ବାଙ୍କୀ, ୧୯/୦୯ : ପୋଖରୀରେ ବୁଡ଼ି ଜଣେ ମୃତ। ବାଙ୍କୀ କଦଳୀବାଡ଼ି ପଞ୍ଚାୟତ ମାଳବିହାରପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ପ୍ରତାପ ପ୍ରଧାନ । ସେ ମାଛ ବେପାର କରନ୍ତି ।
ସୂଚନାନୁଯାୟୀ, କଦଳୀବାଡ଼ି ପଞ୍ଚାୟତ ମାଳବିହାରପୁର ଗ୍ରାମର ପ୍ରତାପ ପ୍ରଧାନ ସୋମବାର ମାଛ ବେପାର ସାରି ଅପରାହ୍ନରେ ସ୍ନାନ ଶୌଚ ପାଇଁ ପୋଖରୀକୁ ଯାଇଥିଲେ। ଏତିକି ବେଳେ ଗୋଡ଼ ଖସିଯିବାରୁ ଗଭୀର ପାଣିରେ ବୁଡ଼ି ଯାଇଥିଲା । ତାଙ୍କର ଚିତ୍କାର ଶୁଣି ଗ୍ରାମବାସୀ ଅଗ୍ନିଶ୍ରମ ବାହିନୀକୁ ଖବର ଦେଇଥିଲେ। ଡ଼ମପଡ଼ା ଅଗ୍ନିଶ୍ରମ ବାହିନୀ ଘଟଣସ୍ଥଳରେ ପହଁଚି ତାଙ୍କୁ ଉଦ୍ଧର କରି ନିକଟସ୍ଥ ସୁବର୍ଣ୍ଣପୁର ମେଡ଼ିକାଲକୁ ଆଣିଥିଲା। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରତାପଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି। ମାଛ ବିକ୍ରି କରି ପରିବାର ଗୁଜୁରାଣ ମେଣ୍ଟାଉଥିବା ଅଭାବୀ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ମୃତକଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଛି ।