ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

'ଇଣ୍ଡିଆ' ମେଣ୍ଟ ଉପରେ ଅଓ୍ବେସିଙ୍କ ଆକ୍ରୋଷ; କହିଲେ,' ମୁଁ ଅଣ ନିଃଶ୍ବାସୀ ହୋଇଯାଉଛି'

Image courtesy: PTI

ହାଇଦ୍ରାବାଦ,୧୯/୦୯:  ଅଲ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଅଓ୍ବେସି ପୁଣି ଥରେ ବିରୋଧୀଦଳର ନେତୃତ୍ୱାଧୀନ ଇଣ୍ଡିଆ (I.N.D.I.A.) ମିଳିତ ମେଣ୍ଟ ଉପରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ଏହି ମିଳିତ ମଞ୍ଚର ଅଂଶ ହୋଇଥାନ୍ତେ ତେବେ ସେ ଶ୍ୱାସରୁଦ୍ଧ ହୋଇଯାଇଥାନ୍ତେ। ଦିଲ୍ଲୀର ଲୋକଙ୍କୁ ସମ୍ବୋଧିତ କରି ଅଓ୍ବେସି କହିଛନ୍ତି ଯେ ସେ ଭାରତ ମିଳିତ ମେଣ୍ଟ ଅଂଶ ନୁହଁନ୍ତି। ଏପରିକି ଏହି ମେଣ୍ଟ ନର୍କକୁ ଯାଉ ବୋଲି କହିଛନ୍ତି ଅଓ୍ବେସି।

ଭାରତ ମିଳିତ ମେଣ୍ଟରେ ଯୋଗଦେବାକୁ ନିମନ୍ତ୍ରଣ ନ ପାଇବାରୁ ଅୱେସି କହିଛନ୍ତି ଯେ ସେ ଏଥିରେ ଆଦୌ ଚିନ୍ତିତ ନୁହଁନ୍ତି। ଅୱେସି କହିଛନ୍ତି, 'ଆମେ I.N.D.I.A. ମିଳିତ ମେଣ୍ଟର ନୁହେଁ କି ଏଥିପାଇଁ ମୁଁ ଚିନ୍ତା ବି କରେ ନାହିଁ। ମୁଁ ସେଠାରେ ଶ୍ୱାସରୁଦ୍ଧ ହୋଇଯାଇଥାନ୍ତି। ସେମାନେ କାହିଁକି ସେମାନଙ୍କ ଆଦର୍ଶକୁ ନେଇ ବିଜେପି ବିରୋଧରେ ଠିଆ ହେଉନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅଓ୍ବେସି। ସେ କହିଛନ୍ତି ଯେ ଯଦି ସେମାନେ ଆମକୁ ଟିକେଟ୍ ଦିଅନ୍ତି ତେବେ ସେମାନେ ହିନ୍ଦୁ ଭୋଟ୍ ପାଇବେ ନାହିଁ। ସେ କହିଛନ୍ତି, 'ମୁଁ ଏସବୁ ଖୋଲାଖୋଲି କହୁଛି ଏବଂ ସେମାନେ ଏହାକୁ ରୁଦ୍ଧଦ୍ବାର ବୈଠକରେ ଆଲୋଚନା କରନ୍ତି।' 

ଲୋକମାନଙ୍କୁ ସମ୍ବୋଧିତ କରିବାବେଳେ ଅୱେସି ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ ୱାୟାନାଡ଼ାରେ ରାହୁଲଙ୍କ ବୁଡ଼ି ଯାଉଥିବା ଡଙ୍ଗାକୁ ମୁସଲିମ ଲିଗ୍‌ ରକ୍ଷା କରି‌ଥିଲା। ୨୦୧୯ ଲୋକସଭା ନିର୍ବାଚନରେ ଆମେଥୀ ଆସନରୁ ରାହୁଲ ହାରିଯାଇଥିଲା। ଆମେଥୀ ଗାନ୍ଧୀ ପରିବାରର ଗଡ଼ ବୋଲି ବିବେଚନା କରାଯାଏ। ଆମେଥୀ ରାହୁଲଙ୍କ ପାରମ୍ପାରିକ ଆସନ ମଧ୍ୟ ରହିଆସିଛି। କିନ୍ତୁ ଲୋକସଭା ନିର୍ବାଚନରେ ସେ ଏହି ଆସନରୁ ବିଜେପି ନେତ୍ରୀ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ହାରିଥିଲେ।

ହାଇଦ୍ରାବାଦ ସାଂସଦ ଏପରି ସମୟରେ ରାହୁଲ ଗାନ୍ଧୀଙ୍କ ଉପରେ ଘୋର ଆକ୍ରମଣ କରିଛନ୍ତି ଯେତେବଳେ କି ନିକଟରେ କଂଗ୍ରେସ ନେତା ଅଓ୍ବେସିଙ୍କୁ ନେଇ ଏକ ବିବୃତ୍ତି ଦେଇଥିଲେ। ରାହୁଲ କହିଥିଲେ ଯେ ସରକାରୀ ଏଜେନ୍ସି ମାଧ୍ୟମରେ ବିରୋଧୀ ଦଳର ନେତାଙ୍କୁ ଆକ୍ରମଣ କରାଯାଉଛି। କିନ୍ତୁ ଏଆଇଏମ୍ଆଇଏମ୍ ନେତାଙ୍କ ବିରୋଧରେ କୌଣସି ମାମଲା ପଞ୍ଜିକୃତ ହୋଇନାହିଁ, କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ନିଜର ବୋଲି ବିବେଚନା କରନ୍ତି। 

 

 

 

 

INDIA Alliance
AIMIM

Copyright © 2022 - Summa Real Media Private Limited. All Rights Reserved.