ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆସାମରେ ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ୍, CAA ଲାଗୁ ପାଇଁ ଆରମ୍ଭ ହେଲା କି ପ୍ରସ୍ତୁତି ?

ଗୌହାଟି, ୨୭/୦୨: ଉତ୍ତରପୂର୍ବ ରାଜ୍ୟ ଆସାମରେ ନାଗରିକତା ସଂଶୋଧନ ଆଇନ୍ (CAA) ଲାଗୁ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ସିଏଏ ବିରୋଧରେ ସମ୍ଭାବ୍ୟ ବିରୋଧ ପ୍ରଦର୍ଶନରୁ ବର୍ତ୍ତିବା ଲାଗି ମାର୍ଚ୍ଚ ୧୦ରୁ ଆରମ୍ଭ ହେଉଥିବା ପୋଲିସ ଛୁଟିକୁ ବାତିଲ୍ କରି ଦିଆ ଯାଇଛି ।

ରିପୋର୍ଟ ଅନୁସାରେ, ଗତ ସପ୍ତାହରେ ଡିବ୍ରୁଗଡ଼, ଜୋରହାଟ ଓ ଗୋଲାଘାଟ ପ୍ରଭାରୀ ଅଧିକାରୀଙ୍କ ସହ ୨୦୧୯ ସିଏଏ ଆନ୍ଦୋଳନରେ ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲାର ସମସ୍ତ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ଆସାମ ପୋଲିସ ଡିଜି । ଗୌହାଟିରେ ଡିଜିପି ସମସ୍ତ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ।

ସୂତ୍ର ଅନୁସାରେ, ପ୍ରତ୍ୟେକ ପୋଲିସ ଥାନାରେ ଲୁହ ବୁହା ଗ୍ୟାସ୍, ଲାଠି ଓ ଅନ୍ୟ ଭିଡ଼ ନିୟନ୍ତ୍ରଣ ସାମଗ୍ରୀ ରଖା ଯାଇଥିବା ସୁନିଶ୍ଚିତ କରିବାକୁ ଡିଜିପି ଜିପି ସିଂହ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗଣମାଧ୍ୟମରେ ସିଏଏ ଉପରେ ମୁହଁ ଖୋଲି ନଥିବା ଡିଜିପି କହିଛନ୍ତି, ସମସ୍ତ ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ପୋଲିସ ପ୍ରସ୍ତୁତ ହେଉଛି । କାରଣ ଖୁବଶୀଘ୍ର ନିର୍ବାଚନ ଘୋଷଣା ହୋଇପାରେ ।

ଡିଜିପି କହିଛନ୍ତି, ଆମେ ସମସ୍ତ ସମ୍ଭାବ୍ୟ ପରିସ୍ଥିତି ଲାଗୁ ପ୍ରସ୍ତୁତ ହେଉଛୁ । ନିର୍ବାଚନ ଶୀଘ୍ର ଘୋଷଣା ହୋଇପାରେ । ଆମ ପ୍ରସ୍ତୁତି ନିର୍ବାଚନ ପୂର୍ବରୁ ଏବଂ ନିର୍ବାଚନ ସମୟରେ ରାଜ୍ୟରେ ଆଇନ୍ ଶୃଙ୍ଖଳା ସହ ଶାନ୍ତି ରକ୍ଷା ଲାଗି । ଫଳରେ ମତଦାତା ସୁରୁଖୁରୁରେ ମତଦାନ କରି ପାରିବେ ଏବଂ ନିର୍ବାଚନ ନିରପେକ୍ଷ ହୋଇ ପାରିବ । ରାଜ୍ୟରେ ଶାନ୍ତି ବଜାୟ ରଖିବା ଲାଗି ଆସାମ ପୋଲିସ ପ୍ରତିବଦ୍ଧ ।

CAA କଣ ?

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଏହି ଆଇନ୍ ଆଣିଛି । ସିଏଏ ପ୍ରକାରେ, ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୨୦୧୪ ଡିସେମ୍ବର ୩୧ ସୁଦ୍ଧା ଭାରତ ଆସିଥିବା ଅଣ ମୁସଲିମ୍ (ହିନ୍ଦୁ, ଶିଖ୍, ଜୈନ୍, ବୌଦ୍ଧ, ପାର୍ସୀ ଓ ଈସାଈ) ଶରଣାର୍ଥୀଙ୍କୁ ନାଗରିକତା ଦିଆଯିବ ।

ସଂସଦରେ ଏହି ଆଇନ୍ ୨୦୧୯ରେ ପାରିତ ହୋଇଥିଲା । ସଂସଦରେ ବିଲ୍ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ନିକଟକୁ ମଞ୍ଜୁରୀ ଲାଗି ପଠା ଯାଇଥିଲା । ସିଏଏକୁ ନେଇ ଦେଶର ବିଭିନ୍ନ ରାଜ୍ୟ ସହ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବିରୋଧ କରାଯାଇଥିଲା । ଦିଲ୍ଲୀର ଶାହନିବାଗରେ ମାସ ମାସ ଧରି ସିଏଏକୁ ବିରୋଧ କରି ଚାଲିଥିଲା ଆନ୍ଦୋଳନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.