ପ୍ରମୂଖ ଖବର
  • ରାଜ୍ୟ ବଜେଟ୍ ଉପସ୍ଥାପିତ, ଧାନ କ୍ବିଣ୍ଟାଲ ୩୧ ଶହ ଟଙ୍କା
  • ||
  • ୨୬ରେ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବ: ଅଷ୍ଟ୍ରେର୍ଲିଜ ପୋଲରୁ ଆରମ୍ଭ, ଆଇଫିଲ୍‌ ଟାୱାରରେ ଶେଷ
  • ||
  • ମୋହନ ସରକାରଙ୍କ ପ୍ରଥମ ବଜେଟ୍, ୨୦୨୪-୨୫ ପାଇଁ ଆସିବ ପୂର୍ଣ୍ଣାଙ୍ଗ ବଜେଟ୍ ଅପରାହ୍ନ ୫ଟା ଉପସ୍ଥାପନ
  • ||
  • ଆସନ୍ତା ୨୭ରେ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା: ଆଜି ତିନି ଜିଲ୍ଲାକୁ ଆଲର୍ଟ ଜାରି
  • ||

ରଣବୀର ସିଂ ହେଲେ BGMIର ବ୍ରାଣ୍ଡ୍ ଆମ୍ବାସଡର, Free Fire Indiaକୁ ଟକ୍କର...

ନୂଆଦିଲ୍ଲୀ ୫/୯: BGMI, ଫ୍ରି ଫାୟର ଇଣ୍ଡିଆକୁ ଚାଲେଞ୍ଜ ଦେବା ପାଇଁ Krafton ବଲିଉଡ ଅଭିନେତା ରଣବୀର ସିଂହଙ୍କୁ ନିଜ ବ୍ରାଣ୍ଡ୍ ଆମ୍ବାସଡର ଘୋଷିତ କରିଦେଇଛି । ବିଜିଏମଆଇ ଘୋଷଣା କରିଛି କି ଖୁବ୍ ଶୀଘ୍ର ଗେମରେ ସେଲିବ୍ରିଟି କଲେକ୍ସନ କରିବ । କ୍ରାଫ୍ଟନ ରଣବୀର ସିଂହଙ୍କୁ ନିଜ ବ୍ରାଣ୍ଡ୍ ଆମ୍ବାସଡର ଘୋଷଣା କରିଛି । 

କହିରଖୁଛୁ ଫ୍ରି ଫାୟର ଇଣ୍ଡିଆ ୫ ସେପ୍ଟେମ୍ବରରେ ରିଟର୍ଣ୍ଣ କରିଥାନ୍ତା କିନ୍ତୁ ଏଥିରେ ମଧ୍ୟ ବିଳମ୍ବ ହୋଇଯାଇଥିଲା । ଏହି ସମୟରେ ପ୍ରତିଦ୍ୱନ୍ଦୀ ବ୍ୟାଟେଲ୍ ରୟଲ ଗେମ୍ ବିଜିଏମଆଇ ଫ୍ରି ଫାୟାର ଇଣ୍ଡିଆକୁ ଟକ୍କର ଦେବା ପାଇଁ ପ୍ରସ୍ତୁତି କରିଛି । ଫ୍ରି ଫାୟର ଇଣ୍ଡିଆ ନିକଟରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜ ବ୍ରାଣ୍ଡ୍ ଆମ୍ବାସଡର ଘୋଷିତ କରିଥିଲା । ଏବେ ତାଙ୍କୁ ଟକ୍କର ଦେବା ପାଇଁ ମଇଦାନରେ ବଲିଉଡ ଆକ୍ଟର ରଣବୀର ସିଂହ ଓହ୍ଲାଇ ସାରିଛନ୍ତି । 

Krafton ନିକଟରେ ହିଁ ଏକ ଟିଜର ଭିଡିଓ ଜରିଆରେ ଏନେଇ ସୂଚନା ଦେଇଛି । ଏହି ଭିଡିଓରେ କ୍ରାଫ୍ଟନ ରଣବୀର ସିଂହଙ୍କ ଏଣ୍ଟ୍ରିକୁ ଟିଜ୍ କରିଛି । ଅନେକ ଅଟକଳ ମଧ୍ୟରେ ଶେଷରେ କ୍ରାଫ୍ଟନ ଘୋଷଣା କରିଦେଇଛି କି ରଣବୀର ସିଂହ ଅଫିସିଆଲ୍ ବ୍ରାଣ୍ଡ୍ ଆମ୍ବାସଡର ହେବେ । 

ଯଦି ଆପଣ ଲାଟେଷ୍ଟ ଟିଜର ଭିଡିଓ ଦେଖିବେ ତେବେ ସେଥିରେ ଆପଣଙ୍କୁ ରଣବୀର ସିଂହଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିବ । ଏଥିରେ ସେ BGMI ଗମ୍ ଖେଳୁଥିବା ନଜର ଆସୁଛନ୍ତି । ରଣବୀର ସିଂହଙ୍କ କୋଲାବ୍ରେଶନରେ ବିଜିଏମଆଇ ନୂଆ ପ୍ଲେ ପ୍ୟୁର କ୍ୟାମ୍ପେନର ଘୋଷଣା ମଧ୍ୟ କରିଛି । ଏହି କ୍ୟାମ୍ପେନରେ ସୁପରଷ୍ଟାର୍ ରଣବୀର ସିଂହଙ୍କ ତଡକା ଦେଖିବାକୁ ମିଳିବ । ବର୍ତ୍ତମାନ ଏହି କ୍ୟାମ୍ପେନ ସମ୍ପର୍କିତ ଅଧିକ ସୂଚନା ପବ୍ଲିକ୍ କରାଯାଇନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.