ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

ଫେବ୍ରୁଆରୀ ୧୯ରେ ଆରବ ସାଗରରେ ଶକ୍ତି ଦେଖାଇବେ ୫୦ ଦେଶ, ବିଶ୍ୱର ବଡ଼ ଯୁଦ୍ଧାଭ୍ୟାସ ପାଇଁ ନୌସେନାକୁ ଏକଜୁଟ କରୁଛି ଭାରତ

ନୂଆଦିଲ୍ଲୀ,୨୬/୦୧: ଆରବ ସାଗରରେ ସବୁଠୁ ବଡ଼ ଯୁଦ୍ଧାଭ୍ୟାସ ପାଇଁ ଯୋଜନା ପ୍ରସ୍ତୁତ କରୁଛି ଭାରତ । ସେଥିପାଇଁ ଏହା ୫୦ ଦେଶର ନୌସେନାକୁ ଏକଜୁଟ କରିବାରେ ଲାଗିଛି । ଜଳ କ୍ଷେତ୍ରରେ ଚୀନ୍‌କୁ ଟକ୍କର ଦେବା ପାଇଁ ଭାରତ ଏଭଳି ପଦକ୍ଷେପ ଗ୍ରହଣ କରିଛି । ଭାରତ ଯେଉଁ ମେଗା ଯୁଦ୍ଧାଭ୍ୟାସ କରିବାକୁ ଯୋଜନା  ରଖିଛି, ସେଥିରେ ଆମେରିକା, ଜାପାନ,  ଅଷ୍ଟ୍ରେଲିଆ, ଫ୍ରାନ୍ସ, ଦକ୍ଷିଣ କୋରିଆ  ସମେତ ୫୦ ଦେଶର ନୌସେନା ସାମିଲ  ହୋଇପାରନ୍ତି । ୨୦ ଦେଶର ଯୁଦ୍ଧପୋତ  ଏକାଠି ହୋଇ ସମରାଭ୍ୟାସ କରିବେ ।  ନୌସେନା ଭାଗୀଦାରି ହିସାବରେ ଏହା  ବିଶ୍ୱର ସବୁଠୁ ବଡ଼ ଯୁଦ୍ଧାଭ୍ୟାସ ହେବ ।  ଭାରତୀୟ ନୌସେନା ଆଇଏନ୍‌ଏସ୍‌  ବିକ୍ରମାଦିତ୍ୟ ଏବଂ ଆଇଏନ୍‌ଏସ୍‌  ବିକ୍ରାନ୍ତ ସମେତ ଅତିକମ୍‌ରେ ୩୦ଟି  ଯୁଦ୍ଧପୋତ ନେଇ ଯୁଦ୍ଧାଭ୍ୟାସକୁ ଓହ୍ଲାଇବ । 

ନୌସେନା ସୂତ୍ର ମୁତାବକ, ଯୁଦ୍ଧାଭ୍ୟାସର ନାମ ‘ମଲ୍ଟି ଲାଟେରାଲ୍‌  ନାଭାଲ୍‌ ଏକ୍ସରସାଇଜ୍‌-ମିଲନ୍‌ ୨୦୨୪’  ରହିଛି । ଫେବ୍ରୁଆରୀ ୧୯ରୁ ୨୭  ପ୍ରାୟ ୯ ଦିନ ଧରି ଏହି ଅଭ୍ୟାସରେ  ବିମାନବାହୀ ଜାହାଜ ବି ସାମିଲ ହେବ ।  ଚୀନ୍‌ ବର୍ତ୍ତମାନ ଶ୍ରୀଲଙ୍କା, ବାଂଲାଦେଶ  ଏବଂ ମାଳଦ୍ୱୀପ ନିକଟବର୍ତ୍ତୀ ସମୁଦ୍ର  ଜଳରାଶିରେ ନିଜ ଆଧିପତ୍ୟ ବଢ଼ାଇବା  ପାଇଁ ଲାଗିଛି । ନିକଟରେ ଏହାର ଏକ  ଗୁଇନ୍ଦା ଜାହାଜ ଭାରତ ଉପରେ ନଜର  ରଖିବା ଉଦ୍ଦେଶ୍ୟରେ ଶ୍ରୀଲଙ୍କା ବନ୍ଦରମୁହାଁ  ହେଉଥିଲା । ଶ୍ରୀଲଙ୍କା ପୂରାଇ ନ ଦେବାରୁ  ଜାହାଜଟି ମାଳଦ୍ୱୀପ ଚାଲିଯାଇଥିଲା।

ଆରବ ସାଗରର ବାଣିଜ୍ୟିକ ମାର୍ଗରେ  ବର୍ତ୍ତମାନ ଜାହାଜ ଚଳାଚଳ ମୁସ୍କିଲ  ହୋଇପଡ଼ିଛି । ଏଠାରେ ବାରମ୍ବାର ଡ୍ରୋନ୍‌  ଦ୍ୱାରା ଜାହାଜକୁ ହମ୍‌ଲା କରାଯାଉଥିବାରୁ  ଚିନ୍ତା ବଢ଼ିଛି । ତେଣୁ ଚୀନ୍‌କୁ ଟକ୍କର  ଦେବା ସହିତ ଡ୍ରୋନ୍‌ ହମ୍‌ଲାକୁ  ଏଡ଼ାଇବା ପରିପ୍ରେକ୍ଷୀରେ ଭାରତ ବଡ଼ ଯୁଦ୍ଧାଭ୍ୟାସ ପାଇଁ ପ୍ରସ୍ତୁତି ଚଳାଇଛି ।  ‘ମିଲନ୍‌-୨୦୨୪’ ଯୁଦ୍ଧାଭ୍ୟାସରେ  ନୌସେନାଗୁଡ଼ିକ ଡ୍ରୋନ୍‌ ଆକ୍ରମଣରୁ  ସୁରକ୍ଷା ନିମନ୍ତେ ଅଭ୍ୟାସ କରିବେ ଏବଂ  ସାମୁଦ୍ରିକ ଚୋରି ବିରୋଧରେ ନୌସେନା ଅପରେସନକୁ ରୂପରେଖ ଦେବେ । 

ଏହି ଯୁଦ୍ଧାଭ୍ୟାସ ଯୋଗୁ ବଙ୍ଗୋପ  ସାଗର ଉପକୂଳ ଅଞ୍ଚଳର ହଜାର ହଜାର  ବର୍ଗକିମି ସ୍ଥାନ ରଣଭୂମିରେ ପରିଣତ  ହେବ । ଏଥିରେ ଆଡ୍‌ଭାନ୍ସଡ ବଡି ଫୋର୍ସ  ମାନ୍ୟୁଅର୍ସ, ଏୟାର ଡିଫେନ୍ସ ଅପରେସନ  ଏବଂ ଆଣ୍ଟି ସବମେରିନ୍‌ ୱାରଫେୟାର  ସମେତ ଆଣ୍ଟି ସର୍‌ଫେସ୍‌ ଯୁଦ୍ଧାଭ୍ୟାସ ବି  କରାଯିବ । ଯୁଦ୍ଧାଭ୍ୟାସ ଚାଲିଥିବା ବେଳେ  ନୌସେନାଗୁଡ଼ିକ ବିଶାଖାପାଟଣା ତଟରେ  ଏକାଠି ହେବେ । ଏହାଦ୍ୱାରା ଲୋକମାନେ  ସେମାନଙ୍କ ଶକ୍ତି ଦେଖିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.