ପ୍ରମୁଖ ଖବର
  • ଆଉ ୫ଟି ଲୋକସଭା ଆସନ ଲାଗି ଆପ୍‌ର ପ୍ରାର୍ଥୀ ଘୋଷଣା
  • ||
  • ବଲାଙ୍ଗିର ଭୀମଭୋଇ ମେଡିକାଲରେ ମୃତ ଶବ ଛାଡି ଫେରାର ସମ୍ପର୍କୀୟ,ଟାଉନ ଥାନା ପୋଲିସର ତଦନ୍ତ ଆଇମ୍ଭ
  • ||
  • ମିଶନ ଶକ୍ତି ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା,୭୩୦ କୋଟିର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୁନ୍ଦରଗଡ଼: ବାଇକ ଚାଳକ ଙ୍କ ଉପରେ ଚଢ଼ିଗଲା ପାଉଁଶ ବୋଝେଇ ଟ୍ରକ,ବାଇକ ଚାଳକର ମୃତ୍ୟୁ
  • ||
  • ପାଲଲହଡ଼ା ଯାଉଥିଲା ରାଧାମାଧବ, ଅଧାରସ୍ତାରେ ଓଲଟିଲା ବସ୍‌
  • ||
  • କୋରାପୁଟ: ନାଲକୋ ଦାମନଯୋଡ଼ିରେ ରଡ଼ ପଶି ଦୁଇ ଶ୍ରମିକ ମୃତ, ଜଣେ ଗୁରୁତର
  • ||
  • ଗଗନ ଯାନ ମିଶନ ପାଇଁ ୪ ମହାକଶଚାରୀଙ୍କ ନାଁ ଘୋଷଣା କଲା ଇସ୍ରୋ, ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ନାଁ ଘୋଷଣା ହୋଇଛି
  • ||
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||

T20 ବିଶ୍ୱକପ୍ ପାଇଁ ଆରମ୍ଭ ହେଲା ଟିକେଟ୍ ବିକ୍ରି, ଜାଣନ୍ତୁ କେମିତି କରିବେ ବୁକିଂ...

ନୂଆଦିଲ୍ଲୀ, ୦୧/୦୨: କ୍ରିକେଟ୍ ଫ୍ୟାନ୍ସଙ୍କ ଲାଗି ଖୁସି ଖବର । ଚଳିତ ବର୍ଷ ଆମେରିକା ଓ ୱେଷ୍ଟଇଣ୍ଡିଜ୍ ଆୟୋଜିତ କରୁଥିବା ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟିକେଟ୍ ବୁକିଂ ଆରମ୍ଭ ହୋଇଛି । ୨୦୨୪ ଫେବ୍ରୁଆରୀ ୭ ତାରିଖ ପର୍ଯ୍ୟନ୍ତ ଟିକେଟ୍ ବୁକିଂ କରି ପାରିବେ ।

ଟି-ଟ୍ୱେଣ୍ଟି ବିଶ୍ୱକପ୍ ଟିକେଟ୍ ବୁକିଂ ଲାଗି ଆପଣ t20worldcup.com ୱେବସାଇଟ୍ ପରିଦର୍ଶନ କରନ୍ତୁ । ସୂଚନାଯୋଗ୍ୟ ଜୁନ୍ ୧ରୁ ଜୁନ୍ ୨୯ ପର୍ଯ୍ୟନ୍ତ ଖେଳାଯିବ ଟି-ଟ୍ୱେଣ୍ଟି ବିଶ୍ୱକପ୍ । ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନସିଲ୍ (ICC) ଅନୁସାରେ, ଚଳିତଥର ପ୍ରଥମେ ଆସ ପ୍ରଥମେ ଟିକେଟ୍ ନୀତିରେ ଦିଆଯିବ ନାହିଁ ଟିକେଟ୍ । ବରଂ ୭ ଦିନ ମଧ୍ୟରେ ଟିକେଟ୍ କିଣିବା ଲାଗି ସମସ୍ତଙ୍କୁ ସୁଯୋଗ ଦିଆଯିବ ।

ଆଇସିସି ସ୍ପଷ୍ଟ କରିଛି, ଜଣେ ବ୍ୟକ୍ତି ଗୋଟିଏ ପରିଚୟପତ୍ରରେ ସର୍ବାଧିକ ୬ଟି ଟିକେଟ୍ କିଣି ପାରିବେ । ଟିକେଟର ସର୍ବନିମ୍ନ ମୂଲ୍ୟ ୬ ଡଲାର୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୫୦୦ ଟଙ୍କାରୁ ଆରମ୍ଭ ହେବ  ।

ଗ୍ରୁପ୍ ଷ୍ଟେଜ, ସୁପର୍-୮ ଓ ସେମିଫାଇନାଲ୍ ପର୍ଯ୍ୟନ୍ତ ୨.୬୦ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି କରାଯିବ । ପ୍ରତି ଟିକେଟର ମୂଲ୍ୟ କାଟେଗୋରୀ ଅନୁସାରେ ଭିନ୍ନ ରହିବ । ଜୁନ୍ ୧ରୁ ୨୯ ଜୁନ୍ ମଧ୍ୟରେ ଫାଇନାଲକୁ ମିଶାଇ ମୋଟ ୫୫ଟି ମ୍ୟାଚ୍ ଖେଳାଯିବ । ସମସ୍ତ ମ୍ୟାଚ୍ ଆମେରିକାର ୩ ଓ ୱେଷ୍ଟଇଣ୍ଡିଜର ୬ଟି ସହରରେ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.