ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ସ୍କୁଟିକୁ ପିଟିଲା କାର୍, ୨ ଗୁରୁତର
  • ||
  • ମୋହନା: ଘାଟିରେ ଓଲଟିଲା ମିନି ବସ୍, ୨୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଶ୍ୱକପ୍‌ ମହାକୁମ୍ଭକୁ ଆଉ ୩ ଦିନର ଅପେକ୍ଷା: ୧୦ ଦଳ, ୧୦ ଭେନ୍ୟୁ, ୪୮ ମ୍ୟାଚ୍‌ରେ ହେବ ମୁକାବିଲା
  • ||
  • ରାଉରକେଲା: ଝଗଡ଼ା ସମାଧାନ କରିବାକୁ ଯାଇଥିଲେ..ଠେଲାପେଲା ବେଳେ ତଳେ ପଡ଼ି ମହିଳା ଏଏସ୍‌ଆଇ ମୃତ
  • ||
  • ଭୁବନେଶ୍ୱର: ରାଜଧାନୀରେ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା: କିଲର୍‌ ଚାଳକର ପତ୍ତା ପାଉନି ପୁଲିସ, ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ
  • ||
  • ପୁରୀ: ଶ୍ରୀମନ୍ଦିରରେ ପୁଣି ବୁଲିଲା କ୍ୟାମେରା: ଭୋଗ ଆଟିକା ନିକଟରୁ ବନ୍ଧାହେଲା ଅଭିଯୁକ୍ତ, ସ୍ପାଏ ପେନ୍‌ କ୍ୟାମେରା ଜବତ
  • ||
  • ମାଦ୍ରିଦ: ସ୍ପେନ ନାଇଟ୍‌ କ୍ଲବରେ ଭୀଷଣ ଅଗ୍ନିକାଣ୍ଡରେ ଭୁଶୁଡିଲା ଛାତ: ୧୩ ମୃତ, ୪ ଆହତ
  • ||
  • ଭୁବନେଶ୍ୱର: ୟୁନିଟ୍‌-୧ ହାଟରେ ତାଲା, ୩ ଦିନି ସାଢେ ୭ କୋଟି ଘାଟା: ମଙ୍ଗଳବାର ବିଏମ୍‌ସି ସହ ହାଟ କମିଟିର ଆଲୋଚନା
  • ||
  • ଭୁବନେଶ୍ୱର: ଆଜିଠୁ ବିଜେଡିର ଜନସମ୍ପର୍କ ପଦଯାତ୍ରା, ରାଜଧାନୀର ବଡ଼ଗଡ଼ରୁ ଶୁଭାରମ୍ଭ କରିବେ ନବୀନ
  • ||
  • ବିଶ୍ୱ ପାଇଁ ଆଶ୍ୱସ୍ତି: ସଟ୍‌ଡାଉନ୍‌ରୁ ବର୍ତ୍ତିଗଲା ଆମେରିକା, ଶେଷ ମୁହୂର୍ତ୍ତରେ ଫଣ୍ଡିଂ ବିଲ୍‌ ମଞ୍ଜୁର
  • ||
  • ଭୁବନେଶ୍ୱର; ଆଜି ୫ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ ଜାରି
  • ||

ହାଇଦ୍ରାବାଦରେ ସେଣ୍ଟ୍ରିଂ ଭୁଶୁଡି ୩ ଓଡିଆ ଶ୍ରମିକ ମୃତ, ୩ ଆହତ

ମାଲକାନଗିରି, ୭।୯  ହାଇଦ୍ରାବାଦରେ ସେଣ୍ଟ୍ରିଂ  ଭୁଶୁଡି ପଡିବାରୁ ୩ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ସ୍ଥିତ ବଡପଡାର ସନ୍ୟା ଚାଲାଣ ଓ ସମା ବଡନାୟକ , ଗୋଇଗୁଡାର ସନିଆ ବଡନାୟକ।  ଏହି ଘଟଣା ପରେ ମୃତକଙ୍କ ମୃତଦେହ ଗାଁକୁ ଆଣିବା ସହ କ୍ଷତିପୂରଣ ଦାବି କରି ପରିବାର ପକ୍ଷରୁ  ମୁଦୁଲିପଡା ଥାନାରେ ଏତଲା  ଦିଆଯାଇଛି। 

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ବଣ୍ଡା ଘାଟିମୁଦୁଲିପଡା ପଞ୍ଚାୟତ ବଡ଼ପଡା ଗ୍ରାମର ସନିଆ ଚାଲାଣ(୧୯),ସମା ବଡ଼ନାଇକ(୨୦),ବଳରାମ ବଡ଼ନାଇକ,ବୁଦା ବଡ଼ନାଇକ,ଶୂକ୍ରା ବଡ଼ନାଇକ ଓ ଗୋଇଗୁଡା ଗ୍ରାମର ସନିଆ ବଡ଼ନାଇକ(୧୯) ହାଇଦ୍ରାବାଦ ର ଆସ୍ଥାକୁଟା ଅଞ୍ଚଳ ର ଏକ କୋଠା ଘର ନିର୍ମାଣ କାମ କରୁଥିଲେ। ଆଜି ସକାଳେ ସେଣ୍ଟ୍ରିଙ୍ଗ କାମ କରୁ ଥିବା ବେଳେ ହଟାତ ସେଣ୍ଟ୍ରିଙ୍ଗ ଭାଙ୍ଗି ଯାଇଥିଲା। ସେଣ୍ଟ୍ରିଙ୍ଗ ତଳେ ଚାପିହୋଇ ଗୋଇଗୁଡା ଗ୍ରାମର ସନିଆ ବଡ଼ନାଇକ,ବଡ଼ପଡା ଗ୍ରାମର ସନିଆ ଚାଲାଣ,ସମା ବଡ଼ନାଇକ ଙ୍କର ମୃତ୍ୟୁ ଘଟି ଥିବା ବେଳେ ବଳରାମ,ବୁଦା, ଶୁକ୍ରା ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଅନ୍ୟ ସାଥି ଶ୍ରମିକ ମାନେ ନିକଟସ୍ଥ ହସ୍ପିଟାଲ କୁ ନେଇ ଚିକିତ୍ସା କରିଛନ୍ତି। 

ଏ ସମ୍ପର୍କରେ ସନ୍ଧ୍ୟାରେ ମୃତ ଓ ଆହତ ପରିବାର ଲୋକେ ଖଇରପୁଟ (ମୁଦୁଲିପଡା) ଥାନାରେ ପହଁଚି  ମୃତ ଶରୀର ମୁଦୁଲିପଡା କୁ ଆଣିବାର ବ୍ୟବସ୍ଥା କରିବା ଓ ମୃତ ଆହତ ପରିବାର ଙ୍କୁ କମ୍ପାନୀ ପକ୍ଷରୁ କ୍ଷତିପୂରଣ ଦେବା ପାଇଁ ଦାବି କରି ଏତଲା ଦେଇଛନ୍ତି। ମୁଦୁଲିପଡା ଥାନା ଅଧିକାରୀ ସାଙ୍ଗମା ଖଣ୍ଡଗିରି ହାଇଦ୍ରାବାଦ କୁ ଫୋନ କରି ଯୋଗା ଯୋଗ ସ୍ଥାପନ କରିବା ସହିତ ମୃତ ଶରୀର ଯେପରି ଖୁବ ଶୀଘ୍ର ସେମାନଙ୍କ ଗାଁକୁ ଫେରିବ ସେ ବ୍ୟବସ୍ଥା କରିଛନ୍ତି  । ଏ ଘଟଣା ସମ୍ପର୍କ ରେ ତଦନ୍ତ ଆରମ୍ଭ କରିଛନ୍ତି । ଏ ଖବର ବଣ୍ଡା ଘାଟିରେ ପହଁଚିବା ପରେ ମୁଦୁଲିପଡା ଅଞ୍ଚଳରେ ଶୋକର ଛାୟାଖେଳି ଯାଇଛି। 

ଆହୁରି ପଢନ୍ତୁ : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

Copyright © 2022 - Summa Real Media Private Limited. All Rights Reserved.