ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ହାଇକୋର୍ଟଙ୍କ ନିର୍ଦ୍ଦେଶ, ରାତି ୮ରୁ ୧୦ଟା ଯାଏଁ ଫୁଟାଇପାରିବେ ବାଣ

Image Courtesy: prabhatkhabar

ମୁମ୍ବାଇ: ଦୀପାବଳିରେ ୩ ଘଣ୍ଟା ନୁହେଁ ବରଂ ୨ ଘଣ୍ଟା ବାଣ ଫୁଟାଇବା ପାଇଁ ଅନୁମତି ଦେଇଛନ୍ତି ବମ୍ବେ ହାଇକୋର୍ଟ  । ଦୀପାବଳିରେ ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଟାଇପାରିବେ ଲୋକେ । ମୁମ୍ବାଇରେ ବଢ଼ୁଥିବା ବାୟୁ ପ୍ରଦୂଷଣକୁ ନଜରରେ ରଖି ବମ୍ବେ ହାଇକୋର୍ଟ ଏଭଳି ରାୟ ଦେଇଛନ୍ତି ।  ଏବେ ମୟାନଗରୀ ମୁମ୍ବାଇର ଏୟାର କ୍ବାଲିଟି ଇଣ୍ଡାକ୍ସ (ଏକ୍ୟୁଆଇ) ୮୨ ରହିଥିବା ବେଳେ ଆଗକୁ ଆହୁରି ସୁଧାର ଆସିପାରେ । ହେଲେ ଲୋକମାନେ ହାଇକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ କରିବେ । 

ସେପଟେ ମୁମ୍ବାଇର ଦାଦର ଅଞ୍ଚଳରେ ବାଣ ଦୋକାନ ଲାଗିଥିବା ବେଳେ ସେଠାରେ କିଣାକିଣି କରୁଥିବା ଗ୍ରାହମାନେ ଏଥର ବାଣ ଅଧିକ ଫୁଟାଇବେ ନାହିଁ ବୋଲି କହିଛନ୍ତି । ବାୟୁ ପ୍ରଦୂଷଣକୁ ନଜରରେ ରଖି ହାଇକୋର୍ଟ ଦେଇଥିବା ରାୟକୁ ମାନିବେ ବୋଲି ସେମାନ କହିଥିବା ବେଳେ ଦିଲ୍ଲୀ ଭଳି ମୁମ୍ବାଇର ସ୍ଥିତି ନେହଉ ବୋଲି ଆଶା ପ୍ରକାଶ କରିଛନ୍ତି । 

ସେହିଭଳି ଅନ୍ୟ କିଛି ଗ୍ରାହକଙ୍କ ମତରେ, ଯେତେ ବିଳମ୍ବ ହେଉ ନା କାହିଁକି ବାଣ ଫୁଟାଇବା ବନ୍ଦ ହେବ ନାହିଁ । ଆଉ ବାଣ ଫୁଟାଇଲେ ପ୍ରଦୂଷଣ ହେବା ସ୍ବଭାବିକ । ତେଣୁ ଲୋକଙ୍କୁ ଏଥିପାଇଁ ନିୟନ୍ତ୍ରଣରେ ରଖିହେବ ନାହିଁ ବୋଲି ସେମାନେ କହିଛନ୍ତି । 

ଅନ୍ୟପଟେ କେବଳ ଲୋକମାନଙ୍କୁ କହିଲେ ହେବ ନାହିଁ ଦୋକାନଗୁଡ଼ିକ ଉପରେ କଟକଣା ଲଗାଇବା ଦରକାର ବୋଲି କିଛି ଗ୍ରାହକ ମତ ଦେଇଛନ୍ତି । ଏହା ସହ ବାଣ ଦୋକାନରେ ପ୍ରବଳ ଭିଡ ହେଉଥିବା ବେଳେ ଗ୍ରାହକମାନେ ବହୁ ମାତ୍ରାରେ କିଣାକିଣି ମଧ୍ୟ କରୁଛନ୍ତି । ଏହା ସତ୍ତ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯିବ ବୋଲି କିଛି ଦୋକାନୀ କହିଛନ୍ତି । ସେହିଭଳି ଗ୍ରୀନ କ୍ରାକର୍ସ ବିକ୍ରି ହେଉଥିବାରୁ ଏଥର ବାୟୁ ପ୍ରଦୂଷଣ ସେତେଟା ହେବ ନାହିଁ । ତଥାପି ହାଇକୋର୍ଟଙ୍କ ରାୟ ଲୋକମାନଙ୍କ ହିତରେ ହୋଇଥିବାରୁ ସେସବୁ ପାଳନ ହେବ ବୋଲି କେହି କେହି କହିଛନ୍ତି । 

 

  • Diwali 2023
  • Copyright © 2022 - Summa Real Media Private Limited. All Rights Reserved.