ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଇସ୍ରାଏଲଠାରୁ ଦୁଇପାଦ ଆଗରେ ଇରାନ: ସୀମାରେ ମୁତୟନ କଲା ବ୍ରହ୍ମାସ୍ତ୍ର, ଚିନ୍ତାରେ ବାଇଡେନ୍-ନେତନ୍ୟାହୁ

ତେହରାନ,୧୬।୪: ଇସ୍ରାଏଲ ଉପରେ ଇରାନର ଡ୍ରୋନ୍ ଓ ମିସାଇଲ ଆକ୍ରମଣକୁ ତିନି ଦିନ ବିତିବାକୁ ଯାଉଛି, କିନ୍ତୁ ଏପର୍ଯ୍ୟନ୍ତ ଇସ୍ରାଏଲ ପାଲଟା ଆକ୍ରମଣ କରିନାହିଁ। ସେଠାର ଯୁଦ୍ଧ କ୍ୟାବିନେଟ୍‌ ଲଗାତାର ବୈଠକ କରୁଛି ଓ ଆକ୍ରମଣ ରଣନୀତି ତିଆରି କରୁଛି। ଏହାର ଆକଳନ ଏହି କଥାରୁ କରିପାରିବେ ଯେ, ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସୋମବାର ୨୪ ଘଣ୍ଟା ଭିତରେ ଦୁଇଥର ଯୁଦ୍ଧ କ୍ୟାବିନେଟ୍ ମିଟିଂ କରିଛି। ଏହା ଭିତରେ ଇସ୍ରାଏଲ ସେନା ମୁଖ୍ୟ କହିଛନ୍ତି, ଚଳିତ ସପ୍ତାହ ଶେଷ ପର୍ଯ୍ୟନ୍ତ ତାଙ୍କ ଦେଶ ଇରାନର ଆକ୍ରମଣର ଜବାବ ଦେବ। ସେ କହିଛନ୍ତି, ବହୁ ପାଶ୍ଚାତ୍ୟ ଦେଶ ଇସ୍ରାଏଲକୁ ମଧ୍ୟପୂର୍ବରେ ସଂଘର୍ଷକୁ ବଢାଇବାଠାରୁ ରୋକିବାକୁ କହିଛନ୍ତି।   

ତେବେ ଇସ୍ରାଏଲୀ ଫୋର୍ସ ଆଜି ସେଣ୍ଟ୍ରାଲ ଓ ଅପର ଗଲିଲି ଅଞ୍ଚଳରେ ଯୁଦ୍ଧର ମକ୍ ଡ୍ରିଲ କରିଛି ଓ ଏହାର ବିଧ୍ବଂସକ ବିମାନ ଆକାଶରେ ଉଡାଣ ଭରିଛି। ଏହାଛଡା ଟ୍ୟାଙ୍କକୁ ରାସ୍ତାକୁ ଓହ୍ଲାଇଛି। ଆଇଏଏଫ୍‌ର ବହୁ ଯୁଦ୍ଧ ବିମାନ ଆଜି ଆକାଶରେ ଏକାଠି ଉଡିବା ଓ ସମରାଭ୍ୟାସ କରୁଥିବାର ଦେଖିବାକୁ ମିଳିଛି। ଏହା ଭିତରେ ଇସ୍ରାଏଲ ପକ୍ଷରୁ ଦକ୍ଷିଣ ଲେବାନାନ୍‌ରେ ବିମାନ ଆକ୍ରମଣ କରି ହିଜବୁଲର ବହୁ ଆଡ୍ଡାକୁ ଧ୍ବଂସ କରିଛି।

ଅନ୍ୟପକ୍ଷେ ଇରାନ ଏକ ଓ୍ବାର ଭିଡିଓ ଜାରି କରି ଇସ୍ରାଏଲକୁ ଧମକ ଦେଇଛି। ଇରାନ କହିଛି, ଆମେ ଯେ କୌଣସି ଆକ୍ରମଣର ଜବାବ୍ ଦେବାକୁ ପ୍ରସ୍ତୁତ ଅଛୁ। ଯଦି ଇସ୍ରାଏଲ ଆକ୍ରମଣ କରେ ‌ତେବେ ଆମେ ମାତ୍ର କିଛି ସେକେଣ୍ଡ ଭିତରେ ପାଲଟା ଆକ୍ରମଣ କରିବୁ। ଆଉ ଏଥର ୧୨ ଦିନର ଅପେକ୍ଷା କରିବୁନି। ଇରାନର ଉପ ବୈଦେଶିକ ମନ୍ତ୍ରୀ ଅଲ୍ଲୀ ବାଘେରୀ ଚେତାବନୀ ଦେଇଛନ୍ତି। ଏଥର ଆମ ଦେଶ ଦୁଇଗୁଣା ଶକ୍ତି ନେଇ ଇସ୍ରାଏଲ ସହିତ ଲଢିବ। ଆମ ପାଖରେ ୧୦୦ ମିସାଇଲ ଅଛି, ଏଥର ୪୦୦ ମିସାଇଲ ମାଡ଼ କରାଯିବ। ବହୁ ବର୍ଷ ହେବ ଆମେ ଏଭଳି ଦିନକୁ ଅପେକ୍ଷା କରୁଥିଲୁ।

ଇରାନ ପାଲଟା ଆକ୍ରମଣ ପ୍ରସ୍ତୁତିରେ ହାଇପରସୋନିକ୍‌ ଓ ବାଲାଷ୍ଟିକ୍ ମିସାଇଲକୁ ମଧ୍ୟ ରେଡ୍ଡୀ ମୋଡ୍‌ରେ ମୁତୟନ କରିଦେଇଛି। ହାଇପରସୋନିକ୍ ମିସାଇଲର ରେଞ୍ଜ ୧୪୦୦ କିଲୋମିଟର ରହିଛି। ଏହାଛଡା ଇରାନ ଫତହ ମିସାଇଲକୁ ମଧ୍ୟ ମୁତୟନ କରିଦେଇଛି। ଏହାର ଲକ୍ଷ୍ୟଭେଦ କ୍ଷମତା ୧୬୦୫୦ କିଲୋମିଟର ପ୍ରତି ଘଣ୍ଟା ରହିଛି। ଏହି ବାଲାଷ୍ଟିକ୍ ମିସାଇଲର ସବୁଠାରୁ ବଡ ବିଶେଷ୍ବତ ଏହା ଯେ, ଏହାକୁ ଆମେରିକା-ବ୍ରିଟେନ୍ ଓ ଇସ୍ରାଏଲକୁ ମଧ୍ୟ ଡିଫେନ୍ସ ସିଷ୍ଟମ ଇଣ୍ଟରସ୍ପେଟ୍‌ କରିପାରିବନି, ଯେପରିକି ଶନିବାର ଓ ରବିବାର ରାତିରେ ଇରାନର ଆକ୍ରମଣ ବେଳେ ତା’ର ୩୦୦ ରୁ ଅଧିକ ମିସାଇଲ ଓ ଡ୍ରୋନ୍ ଆକ୍ରମଣ ସହିତ ହୋଇଥିଲା। ଆମେରିକା, ବ୍ରିଟେନ୍‌ ଓ ଇସ୍ରାଏଲ ଏକାଠି ପଡୋଶୀ ୬ ଦେଶରୁ ଆଣ୍ଟି ମିସାଇଲ ଡିଫେନ୍ସ ସିଷ୍ଟମର ସହଯୋଗରେ ଇରାନର ୯୦% ମିସାଇଲ ଇଣ୍ଟରସ୍ପେଟ୍ କରିଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.