ଜଳେଶ୍ୱର,୨୦/୦୯: କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର । ରାଜଘାଟରେ ବିପଦ ସଙ୍କେତ ୧୦.୩୬ ମିଟର ଥିବାବେଳେ ଶୁକ୍ରବାର ସକାଳୁ ଜଳସ୍ତର ୧୦.୦୯ ମିଟର ରହିଛି । କିନ୍ତୁ ଭୋଗରାଇ ବ୍ଳକର ୮ ଟି ପଞ୍ଚାୟତର ୪୦ ଗାଁ ଏବେ ମଧ୍ୟ ପାଣିଘେରରେ ରହିଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ବିଗତ ଦିନରେ ବାଲେଶ୍ୱର ଜିଲ୍ଲାରେ ଲାଗି ରହିଛି ବର୍ଷା । ଏହି କାରଣରୁ ସୁବର୍ଣ୍ଣରେଖାରେ ଜଳସ୍ତର ବଢି ବିପଦ ସଙ୍କେତ ଟପିଥିଲା । ତେବେ ସେପ୍ଟେମ୍ବର ୧୮ ତାରିଖରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଙ୍କେତ ଟପି ୧୦.୭୯ ମିଟର ବନ୍ୟାଜଳ ପ୍ରବାହିତ ହୋଇଥିଲା । ବର୍ତ୍ତମାନ ଏହି ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । କିନ୍ତୁ ଏବେବି ଅନେକ ତଳିଆ ଅଞ୍ଚଳ ପାଣି ଘେରରେ ରହିଛି । କିନ୍ତୁ ଭୋଗରାଇ ବ୍ଳକର ୮ ଟି ପଞ୍ଚାୟତର ୪୦ ଗାଁ ଏବେ ମଧ୍ୟ ପାଣିଘେରରେ ରହିଛି । ଭୋଗରାଇ ଓ କମର୍ଦାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଏବେବି ଅଣ୍ଟାଏ ପାଣି ପ୍ରବାହିତ ହେଉଛି । ଲୋକେ ଚାରି ଦିନ ଧରି ବାହ୍ୟ ଜଗତରୁ ବିଛିନ୍ନ ହୋଇ ସ୍କୁଲରେ ଜୀବନ କାଟୁଛନ୍ତି.।