ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଦନ୍ତା ପାଟିରେ ବୋମା ବିସ୍ଫୋରଣ ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଅଖିବୁଜିଲା ହାତୀ, ଭରତପୁର ଜଙ୍ଗଲରେ ହୋଇଥିଲା ଠାବ

ଭୁବନେଶ୍ୱର,୧୩/୦୨ : ପାଟିରେ ବୋମା ବିସ୍ଫୋରଣ ଘଟି ଗୁରୁତର ଥିବା ଦନ୍ତା ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଭରତପୁର ଜଙ୍ଗଲରେ ଠାବ ହୋଇଥିବା ଦନ୍ତା ପାଟିରେ ୧୫ ଦିନ ତଳେ  ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି। ଦନ୍ତାର ମୃତଦେହକୁ ଓୟୁଏଟିର ପାଥୋଲୋଜି ଲ୍ୟାବ୍‌ରେ ବ୍ୟବଚ୍ଛେଦ କରାଯିବ। ଘଟଣାସ୍ଥଳରେ ବନବିଭାଗର ତଦନ୍ତ ଆରମ୍ଭ ।

ଭରତପୁର ଜଙ୍ଗଲରେ ଠାବ ହୋଇଥିଲା ଗୁରୁତର ଦନ୍ତା ହାତୀ ମୃତ। ବୋମା ବିସ୍ଫୋରଣରେ ହାତୀର ଜିଭ ଛିଡ଼ି ଯାଇଥିବା ବେଳେ ମାଢ଼ି ହାଡ଼ ଫାଟି ଯାଇଥିଲା । କ୍ଷତସ୍ଥାନ ପଚିଯାଇଛି। ସୋମବାର  ଓୟୁଏଟି ଓ ନନ୍ଦନକାନନ ପ୍ରାଣୀ ଚିକିତ୍ସକମାନେ ପହଞ୍ଚି ହାତୀର ଚିକିତ୍ସା ଆରମ୍ଭ କରିଥିଲେ।  ଶେଷରେ ଜୀବନ ମୃତ୍ୟୁ ସଂଗ୍ରାମରେ ଆଖିବୁଜିଦେଲା ଦନ୍ତା

ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ହାତୀଟି ପ୍ରାୟ ୧୦/୧୨ ଦିନ ହେବ ଖୋର୍ଦ୍ଧା ଅଞ୍ଚଳରୁ ଭରତପୁର ଜଙ୍ଗଲକୁ ଆସିଥିଲା । ଜଙ୍ଗଲରେ ଅନ୍ୟ ହାତୀମାନଙ୍କ ସହ ଏପଟସେପଟ ହେଉଥିଲା । ତେବେ ପ୍ରାୟ ୩/୪ ଦିନ ହେଲା ହାତୀଟି ଚଲାବୁଲା କରିପାରୁ ନଥିଲା । ର ସୋମବାର ପୂର୍ବାହ୍ନରେ ହାତୀଟି ଜଙ୍ଗଲ ରାସ୍ତାରେ ପଡ଼ି ଯାଇଥିଲା । ପାଟ୍ରୋଲିଂ କରୁଥିବା ଟିମ୍‌ ଦେଖି ଚନ୍ଦକା ଡିଏଫ୍‌ଓ ଶରତ ଚନ୍ଦ୍ର ବେହେରାଙ୍କୁ ଜଣାଇଥିଲେ । ଡିଏଫ୍‌ଓଙ୍କଠାରୁ ଖବର ପାଇ ଓୟୁଏଟି ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥ, ନନ୍ଦନକାନନ ଡାକ୍ତର ସନ୍ତୋଷ ଗୁପ୍ତା ଟିମ୍‌ ସହ ଭରତପୁର ଜଙ୍ଗଲରେ ପହଞ୍ଚିଥିଲେ । ହାତୀଟିର ଜିଭ ଛିଡ଼ି ପଡ଼ିଥିବା ବେଳେ ମାଢ଼ି ସଂପୂର୍ଣ୍ଣ ପଚି ଯାଇଛି । ଫଳରେ ହାତୀ ଖାଦ୍ୟ ଗ୍ରହଣ କରିପାରୁ ନାହିଁ । ତେଣୁ ଡାକ୍ତରମାନେ ହାତୀକୁ ଟ୍ରାଙ୍କୁଲାଇଜ କରିବା ପରେ ତା’ ପାଟି ସଫା କରି ଆଣ୍ଟିବାୟୋଟିକ୍‌ ଦେବା ସହ ପେନ୍‌ କିଲର ଇଞ୍ଜେକ୍ସନ ଦେଇଥିଲେ । ହାତୀକୁ ସାଲାଇନ୍‌ ଦିଆଚାଲିଛି । ହାତୀର ଅବସ୍ଥା ସଂକଟାପନ୍ନ ରହିଥିଲା। ତେବେ ଗତ ରାତିରେ ଦନ୍ତାର ମୃତ୍ୟୁ ଘଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.