ପ୍ରମୂଖ ଖବର
  • ଭୁବନେଶ୍ଵର : ୨୨ରୁ ବଜେଟ ଅଧିବେଶନ, ସରକାର ବନାମ ନବୀନଙ୍କ ଛାୟା ମନ୍ତ୍ରିମଣ୍ଡଳ ଲଢ଼େଇ
  • ||
  • ଆଜି ରସଗୋଲା ଦିବସ, ଜିଆଇର ୫ ବର୍ଷ ପରେ ବ୍ରାଣ୍ଡିଂ ନାହିଁ, ସରକାର ନିରବ
  • ||

ରାସ୍ତାରେ ମାଟି ଧସିବାରୁ ଅଟକିଲା ବ୍ରହ୍ମ ତାଳଧ୍ବଜ ରଥ

କେନ୍ଦ୍ରାପଡା,୮।୭ : ମାଟି ଧସି   ଅଟକିଲା ବ୍ରହ୍ମ ତାଳଧ୍ଵଜ ରଥ  ।  ବାମକୁ ଅଧିକ ମାଡି ଯିବାରୁ ମାଟି ଧସି ରଥ ଚକା ଦବିଯାଇଛି। ହାଇଡ୍ରୋଲିକ ଜଗ୍ ସାହାଯ୍ୟରେ ଚକ ଉଠାଇବାକୁ ଉଦ୍ୟମ କରାଯାଉଛି।

 ଆଜି ତୁଳସୀ କ୍ଷେତ୍ରରେ ଗଡିଲା ବ୍ରହ୍ମ ତାଳଧ୍ୱଜ l ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବାପରେ ଅପରାହ୍ନ ସାଢେ ୨ଟାରେ ରଥ ଟଣା ଆରମ୍ଭ ହେଲା l ସକାଳ ୭ଟାରେ ରଥରେ ଦିଅଁ ମାନଙ୍କର ଜୟମଙ୍ଗଳା ଆଳତି କରାଯାଇଥିଲା l ସେହିପରି ପୂର୍ବାହ୍ନ ୧୦ଟାରେ ନୀତି ସ୍ନାନ ବଲ୍ଲଭ ପରେ ଠାକୁରଙ୍କର ବେଶ କରାଯାଇଥିଲା l ଦ୍ଵିପ୍ରହର ଧୂପ ପରେ ହଜାର ହଜାର ଶ୍ରଦ୍ଧାଳୁ ବ୍ରହ୍ମ ତାଳଧ୍ଵଜ ରଥ କୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ l ହଠାତ ମାଟି ଧସିଯିବାରୁ ଚକା ଦବିଯାଇ ଅଟକି ରହିଥିଲା। ଜଗ୍ ସାହାଯ୍ୟରେ ଚକ ଉଠାଇବାକୁ ଉଦ୍ୟମ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.