ମାଲକାନଗିରି/କାଲିମେଳା/୨୫/୦୨: ମାଲକାନଗିରି ଜିଲ୍ଲା ମୋଟୁ ବନାଅଞ୍ଚଳ ଅଧିନସ୍ତ ପୁଶୁଗୁଡ଼ା ପଂଚାୟତର ଏମ ପି ଭି ୫୫ ଗ୍ରାମ ନିକଟରେ ଥିବା ପୋଖରୀରୁ ଗ୍ରାମବାସୀଙ୍କ ଦ୍ବାରା କୁମ୍ଭୀର ଉଦ୍ଧାର କରାଯାଇଛି। ଏହାକୁ ବନ ବିଭାଗକୁ ଗ୍ରାମବାସୀ ହସ୍ତାନ୍ତର କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଏମ ପି ଭି ୫୫ ଗ୍ରାମ ର ଭବେନ୍ ମଣ୍ଡଳ ଓ ସଞ୍ଜୟ ଫଉଜିଦାର ଙ୍କ ପୋଖରୀ ରେ ଛଢା ଯାଇଥିବା ମାଛକୁ କୁମ୍ଭୀର ଖାଇ ଅନ୍ୟ ଏକ ପୋଖରୀ ହୁଢାରେ ଯାଉଥିବା ଦେଖି ସେମାନେ ଦୁଇ ପୋଖରୀ ମଝି ସ୍ଥାନନେ ଫାସ ପକେଇଥିଲେ। ତେବେ ମାଛ ଖାଇବାକୁ ଆସି କୁମ୍ଭୀର ଫାସ ରେ ଫସି ଯାଇଥିଲା। ପରେ କୁମ୍ଭୀର କୁ ଉଦ୍ଧାର କରି ଗାଁ କୁ ଆଣିଥିଲେ। ପୋଖରୀରୁ କୁମ୍ଭୀର ଉଦ୍ଧାର ହେବା ପରେ ଅଞ୍ଚଳ ବାସୀଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଛି। ଏହି ପୋଖରୀରେ କୁମ୍ଭୀର କିପରି ଆସିଲା ସେ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏବେବି ପୋଖରୀରେ କୁମ୍ଭୀର ଛୁଆ ରହିଥିବାର ଆଶଙ୍କା ପ୍ରକାଶ କରିଛନ୍ତି।