ପ୍ରମୂଖ ଖବର
  • ଜନ୍ମବେଦିରୁ ବାହୁଡ଼ିଲେ ଦାରୁବ୍ରହ୍ମ,ବୁଧବାର ସୁନାବେଶ, ଗୁରୁବାର ଅଧରପଣା, ଶୁକ୍ରବାର ନୀଳାଦ୍ରି ବିଜେ
  • ||
  • ଝାରସୁଗୁଡ଼ା: ଧାର ଟଙ୍କା ଫେରସ୍ତକୁ ନେଇ ଗୁଳିକାଣ୍ଡ, ଜଣେ ଆହତ
  • ||
  • ବିଶ୍ୱ ସର୍ପ ଦିବସ: ବର୍ଷା ଦିନେ ସତର୍କତା ଜରୁରି, ୫ ବର୍ଷରେ ଗଲାଣି ୫୨୧୯ ଜୀବନ
  • ||
  • ବାରିପଦା : ସ୍କୁଟିକୁ ଧକ୍କା ଦେଲା ଟ୍ରକ୍, ୨ ମୃତ
  • ||
  • ମୁମ୍ବାଇ ଏକ୍ସପ୍ରେସ ହାଇୱେରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ଧକ୍କା, ୫ମୃତ, ୪୨ ଆହାତ
  • ||
  • ସଇଁନ୍ତଳା ରାଇସମିଲ ନିକଟରେ ହାଇୱା ଟ୍ରକକୁ ପିଟିଲା ଯାତ୍ରୀବାହୀ ବସ୍‌, ଏକାଧିକ ଯାତ୍ରୀ ଆହତ
  • ||
  • ରାଜ୍ୟରେ ଲଘୁଚାପ ସକ୍ରିୟ: ୧୭ରୁ ବଢ଼ିବ ବର୍ଷା, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷିବ
  • ||

ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲାରେ ଫେରାର ଅଭିଯୁକ୍ତଙ୍କ ପାଇଁ ପୋଲିସ୍‌ର ଲୁକ୍ ଆଉଟ୍ ନୋଟିସ୍ ଜାରି, ସିନ୍ଦେ କହିଲେ-ଯେ ପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଅଛି…

ନୂଆଦିଲ୍ଲୀ: ମୁମ୍ବାଇର ୱର୍ଲି ଅଞ୍ଚଳରେ ହୋଇଥିବା ହିଟ୍ ଆଣ୍ଡ ରନ୍ ମାମଲାରେ ପୋଲିସ ରାଜେଶ ଶାହାଙ୍କ ପୁଅ ମିହିର ଶାହାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି । ସଡ଼କ ଦୁର୍ଘଟଣା ପରେ ମିହିର ଶାହା ଫେରାର ଅଛନ୍ତି । ଏହି ସମୟରେ ବିରୋଧୀ ଦଳର ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ବିରୋଧୀଙ୍କ ଦାବି ମୁତାବକ ୨ ବର୍ଷ ପୂର୍ବର ରେକର୍ଡ ଗୁଡିକ ବାହାର କରାଯିବା ଉଚିତ, ଏପରିକି ଗୃହମନ୍ତ୍ରୀ ମଧ୍ୟ ଜେଲ ଯାଇଥିଲେ ବୋଲି ସେମାନେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହା ମଧ୍ୟ କହିଛନ୍ତି ଯେ, ଯିଏ ହିଟ୍ ଏଣ୍ଡ୍ ରନ ମାମଲାରେ ଦୋଷୀ ସାବ୍ୟସ୍ତ ହେବ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିଥିବା ହୋଟେଲ ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଯେଉଁମାନେ ମଦ୍ୟପାନ କରି ଗାଡି ଚଳାଉଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ କମିଶନରଙ୍କୁ କହିଛି । ଯଦି ତଥାପି ମାନୁ ନାହାଁନ୍ତି ତେବେ ଲାଇସେନ୍ସ ବାତିଲ ହେବା ଉଚିତ୍ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଲେଖିଛନ୍ତି ଯେ, ମୁଁ ହିଟ୍ ଏଣ୍ଡ ରନ୍ ମାମଲାରେ ବହୁତ ଚିନ୍ତିତ । ଏହା ଅସହନୀୟ ଯେ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ବ୍ୟକ୍ତି ମାନେ ବ୍ୟବସ୍ଥାକୁ ହେରଫେର କରିବା ପାଇଁ ସେମାନଙ୍କର ସ୍ଥିତିକୁ ଦୂରୁପଯୋଗ କରିବେ । ମୋର ସରକାର ନ୍ୟାୟର ଏପରି ଗଡବଡିକୁ ବରଦାସ୍ତ କରିବ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି, “ସାଧାରଣ ନାଗରିକଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ ଅଟେ । ଏହି ମାମଲା ଗୁଡ଼ିକୁ ଅତି ଗମ୍ଭୀରତାର ସହ ପରିଚାଳନା କରିବା ଏବଂ ନ୍ୟାୟ ସୁନିଶ୍ଚିତ କରିବାକୁ ମୁଁ ରାଜ୍ୟ ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେଇଛି । ଏତଦ୍ ବ୍ୟତୀତ, ଆମେ କଠୋର ନିୟମ ଏବଂ ହିଟ୍-ରନ୍ ଅପରାଧୀ ମାନଙ୍କ ପାଇଁ କଠୋର ଦଣ୍ଡ ଲାଗୁ କରୁଛୁ । 

ସିଏମ୍ ସିନ୍ଦେ ଆଶ୍ୱାସନା ଦେଇଛନ୍ତି କି, ଯେପର୍ଯ୍ୟନ୍ତ ମୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ, ସେ ପର୍ଯ୍ୟନ୍ତ ଧନୀ, ପ୍ରଭାବଶାଳୀ କିମ୍ବା ଅମଲାତନ୍ତ୍ର କିମ୍ବା ମନ୍ତ୍ରୀଙ୍କ ପିଲା, କୌଣସି ଦଳ ସହ ଜଡିତ ଥିବା ବ୍ୟକ୍ତି କୌଣସି ଛାଡ ପାଇବେ ନାହିଁ । ଅନ୍ୟାୟ ପାଇଁ ମୁଁ ଶୂନ୍ୟ ସହନଶୀଳତା ନୀତି ଆପଣେଇବି । ପୀଡିତ ଏବଂ ସେମାନଙ୍କ ପରିବାର ସହ ପ୍ରଶାସନ ଦୃଢ ଭାବରେ ଛିଡା ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.