ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଛାତ୍ରୀକୁ ଅଶ୍ଳୀଳ ଭିଡ଼ିଓ ଦେଖାଇବା ସହ ଅସଦାଚରଣ ମାମଲା, ଟ୍ୟୁସନ୍‌ ସାର୍‌ଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର,୦୮/୦୨: ଘରକୁ  ଟ୍ୟୁସନ୍‌ କରିବାକୁ ଆସୁଥିଲେ ଓଡ଼ିଆ ସାର୍‌ । ପାଠ ପଢ଼ା ବାହାନାରେ ସାର୍‌ ନାବାଳିକା ଛାତ୍ରୀକୁ ଅଶ୍ଳୀଳ ଭିଡ଼ିଓ ଦେଖାଇବା ସହ ଅସଦାଚରଣ କରିଥିଲେ । ଏମିତି ଘଟଣା ଘଟିଛି ଭରତପୁର ଥାନା ଅଞ୍ଚଳରେ । ପୁଲିସ୍‌ ଅଭିଯୁକ୍ତ କେନ୍ଦ୍ରାପଡ଼ା ଜିଲ୍ଳା ପାଟକୁରା ଅଞ୍ଚଳର ସୁଶୀଲ କୁମାର ପଣ୍ଡାଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଛି ।  

ପଶ୍ଚିମବଙ୍ଗର ଏକ ପରିବାର ଭରତପୁର ଅଞ୍ଚଳରେ ଗତ ୩ ବର୍ଷ ହେବ ରହୁଛନ୍ତି । ତାଙ୍କର ନାବାଳିକା କନ୍ୟା ସ୍ଥାନୀୟ ଏକ  ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଛି । ତେବେ ଝିଅକୁ ଓଡ଼ିଆ ପଢ଼ାଇବା ପାଇଁ ଗତ କିଛି ଦିନ ଟ୍ୟୁସନ୍‌ ସାର୍‌ ଖୋଜୁଥିଲେ ବାପ ମା’ । ଏହି ସମୟରେ ସୁଶୀଲ୍‌ଙ୍କ ସହ ଯୋଗାଯୋଗ କରିଥିଲେ । ଗତ କିଛି  ଦିନ ହେବ ସୁଶୀଲ ନାବାଳିକାକୁ ଓଡ଼ିଆ ପାଠ ପଢାଇବା ଲାଗି ଘରକୁ ଆସିଥିଲେ । ଗତ ୨୫ ତାରିଖ ସନ୍ଧ୍ୟାରେ ଅଭିଯୁକ୍ତ ଜଣକ ପାଠ ପଢାଉଥିବା ସମୟରେ ଭିତର ପଟୁ କବାଟ ବନ୍ଦ କରି ନାବାଳିକା  ସହ ଅଶାଳୀନ ବ୍ୟବହାର କରିଥିଲା ।  ନାବାଳିକା ଜଣଙ୍କ ଭୟରେ ଏ ବିଷୟରେ  ଘର ଲୋକଙ୍କୁ ଜଣାଇ ନଥିଲେ । 

୨୭  ତାରିଖ ଦିନ ମଧ୍ୟ ଅଭିଯୁକ୍ତ ସୁଶୀଲ୍‌ ପାଠ ପଢ଼ାଇବା ସମୟରେ ନାବାଳିକାକୁ ଖରାପ ଭିଡିଓ ଦେଖିବା ଲାଗିବାଧ୍ୟ କରିଥିଲେ । ନାବାଳିକା ଜଣଙ୍କ ୨ଦିନ ପରେ ଏ  ବିଷୟରେ ତାଙ୍କ ମା’ଙ୍କୁ ଜଣାଇଥିଲେ । ମା’ ଏକଥା ଜାଣିବା ପରେ ଟ୍ୟୁସନ୍‌ ସାର୍‌ଙ୍କୁ ଫୋନ୍‌ କରିଥିଲେ। ହେଲେ ସେ ଫୋନ୍‌ ଉଠାଇ ନଥିଲେ । ତେଣୁ ବାପା-ମା’ କିଛି ଉପାୟ ନ ପାଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍‌ ମାମଲା  ରୁଜୁ କରି ଘଟଣାର ତଦନ୍ତ କରିଥିଲା ।  ଏହି ସମୟରେ ଟ୍ୟୁସନ୍‌ ସାର୍‌ଙ୍କର କଳା କାରନାମା ପଦାକୁ ଆସିଥିଲା । ଗତକାଲି ରାତିରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.