ପ୍ରମୁଖ ଖବର
  • ଡିସେମ୍ବର ୯ରେ ଡବ୍ଲ୍ୟୁପିଏଲ୍‌-୨ ଅକ୍ସନ୍: ନିଲାମ ତାଲିକାରେ ୧୬୫ ଖେଳାଳି, ଡଟିନ, ୱାଟ୍‌ ଓ ଆଟାପଟୁଙ୍କ ଉପରେ ନଜର
  • ||
  • ଭୁବନେଶ୍ୱର: ସୋମବାରଠାରୁ ସଂସଦର ଶୀତ ଅଧିବେଶନ: ବିଜେଡି ଉଠାଇବ ବିଧାନ ପରିଷଦ, ପିଏମ୍‌ଏୱାଇ ପ୍ରସଙ୍ଗ
  • ||
  • ନିଶ୍ଚିନ୍ତକୋଇଲି: ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସର ଏନକାଉଣ୍ଟର, ଅଭିଯୁକ୍ତ ନାଁରେ ରହିଛି ୫୩ଟି ମାମଲା
  • ||
  • ମଧ୍ୟପ୍ରଦେଶ ଟ୍ରେଣ୍ଡିଂରେ ବିଜେପିକୁ ବହୁମତ, ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଭେଟିବାକୁ ପହଞ୍ଚିଲେ ସିନ୍ଧିଆ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉତ୍ପାତିଆ ଦନ୍ତା ହାତୀ ହେବେ ସାବାଡ୍‌, ଖୁବ୍‌ଶୀଘ୍ର ହାତୀଙ୍କ ‘ପାଠଶାଳା’ରେ ହେବ କୁମ୍‌କୀ ପ୍ରଶିକ୍ଷଣ ଟ୍ରେନିଂ
  • ||
  • ଭୁବନେଶ୍ୱର: ବାତ୍ୟା ‘ମିଗଜାଉମ୍’ର ରୂପ ନେଲା ଗଭୀର ଅବପାତ, ଓଡ଼ିଶାରେ ପ୍ରବଳ ବର୍ଷା ସହ ପବନ ଆଶଙ୍କା
  • ||
  • ଭୁବନେଶ୍ୱର: OAS ସ୍ତରରେ ଛୋଟ ଧରଣର ଅଦଳବଦଳ: ୧୧ ଓଏଏସ୍ ଅଧିକାରୀଙ୍କ ବଦଳି
  • ||
  • ଫୁଲବାଣୀ: ସାଙ୍ଗମାନଙ୍କ ସହ ଭଉଣୀକୁ ଗଣଦୁଷ୍କର୍ମ ମାମଲା: ହତ୍ୟା ଅଭିଯୋଗରେ ଭାଇ ସମେତ ୪ ଗିରଫ
  • ||
  • ଆଜି ପଞ୍ଚମ ଟି-ଟ୍ୱେଣ୍ଟି: ଚିନ୍ନାସ୍ୱାମୀରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା, ବଳକାଙ୍କୁ ମିଳିବ ସୁଯୋଗ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା: ବର୍ଷା ଧରି ଓଡ଼ିଶାରେ ପଶିବ, ଉଜାଡ଼ି ଦେବ ଅମଳ ମୁହାଁ ଫସଲ, ୧୩ ଜିଲ୍ଲାକୁ ବର୍ଷା ଆଲର୍ଟ
  • ||

ରୋହିତ ଶର୍ମାଙ୍କ ନାଁରେ ଏକାଧିକ ରେକର୍ଡ, ନେଦରଲ୍ୟାଣ୍ଡସ ବିପକ୍ଷ ମ୍ୟାଚରେ ରଚିଲେ ଇତିହାସ

ବେଙ୍ଗାଲୁରୁ: ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ଛକା ମାରିଥିବା ହିଟ୍ ମ୍ୟାନ୍ ରୋହିତ ଶର୍ମା ରବିବାର ଆଉ ଏକ ରେକର୍ଡ କରିଛନ୍ତି । ରବିବାର ନେଦରଲ୍ୟାଣ୍ଡସ ବିପକ୍ଷରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦିନିକିଆ କ୍ରିକେଟରେ ସର୍ବାଧିକ ଛକା ମାରିବାର ରେକର୍ଡ ନିଜ ନାମରେ କରିଛନ୍ତି ରୋହିତ । ଏଥିରେ ସେ ପୂର୍ବତନ ତାରକା ବ୍ୟାଟର ଏବି ଡିଭିଲିୟର୍ସଙ୍କୁ ପଛରେ ପକାଇ ଦେଇଛନ୍ତି।

ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ଏବି ଡିଭିଲିୟର୍ସ ୨୦୧୫ରେ ଦିନିକିଆ ମୁକାବିଲାରେ ୫୮ ଛକା ମାରିଥିଲେ । ହେଲେ  ୭ ବର୍ଷ ପରେ ରୋହିତ ଏହି ରେକର୍ଡ ଭାଙ୍ଗି ଛକା ମାରିବାରେ ଶୀର୍ଷକୁ ଉଠିଛନ୍ତି। ରୋହିତ ଶର୍ମା ନେଦରଲ୍ୟାଣ୍ଡସ ବିପକ୍ଷରେ  ଖେଳା ଯାଇଥିବା ବିଶ୍ଵକପ୍ ୨୦୨୩ର ଶେଷ ଲିଗ୍ ମ୍ୟାଚରେ ପ୍ରଥମ ଛକା ମାରିବା ମାତ୍ରେ ଡିଭିଲିୟର୍ସଙ୍କୁ ପଛରେ ପକାଇଛନ୍ତି । 

ରୋହିତ ନେଦରଲ୍ୟାଣ୍ଡସ ବିପକ୍ଷ ଭାରତୀୟ ଇନିଂସର ସପ୍ତମ ଓଭରରେ ଏହି ରେକର୍ଡ ନିଜ ନାମରେ କରିଛନ୍ତି। ସେ ଏକରମ୍ୟାନଙ୍କ ଫୁଲ୍ ଆଉଟ୍ ସାଇଡ୍ ବଲକୁ ଲଙ୍ଗ୍ ଅନ ଉପରକୁ ଛକା ମାରି ନିଜ ନାମରେ ବିଶ୍ଵ ରେକର୍ଡ କରିଛନ୍ତି। ଏହି ଛକା ୯୨ ମିଟର ଲମ୍ବା ଥିଲା।  ତେବେ ଆଜିର ମ୍ୟାଚରେ ରୋହିତ ୨ଟି ଛକା ମାରିଛନ୍ତି । 

ଏଥିସହିତ ରୋହିତ ଶର୍ମା ଆଉ ଏକ ଖାସ୍ ରେକର୍ଡ ନିଜ ନାମରେ କରିଛନ୍ତି । ଅଧିନାୟକ ଭାବେ ଗୋଟିଏ ବିଶ୍ଵକପରେ ସବୁଠୁ ଅଧିକ ଛକା ମାରିବାର ଉପଲବ୍ଧି ହିଟ ମ୍ୟାନ୍ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ଇଅନ ମୋର୍ଗାନଙ୍କ ନାମରେ ଥିଲା । ମୋର୍ଗାନ ୨୦୧୯ ବିଶ୍ଵକପରେ ୨୨ ଛକା ମାରିଥିଲେ । 

 ଛକା ମାରିବାକୁ ନେଇ ରେକର୍ଡ ବ୍ୟତୀତ ଏକାଧିକ ରେକର୍ଡ କରିଛନ୍ତି ରୋହିତ । ରୋହିତ ଶର୍ମା ଅଧିନାୟକ ଭାବେ ବିଶ୍ବକପରେ ଅଧିକ ରନ୍‌ କରିବା ମାମଲାରେ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇଦେଇଛନ୍ତି । ଭାରତୀୟ ଅଧିନାୟକ ୫୦୦ ରନ୍‌ ମାର୍କ ଅତିକ୍ରମ କରିସାରିଛନ୍ତି । ଲିଗ ମ୍ୟାଚ୍‌ ଶେଷ ସୁଦ୍ଧା ରୋହିତ ୫୦୩ ରନ୍‌ ସ୍କୋର କରିଛନ୍ତି । ୨୦୦୩ ବିଶ୍ବକପରେ ତତ୍କାଳୀନ ଟିମ୍‌ ଅଧିନାୟକ ସୌରଭ ଗାଙ୍ଗୁଲି ଏକାକୀ ୪୬୫ ରନ୍‌ କରିଥିଲେ । ୨୦୧୯ ବିଶ୍ବକପରେ ବିରାଟ କୋହଲି ୪୪୩ ରନ୍‌ କରିଥିଲେ । ସେହିଭଳି ମହମ୍ମଦ ଆଝାରୁଦ୍ଦିନ ଏବଂ କପିଲ ଦେବ ଯଥାକ୍ରମେ ୩୩୨ ରନ୍‌ ଏବଂ ୩୦୨ ରନ୍‌ କରିଥିଲେ । ସେମାନେ ଯଥାକ୍ରମେ ୧୯୯୨ ଏବଂ ୧୯୮୩ ବିଶ୍ବକପରେ ଏହି ରେକର୍ଡ କରିଥିଲେ ।

  • ODI World Cup 2023
  • Copyright © 2022 - Summa Real Media Private Limited. All Rights Reserved.