ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ପାକିସ୍ତାନରେ ପେଟ୍ରୋଲ୍ ଓ ଡିଜେଲ୍ ଦରର ନୂଆ ରେକର୍ଡ, ପ୍ରଥମଥର ପାଇଁ ୩୦୦ ଟପିଲା

ନୂଆଦିଲ୍ଲୀ, ୦୧/୦୯: ପଡ଼ୋଶୀ ପାକିସ୍ତାନ ଇତିହାସରେ ପ୍ରଥମଥର ଲାଗି ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୩୦୦ ଟଙ୍କା ପାର୍ କରିଛି । କାର୍ଯ୍ୟକାରୀ ସରକାର ପେଟ୍ରୋଲ୍ ଓ ଡିଜେଲ୍ ଦାମ ଲିଟର ପିଛା ୧୪ ଟଙ୍କା ୯୧ ପଇସା ବୃଦ୍ଧି କରିଛନ୍ତି । ଯାହା ଫଳରେ ପାକିସ୍ତାନରେ ପେଟ୍ରୋଲ୍ ଦାମ ୩୦୫ ଟଙ୍କା ୩୬ ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ୍ ଦର ୧୮ ଟଙ୍କା ୪୪ ପଇସା ବଢ଼ି ଲିଟର ପିଛା ୩୧୧ ଟଙ୍କା ୮୪ ପଇସା ହୋଇଛି ।

ପାକିସ୍ତାନ ଅର୍ଥ ମନ୍ତ୍ରଣାଳୟର ପକ୍ଷରୁ ବିଳମ୍ବିତ ରାତିରେ ସୋସିଆଲ୍ ମିଡିଆରେ ପେଟ୍ରୋଲ୍ ଓ ଡିଜେଲର ବର୍ଦ୍ଧିତ ଦର ନେଇ ପୋଷ୍ଟ କରାଯାଇଛି । ତେବେ କୋଭିଡ୍ ପର ଠାରୁ କିରୋସିନ ଓ ହାଲୁକା ଡିଜେଲ୍ ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

୨୯୦ ଛୁଇଁଲା ପେଟ୍ରୋଲ… ପାକିସ୍ତାନରେ ଅଧରାତିରେ ଡିଜେଲ୍ ଲିଟର ପିଛା ୨୦ ଟଙ୍କା ବଢ଼ିଲା

ଏହା ପୂର୍ବରୁ ଅଗଷ୍ଟ ୧୫ରେ ହିଁ ପାକିସ୍ତାନ ସରକାର ପେଟ୍ରୋଲ ଓ ଡିଜେଲ ଦର ବଢ଼ାଇଥିଲେ । ପୁଣି ଥରେ ମାତ୍ର ୧୫ ଦିନରେ ସରକାର ଆଉଥରେ ଦର ବୃଦ୍ଧି କରିଛନ୍ତି । ୧୫ ଅଗଷ୍ଟରେ ଅନ୍ତରୀଣ ସରକାର ଲିଟର ପିଛା ୨୦ ଟଙ୍କା ବଢ଼ାଇଥିଲେ । 

୨୦୨୩ ଜାନୁଆରୀରେ ପାକିସ୍ତାନରେ ପେଟ୍ରୋଲ୍ ଲିଟର ଦର ୨୧୪ ଟଙ୍କା ରହିଥିଲା । ଫେବ୍ରୁଆରୀ ୧୬ରେ ପେଟ୍ରୋଲ ଲିଟର ଦର ୨୭୨ ଟଙ୍କାକୁ ବୃଦ୍ଧି ପାଇଥିଲା । ପରେ ଦର ବଢ଼ିବା ସହ ଜୁଲାଇ ୧୬ରେ ୨୭୨ ଟଙ୍କା ୪୫ ପଇସା ରହିଥିଲା ।

୯୦ ଦିନ ମଧ୍ୟରେ ପାକିସ୍ତାନରେ ନିର୍ବାଚନ ହେବ ନା ସେନା ହାତେଇବ ଶାସନ କ୍ଷମତା ?

ଅଗଷ୍ଟ ୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶାହବାଜ ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୧୯ ଟଙ୍କା ୯୫ ପଇସା ବଢ଼ାଇଥିଲେ । ଏବେ ପୁଣି ଅଗଷ୍ଟ ୧୫ରେ ଦର ବୃଦ୍ଧି ପାଇଥିଲା । ୧୫ ଦିନ ମଧ୍ୟରେ ପାକିସ୍ତାନରେ ପେଟ୍ରୋଲ୍ ଓ ଡିଜେଲ୍ ଲିଟର ପିଛା ୪୦ ଟଙ୍କା ମହଙ୍ଗା ହୋଇଥିବା ବେଳେ ମାସକରେ ୬୦ ଟଙ୍କା ବଢ଼ିଛି ।

  • Pakistan
  • Petrol
  • Price Hike
  • Copyright © 2022 - Summa Real Media Private Limited. All Rights Reserved.