ପ୍ରମୂଖ ଖବର
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ଦିନ ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି
  • ||
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

କେନ୍ଦୁଝର ଜିଲ୍ଲାରେ ରେଳବାଇର ସାମଗ୍ରିକ ବିକାଶ ପାଇଁ ସାଂସଦଙ୍କୁ ଯୁବ ଓ ଶ୍ରମ ବିକାଶ ମଞ୍ଚ ତରଫରୁ ଦାବିପତ୍ର

କେନ୍ଦୁଝର ସଦର ୬/୭(ଆପ୍ର) : ରଥଯାତ୍ରା ଉପଲକ୍ଷେ  ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ମଣ୍ଡଳର  କେନ୍ଦୁଝରଗଡ଼ ଠାରୁ ପୁରୀ ପର୍ଯ୍ୟନ୍ତ  ଯାତ୍ରୀବାହି ଟ୍ରେନକୁ କେନ୍ଦୁଝର ସାଂସଦ ପତାକା ଦେଖାଇ ଶନିବାର ସନ୍ଧ୍ୟାରେ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଯୁବ ଓ ଶ୍ରମ ବିକାଶ ମଞ୍ଚର ସାଧାରଣ ସମ୍ପାଦିକା ସାଂସଦକୁ ସାକ୍ଷାତ କରି ରେଳବାଇ କ୍ଷେତ୍ରରେ କେନ୍ଦୁଝର ଜିଲ୍ଲାର ବିକାଶ ହୋଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ। 

କେନ୍ଦୁଝର ରୁ ଭାୟା ଯାଜପୁର ରୋଡ଼ ଦେଇ ହାଓଡ଼ା ପର୍ଯ୍ୟନ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ, ଟାଟା ବିଶାଖାପାଟଣା ଟ୍ରେନ କୁ ସପ୍ତାହକୁ ଦିନେ ପରିବର୍ତେ୍ତ  ଦୈନିକ, ଟାଟା ରୁ କେନ୍ଦୁଝର ଦେଇ ଏର୍ଣ୍ଣାକୂଳମ , କେନ୍ଦୁଝରରୁ ତମକା ଦେଇ ଅନୁଗୁଳକୁ ଯାତ୍ରୀବାହୀଟ୍ରେନ, ବଡ଼ବିଲ ପୁରୀ ଟ୍ରେନରେ ଅଧିକ ବଗି ସଂଯୋଗ, ବାଂଶପାଣିରୁ ବଡ଼ବିଲ ପର୍ଯ୍ୟନ୍ତ ରେଳପଥ ସଂଯୋଗ, କେନ୍ଦୁଝରରେ ପ୍ରସ୍ତାବିତ ଯାତ୍ରୀବାହୀ ଓ ମାଲବାହୀ ରେଳ ଡବା ମରାମତି ସହିତ ରେଳ ଇଂଜିନର ମରାମତି କାରଖାନାକୁ ସହଯୋଗର ହାତ ବଢ଼ାଇ ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ସହିତ କେନ୍ଦୁଝର ରେଳବାଇ ହସ୍ପିଟାଲରେ ଅତ୍ୟନ୍ତ ଦୁଇଜଣ ସ୍ଥାୟୀ ଡାକ୍ତର ନିଯୁକ୍ତି କରିବାକୁ ଦାବି ଉପସ୍ଥାପନ କରିଥିଲେ।  ସାଂସଦ ନାୟକ ମଧ୍ୟ ଖୁବ ଶୀଘ୍ର ଦାବି ପୂରଣ ହେବ ବୋଲି କହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.