ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ୩ ଖେଳାଳିଙ୍କୁ ଚୀନ୍ ଦେଲାନି ଏସିଆନ୍ ଗେମ୍ସରେ ଏଣ୍ଟ୍ରି
  • ||
  • କଟକ: କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଗୁରୁତର, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||
  • ଏବେ ସୁଦ୍ଧା ବାତ୍ୟା ସୂଚନା ନାହିଁଁ, ଅକ୍ଟୋବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା:IMD ଡିଜି
  • ||
  • ରିଆମାଳ: ସାତକିଆରୀ ଡ୍ୟାମ୍‌ର ହ୍ୟୁମ ପାଇପ୍‌ରୁ ବାହାରୁଛି ଅସହ୍ୟ ଦୁର୍ଗନ୍ଧ, ପଚା ଶବ ଥିବା ସନ୍ଦେହ
  • ||
  • ଚଣ୍ଡୀଗଡ଼: ଟସ୍ ଜିତି ଭାରତ ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଅଷ୍ଟ୍ରେଲିଆ
  • ||
  • ଭୁବନେଶ୍ୱର: ରାଜଧାନୀରେ ଗର୍ଜିଲେ ଆଙ୍ଗନବାଡ଼ି ଦିନ, ୧୦ ଦଫା ଦାବି ନେଇ ଆନ୍ଦୋଳନ
  • ||
  • କଟକ: ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍ ଯଦୁମଣି ମାଝୀ, ୪ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଟିମ୍
  • ||
  • ପୁରୀ: ୨୪ରୁ ଗଡ଼ିବ ପୁରୀ-ରାଉରକେଲା ବନ୍ଦେ ଭାରତ, କଟକ ଦେଇ ଚାଲିବ ଟ୍ରେନ୍‌
  • ||
  • ଭୁବନେଶ୍ୱର; ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି ଭାବେ ଶପଥ ନେଲେ ପ୍ରମିଳା ମଲ୍ଲିକ
  • ||
  • ଭୁବନେଶ୍ୱର: ମାୟାବିନୀ ଇରାନୀର ହନିଟ୍ରାପ୍‌ ମାମଲା: ବାପିର ରିମାଣ୍ଡ ସରିଲା, ଏଥର ଇରାନୀ ପାଳି, ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ମାଗିଲା ପୁଲିସ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ରୁ ପୁଣି ୫ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ ଚିହ୍ନଟ, ୨୧୧ରେ ପହଞ୍ଚିଲା ପଜିଟିଭ୍ ସଂଖ୍ୟା
  • ||
  • କଣାସ : ଡ଼ଙ୍ଗା ନେଇ ଚିଲିକାକୁ ଯିବାବେଳେ ଅଘଟଣ, ମତ୍ସ୍ୟଜୀବୀ ନିଖୋଜ
  • ||
  • ଚନ୍ଦ୍ରର ଦକ୍ଷିଣ ମେରୁରେ ଉଇଁଲା ସୂର୍ଯ୍ୟ: ଆଜି ବିକ୍ରମ, ପ୍ରଜ୍ଞାନର ନିଦ ଭାଙ୍ଗିବ !ଯୋଗାଯୋଗ ପାଇଁ ଚେଷ୍ଟା କରିବ ଇସ୍ରୋ
  • ||
  • ଭୁବନେଶ୍ୱର:ଆଜିଠୁ ବିଧାନସଭା ଅଧିବେଶନ, ଅକ୍ଟୋବର ୪ ପର୍ଯ୍ୟନ୍ତ ଚାଲିବ: ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ୍
  • ||
  • ଭୁବନେଶ୍ୱର: ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା! ଓଡ଼ିଶା-ଆନ୍ଧ୍ର ଉପକୂଳ ମୁହାଁଇପାରେ, ଆଣିପାରେ ପ୍ରବଳ ବର୍ଷା
  • ||

ପ୍ୟାକେଟ୍‌ରୁ ଗୋଟିଏ ବିସ୍କୁଟ ଗାୟବ, କମ୍ପାନିକୁ ୧ ଲକ୍ଷ ଟଙ୍କା ତଣ୍ଡ

ନୂଆଦିଲ୍ଲୀ ୦୭/୦୯ : ଗୋଟିଏ ବିସ୍କୁଟର ମୂଲ୍ୟ ଯଦି ୧ ଲକ୍ଷ ଟଙ୍କା ବୋଲି ଆମେ କହୁ, ତେବେ ଆପଣ ନିଶ୍ଚୟ ସୁନା ବିସ୍କୁଟ କଥା ଭାବିବେ । ଏଠାରେ ମାମଲା କିନ୍ତୁ ଖାଇବା ବିସ୍କୁଟକୁ ନେଇ । ତାମିଲନାଡୁରେ ଏକ କଂଜୁମର କୋର୍ଟ ଭାରତର ଅଗ୍ରଣୀ ଫାଷ୍ଟ୍‌-ମୁଭିଂ କଂଜୁମର ଗୁଡ୍‌ସ (ଏଫ୍‌ଏମ୍‌ସିଜି) ମାର୍କେଟର୍‌, ଆଇଟିସି ଫୁଡ୍‌ ଲିଃ.କୁ ଜଣେ ଗ୍ରାହକଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ପି ଦିଲ୍ଲିବାବୁ ନାମକ ଗ୍ରାହକ ଅଭିଯୋଗ କରିଥିଲେ ଯେ କମ୍ପାନିର ବିସ୍କୁଟ ବ୍ରାଣ୍ଡ ‘ସନ୍‌ଫିଷ୍ଟ୍‌ ମ୍ୟାରି ଲାଇଟ୍‌ର ଗୋଟିଏ ପ୍ୟାକେଟ୍‌ରେ ୧୫ଟି ବିସ୍କୁଟ ଥିଲା, କିନ୍ତୁ ତାର ଖୋଳରେ ୧୬ଟି ବିସ୍କୁଟ ଅଛି ବୋଲି ଉଲ୍ଲେଖ ହୋଇଛି । ପ୍ୟାକେଟ୍‌ରୁ ବାଦ୍‌ ପଡ଼ିଥିବା ସେହି ଗୋଟିଏ ବିସ୍କୁଟ ଏବେ କମ୍ପାନି ପାଇଁ ସବୁଠୁ ମହଙ୍ଗା ହୋଇଛି । 


ଗଣମାଧ୍ୟମ ଅନୁସାରେ, ତିରୁଭଲ୍ଲୁରର ଡିଷ୍ଟ୍ରିକ୍ଟ କଂଜୁମର ଡିସ୍‌ପୁଟ୍ସ ରିଡ୍ରେସାଲ ଫୋରମ୍‌ ଆଇଟିସି ଫୁଡ୍‌ସକୁ ଗ୍ରାହକଙ୍କ ଅଭିଯୋଗ କ୍ରମେ ପ୍ୟାକେଟ୍‌ରୁ ଗାୟବ ଗୋଟିଏ ବିସ୍କୁଟ ବାବଦକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି । ଦିଲ୍ଲିବାବୁ ମକଦ୍ଦମାରେ କରିଥିବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଆଉ ୧୦ ହଜାର ଟଙ୍କା ଦେବାକୁ ମଧ୍ୟ କୋର୍ଟ କହିଛି । ସୂଚନାଯୋଗ୍ୟ, ଦିଲ୍ଲିବାବୁ ଏଫ୍‌ଏମ୍‌ସିଜିରେ କମ୍ପାନି ଓ ବିସ୍କୁଟ ପ୍ୟାକେଟ୍‌କୁ ବିକ୍ରି କରିଥିବା ଦୋକାନ ବିରୋଧରେ ୧୦୦ କୋଟି ଟଙ୍କା ଦାବି କରିଥିଲେ । ଅନୀତିକର ବ୍ୟବସାୟ ଓ ସେବା ଅଭାବ ସମ୍ପର୍କିତ କାର୍ଯ୍ୟକଳାପ ଲାଗି ୧୦ କୋଟି କ୍ଷତିପୂରଣ ମଧ୍ୟ ଦାବି କରିଥିଲେ । ମାମଲାର ଶୁଣାଣିରେ କଂଜୁମର କୋର୍ଟ ଆଇଟିସି ଫୁଡ୍‌ ଦେଇଥିବା ଯୁକ୍ତିକୁ ଖଣ୍ଡନ କରିଥିଲେ । ସଂଖ୍ୟା ଅନୁସାରେ ନୁହେଁ, ଓଜନ ଅନୁସାରେ ପ୍ୟାକେଟ୍‌ ହୋଇ ବିସ୍କୁଟ ବିକ୍ରି ହୋଇଥିଲା ବୋଲି କମ୍ପାନି ଯୁକ୍ତି କରିଥିଲା । ନିର୍ଦ୍ଦିଷ୍ଟ ବ୍ୟାଚ୍‌ ସଂଖ୍ୟାରେ ପ୍ୟାକ୍‌ହୋଇଥିବା ବିସ୍କୁଟ ବିକ୍ରିକୁ ବନ୍ଦ କରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.