ଜେରୁଜେଲମ୍, ୧୯/୧୧: ହମାସକୁ ଶେଷ କରିବା ଲାଗି ଇସ୍ରାଏଲ୍ ପଣ କରିଥିବା ବେଳେ ଗାଜା ପଟ୍ଟିରେ ଆକ୍ରମଣ ଜାରି ରଖିଛି । ଅନ୍ୟପଟେ ହମାସ୍ କବଳରେ ମାସେରୁ ଅଧିକ ସମୟ ଧରି ପଣବନ୍ଦୀ ଅଛନ୍ତି ୨୪୦ ଇସ୍ରାଏଲ୍ ନାଗରିକ । ସେମାନଙ୍କୁ ତୁରନ୍ତ ଉଦ୍ଧାର କରି ଆଣିବାକୁ ଦାବି ଜୋର୍ ଧରିଛି । ୩୦ ହଜାରରୁ ଅଧିକ ଲୋକ ଏହି ଦାବିରେ ଶନିବାର ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ଘେରିଛନ୍ତି ।
ଅକ୍ଟୋବର ୭ରେ ଇସ୍ରାଏଲ୍ ଉପରେ ଅତର୍କିତ ଆକ୍ରମଣ କରିଥିଲା ହମାସ୍ । ଯେଉଁଥିରେ ଇସ୍ରାଏଲର ୧୨୦୦ ନାଗରିକ ପ୍ରାଣ ହରାଇଥିଲେ । ସେତେବେଳେ ହମାସ୍ ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରିଥିଲା । ଏହାପରେ ପ୍ରତି ଆକ୍ରମଣ କରିଥିଲା ଇସ୍ରାଏଲ୍ । ଏବେ ଇସ୍ରାଏଲ୍ ଡିଫେନ୍ସ ଫୋର୍ସ ହମାସ୍ ନିୟନ୍ତ୍ରିତ ଗାଜା ପଟ୍ଟିରେ ପଶି ଆକ୍ରମଣ ଜାରି ରଖିଛି ।
ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ଅହମ୍ମଦାବାଦରେ ବିଶ୍ୱକପ୍ ଟ୍ରଫି ପାଇଁ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ
ହମାସ୍, ଇସ୍ରାଏଲ ଉପରେ ଆକ୍ରମଣ କଲା ବେଳେ ୨୪୦ ଜଣଙ୍କୁ ବନ୍ଧକ କରି ନେଇ ଯାଇଥିଲା । ଏବେ ଇସ୍ରାଏଲ୍ ଗାଜାପଟ୍ଟିରେ ଆକ୍ରମଣ ଜାରି ରଖିଥିବା ବେଳେ ୧୨ ହଜାରରୁ ଅଧିକ ପାଲେଷ୍ଟେନୀୟଙ୍କ ମୃତ୍ୟୁ ହେଲାଣି । ଆଉ ମୃତକଙ୍କ ମଧ୍ୟରେ ଅନେକ ଛୁଆ ବି ରହିଛନ୍ତି । କିନ୍ତୁ ଏଯାଏଁ ହମାସ୍ ପଣବନ୍ଦୀ କରି ରଖିଥିବା ଇସ୍ରାଏଲ୍ ନାଗରିକ ମୁକୁଳି ପାରି ନାହାନ୍ତି ।
ମାସେରୁ ଅଧିକ ସମୟ ଧରି ହମାସ୍ ୨୪୦ ଜଣଙ୍କୁ ପଣବନ୍ଦୀ କରି ରଖିଥିବା ବେଳେ ଇସ୍ରାଏଲରେ ନେତନ୍ୟାହୁଙ୍କ ପ୍ରତି ଅସନ୍ତୋଷ ତେଜୁଛି । ଶନିବାର ୩୦ ହଜାରରୁ ଅଧିକ ଲୋକ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରି ପ୍ରଶ୍ନ କରିଛନ୍ତି, ପଣବନ୍ଦୀଙ୍କୁ ଉଦ୍ଧାର କରି ଆଣିବାକୁ ସରକାର କଣ କରୁଛନ୍ତି ।
ଦିନିକିଆ ବିଶ୍ୱକପ୍-୨୦୨୩: ଶ୍ରେଷ୍ଠ ଖେଳାଳି ଦୌଡ଼ରେ ୪ ଭାରତୀୟ
ଅନ୍ୟପଟେ ଇସ୍ରାଏଲ୍, ଜାତିସଂଘ ଦ୍ୱାରା ପରିଚାଳିତ ୨ ସ୍କୁଲ୍ ଉପରେ ଆକ୍ରମଣ କରିଛି । ଏଥିରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ନେତନ୍ୟାହୁ କହିଛନ୍ତି, ପଣବନ୍ଦୀଙ୍କୁ ଉଦ୍ଧାର ଲାଗି ହମାସ୍ ସହ କୌଣସି ବୁଝାମଣା ହୋଇ ନାହିଁ ।