ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

IPL ୨୦୨୪: ଚଳିତ ସଂସ୍କରଣରେ ମାହି ହେବେ ନାହିଁ ଅଧିନାୟକ ? ଖୁଲାସା କଲେ CSKର ପୂର୍ବତନ ଖେଳାଳି

ଚେନ୍ନାଇ, ୧୭/୦୩: କଣ ଆଇପିଏଲ୍ ୨୦୨୪ ସଂସ୍କରଣରେ ମହେନ୍ଦ୍ର ସିଂହ ଧୋନି ଶେଷ ଥର ଖେଳିବେ ? କଣ ଚଳିତ ସଂସ୍କରଣରେ ଧୋନିଙ୍କ ବଦଳରେ ଆଉ କିଏ ନେବ ଚେନ୍ନାଇ ସୁପର୍ କିଙ୍ଗ୍ସର ନେତୃତ୍ୱ ? ଧୋନିଙ୍କୁ ନେଇ ନାନା ଚର୍ଚ୍ଚା ମଧ୍ୟରେ ସିଏସକେ ଟିମର ଅଂଶ ରହି ସାରିଥିବା ଅମ୍ବାତି ରାୟୁଡୁଙ୍କ ଅନୁସାରେ, ଚଳିତ ସଂସ୍କରଣରେ ଧୋନି ଅଧିନାୟକ ରହିବେ ନାହିଁ । ତାଙ୍କ ସ୍ଥାନରେ ସିଏସକେର ଅନ୍ୟ କେହି ନେତୃତ୍ୱ ସମ୍ଭାଳିବେ ।

ତେବେ ଏହା ପୂର୍ବରୁ ୨୦୨୨ ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ସ୍ଥାନରେ ରବୀନ୍ଦ୍ର ଜାଡ଼େଜାଙ୍କୁ ଚେନ୍ନାଇ ସୁପର୍ କିଙ୍ଗ୍ସର ଅଧିନାୟକ କରାଯାଇଥିଲା । କିନ୍ତୁ ସେତେବେଳେ ଏହି ନିଷ୍ପତ୍ତି ଠିକ୍ ସାବ୍ୟସ୍ତ ହୋଇ ନଥିଲା । ଯାହା ଫଳରେ ମାହି ପୁଣି ଥରେ ଅଧିନାୟକ ଭାର ସମ୍ଭାଳି ଥିଲେ ।

ଅମ୍ବାତି ରାୟୁଡୁ କହିଛନ୍ତି, ଚଳିତ ସଂସ୍କରଣରେ ମାହି ଦଳର ଅନ୍ୟ କୌଣସି ଖେଳାଳିଙ୍କୁ ଅଧିନାୟକ ଦାୟିତ୍ୱ ଦେଇ ପାରନ୍ତି । ଏହା ଚେନ୍ନାଇ ସୁପର୍ କିଙ୍ଗ୍ସ ପାଇଁ ପରିବର୍ତ୍ତନ ସଂସ୍କରଣ ହେବ । ଏହା ଛଡ଼ା ମାହି ଶେଷ ଥର ପାଇଁ ଖେଳି ପାରନ୍ତି ଆଇପିଏଲ୍ । ଯଦି ଧୋନି ଆଗକୁ ଆଇପିଏଲ୍ ଖେଳିବାକୁ ଚାହାନ୍ତି ତ ସିଏସକେର ଅଧିନାୟକ ବଦଳିବେ ନାହିଁ । ମୁଁ ବ୍ୟକ୍ତିଗତ ଭାବେ ଚାହିଁବେ ଧୋନି ଅଧିନାୟକ ରୁହନ୍ତୁ ।

ସେ ଆହୁରି କହିଛନ୍ତି, ଧୋନି ଯଦି ୧୦ ପ୍ରତିଶତ ଫିଟ୍ ରୁହନ୍ତି ତ ସେ ପୂରା ସଂସ୍କରଣରେ ଖେଳିବେ । ଆହତ କାରଣରୁ ସେ କ୍ରିକେଟରୁ ଦୂରେଇ ରହିବେ ନାହିଁ । ସେ ଆହତ ହେଲେ ବି ଖେଳିଥାନ୍ତି । ଗତବର୍ଷ ସେ ଆହତ ସତ୍ତ୍ୱେ ପୂରା ଟୁର୍ଣ୍ଣାମେଣ୍ଟ ଖେଳିଥିଲେ ।

ସୂଚନାଯୋଗ୍ୟ, ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପର୍ କିଙ୍ଗ୍ସ ଷଷ୍ଠ ଥର ଲାଗି ଆଇପିଏଲ୍ ଟାଇଟଲ୍ ଜିତିଥିଲା । ମାର୍ଚ୍ଚ ୨୨ରୁ ଆଇପିଏଲ୍ ୨୦୨୪ ସଂସ୍କରଣ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ବେଙ୍ଗଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.