି । ରାଜ୍ୟ ପ୍ରଶାସନ ଏଲଓସିରେ ଅତ୍ୟାଧୁନିକ ବଙ୍କର ନିର୍ମାଣ କରୁଥିବା ବେଳେ ଆଗକୁ ଏଥିରେ ପର୍ଯ୍ୟଟକ ରହି ପାରିବେ । 

ଏବେ ଏଭଳି ୨ଟି ଅତ୍ୟାଧୁନିକ ବଙ୍କର ସାମ୍ବା ଜିଲ୍ଲାରେ ଏଲଓସି ନିକଟରେ ନିର୍ମାଣ କରାଯାଇଛି । ଜମିର ୨୦ ଫୁଟ୍ ତଳେ ନିର୍ମିତ ଏହି ବଙ୍କରରେ ଏସି ସହ ସ୍ମାର୍ଟ ଟିଭି ଓ ଆଲମାରି ରଖା ଯାଇଛି । ଚଳିତବର୍ଷ ଏଭଳି ୩୭୦ଟି ବଙ୍କର ନିର୍ମାଣ କରାଯିବା ଲକ୍ଷ୍ୟ ରଖା ଯାଇଛି ।

ତେବେ ଏହି ଅତ୍ୟାଧୁନିକ ବଙ୍କରରେ ରାତିଟିଏ ରହିବାକୁ ପର୍ଯ୍ୟଟକଙ୍କୁ କେତେ ଟଙ୍କା ଦେବାକୁ ପଡ଼ିବ ତାହା ସ୍ଥିର ହୋଇ ନାହିଁ । ସାମ୍ବା ଡେପୁଟି କମିଶନର ଅଭିଶେକ ଶର୍ମାଙ୍କ ଅନୁସାରେ, ଏବେ ପ୍ରକଳ୍ପ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ଗତବର୍ଷ ସୀମାରେ ଥିବା କିଛି ଗାଁକୁ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ଦିଆ ଯାଇଥିଲା । ପର୍ଯ୍ୟଟକଙ୍କ ଚଳପ୍ରଚଳ ଦେଖି ଏଭଳି ବଙ୍କର ନିର୍ମାଣ ଲାଗି ନିଷ୍ପତ୍ତି ନିଆ ଯାଇଥିଲା । ଏବେ ପର୍ଯ୍ୟଟଙ୍କ ବଙ୍କର ବାବଦରେ ପଚାରୁଛନ୍ତି ।

ଯଦି ଭବିଷ୍ୟତରେ କେବେ ପାକିସ୍ତାନ ପଟୁ ଗୁଳିମାଡ଼ ହୁଏ ତ ସ୍ଥାନୀୟ ଲୋକ ରହିବା ଲାଗି ବଙ୍କରକୁ ଖୋଲି ଦିଆଯିବ । ଏଠାରେ ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆରାମରେ ରହି ପାରିବେ । ବଙ୍କରରେ ଲାଇବ୍ରେରୀ ସହ ଛୋଟ ଜିମ୍ ମେସିନ୍ ରଖା ଯାଇଛି । ପାଣି ଓ ବିଦ୍ୟୁତ୍ ବିତରଣ କୌଣସି ବି ସ୍ଥିତିରେ ବନ୍ଦ ହେବ ନାହିଁ ।

ତେବେ ଏସବୁ ବଙ୍କର ପାକିସ୍ତାନ ପଟୁ ଗୁଳିମାଡ଼ ସମୟରେ ଗାଁ ଲୋକ ବ୍ୟବହାର କରୁଥିଲେ । ଗୁଳିମାଡ଼ ବନ୍ଦ ହେବା ପରେ ଏସବୁର ରକ୍ଷଣାବେକ୍ଷଣ ହେଉ ନଥିଲା । ଏବେ ସେସବୁକୁ ପର୍ଯ୍ୟଟନ ସହ ଯୋଡ଼ିବାକୁ ଯୋଜନା ହୋଇଛି । ଆଗାମୀ ବର୍ଷେ ମଧ୍ୟରେ ଏଲଓସି ଆସୁଥିବା ପର୍ଯ୍ୟଟକ ବଙ୍କରରେ ରହିବାର ସୁବିଧା ପାଇବେ । 

ଏବେ ୨ ପ୍ରକାରର ବଙ୍କର ନିର୍ମାଣ କରାଯାଉଛି । ଗୋଟିଏ ହେଉଛି ବ୍ୟକ୍ତିଗତ, ଅନ୍ୟଟି ସାମୁଦାୟିକ । ବ୍ୟକ୍ତିଗତ ବଙ୍କର ୧୬୦ ବର୍ଗ ଫୁଟରେ ନିର୍ମାଣ ହୋଇଥିବା ବେଳେ ସାମୁଦାୟିକ ବଙ୍କର ୮୦୦ ବର୍ଗ ଫୁଟ୍ ଅଞ୍ଚଳରେ ରହିଛି । ଏଥିରେ ଗୋଟିଏ ସମୟରେ ୪୦ ଜଣ ଲୋକ ରହି ପାରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.