ଭବାନୀପାଟଣା, ୧୦।୧୨: କଳାହାଣ୍ଡି ଜିଲ୍ଲା ନର୍ଲା ଫରେଷ୍ଟ ରେଞ୍ଜ ବାନପାଲରେ ଅଘଟଣ । ୫୭ ବର୍ଷୀୟ ରେଞ୍ଜର ପ୍ରଶାନ୍ତ ପାଲଙ୍କୁ ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ରବିବାର ପ୍ରାୟ ସାଢ଼େ ୧୦ଟା ସମୟରେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପ୍ରଶାନ୍ତ କନେକପୁର ବାଲସିଂହା ଜଙ୍ଗଲକୁ ଯାଇଥିଲେ । ତେବେ ଏକ ଜଙ୍ଗଲୀ ହାତୀ ଅଚାନକ ତାଙ୍କ ଉପରକୁ ଆକ୍ରମଣ କରି ଦଳି ଦେବାରୁ ସେ ଗୁରୁତର ହେବା ପରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ରେଞ୍ଜର ପ୍ରଶାନ୍ତଙ୍କ ଘର କଳାହାଣ୍ଡି ଜିଲ୍ଲା ମଦନପୁର.ରାମପୁର ଥାନା ଅନ୍ତର୍ଗତ ଆମପଡ଼ାରେ ବୋଲି ଜଣାପଡ଼ିଛି । ତେବେ ବନବିଭାଗ ପକ୍ଷରୁ ଏଯାଏଁ ରେଞ୍ଜରଙ୍କ ମୃତ୍ୟୁ ଘୋଷଣା କରାଯାଇନାହିଁ ।