ପ୍ରମୂଖ ଖବର
  • ବଲାଙ୍ଗୀର : ଲାଞ୍ଚ ନେଇ ଧରାପଡିଲେ କନିଷ୍ଠ ଯନ୍ତ୍ରୀ, ହରେକୃଷ୍ଣ ସାହୁଙ୍କ ଠାରୁ ୭ ହଜାର ଟଙ୍କା ଜବତ କଲା ଭିଜିଲାନ୍ସ
  • ||
  • ବୌଦ୍ଧ : ସାମାନ୍ୟ ବଚସାକୁ ନେଇ ଛୁରା ମାଡ, ଯୁବକ ମୃତ
  • ||
  • ଉଦଳା : ମରିଗଲା ମାନବିକତା, ପୋଲ ତଳେ ନବଜାତକକୁ ଛାଡି ଚାଲିଗଲା ମା
  • ||
  • ଗୁଣପୁର : ପିକ୍‌ଅପ୍ ଭ୍ୟାନ୍ ସହ ୨୫ ଟି ଶାଳ କାଠ ଜବତ, ୨ ଗିରଫ
  • ||
  • ୧୦,୩୦୦ କୁଇଣ୍ଟାଲ୍ ଅର୍ପଣ ଚାଉଳ ନିଲାମ; ୨ କୋଟି ୮୬ ହଜାର ଟଙ୍କାରେ ନିଲାମ, ଶ୍ରୀମନ୍ଦିର ପାଣ୍ଠିରେ ଜମା ହେବ ଟଙ୍କା
  • ||
  • ରାଜଧାନୀରେ ପୋଲିସକୁ ଛୁରାମାଡ଼, କନେଷ୍ଟବଳ ଆହତ
  • ||
  • ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ତୃତୀୟ ଟର୍ମିନାଲ, ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
  • ||
  • ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା, ୩୨୬ ନମ୍ବର ରାଞ୍ଚି – ବିଜାଓ୍ବାଡା ଜାତୀୟ ରାଜପଥ ଅବରୋଧ
  • ||
  • ପାଟଣା : ଗାଧୋଇବା ବେଳେ ଅଘଟଣ, ପୋଖରୀରେ ବୁଡି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ
  • ||
  • ଚୌଦ୍ବାର : ରେଳ ଧାରଣରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • ଉଦଳା : ସିସିଟିଭିରେ ଗାମୁଛା ଗୁଡ଼ାଇ ଚୋରି, ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୨୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟ୍
  • ||
  • ବଣାଇ : ରେଡ଼ିଓକୁଲାର ଲଗାଇବା ପରେ ଦନ୍ତାର ଉତ୍ପାତ, ଘରେ ପଶି ବ୍ୟକ୍ତିଙ୍କୁ କଚାଡ଼ି ମାରିଲା ହାତୀ
  • ||
  • ସୁନ୍ଦରଗଡ : ଘରେ ପଶି ଦୁଇ ଗାଡି ଜାଳିଦେଲେ ଦୁର୍ବୃତ୍ତ; ଜଣେ ଅଟକ
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଦକ୍ଷିଣ ଆଫ୍ରିକା - ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଟକ୍କର, ସ୍ୱତନ୍ତ୍ର ଜର୍ସି ପିନ୍ଧି ଖେଳିବ ଦ.ଆଫ୍ରିକା
  • ||
  • ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ନବରଙ୍ଗପୁର ବନ୍ଦ: ଯାତାୟାତ ଠପ୍‌, ଯାତ୍ରୀ ହନ୍ତସନ୍ତ
  • ||
  • ଦଶହରାରେ ବର୍ଷା ନାହିଁ, ରହିବ ଗୁଳୁଗୁଳି ପାଗ: ଓଡ଼ିଶା ଉପରେ ପଡିବନି ଲଘୁଚାପ ପ୍ରଭାବ
  • ||
  • ସମ୍ବଲପୁର ମଣ୍ଡଳ ଜେଲ୍‌ରେ ରେଡ୍‌, ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ
  • ||

ଫ୍ଲୋରିଡାରେ "ହେଲେନେ୍' ତାଣ୍ଡବ: ୩୯ ମୃତ, କୋଟିଏରୁ ଅଧିକ ଲୋକ ପ୍ରଭାବିତ

ୱାଶିଂଟନ୍‌,୨୮/୦୯:  ଆମେରିକାର ଫ୍ଲୋରିଡାରେ ଗୁରୁବାର  ରାତିରେ ଲ୍ୟାଣ୍ଡଫଲ୍‌ କରିଛି ବାତ୍ୟା  'ହେଲେ‌ନେ' । ଏହାର ପ୍ରଭାବରେ ପ୍ରତି ଘଣ୍ଟାରେ ୨୨୫ କିମି ବେଗରେ ପବନ  ବହୁଛି । ୧୨ ରାଜ୍ୟରେ ଏହାର ପ୍ରଭାବ  ଦେଖିବାକୁ ମିଳିଛି । ୩୯ ଜଣଙ୍କ ମୃତ୍ୟୁ  ଘଟିଥିବାବେଳେ ୧ କୋଟି ୨୦ ଲକ୍ଷରୁ ଊଦ୍ଧ୍ୱର୍  ଲୋକ ପ୍ରଭାବିତ ହୋଇଛନ୍ତି । ଫ୍ଲୋରିଡା  ସମେତ ଜର୍ଜିଆ, ନର୍ଥ କାରୋଲିନା, ସାଉଥ  କାରୋଲିନା, ଭର୍ଜିନିଆ ଏବଂ ଆଲବାମାରେ  ଜରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି ।  ଏହି ରାଜ୍ୟଗୁଡ଼ିକରେ ୧ ହଜାରରୁ ଊଦ୍ଧ୍ୱର୍  ବିମାନ ବାତିଲ କରାଯାଇଛି । ୪ ହଜାରରୁ  ଅଧିକ ବିମାନ ସେବା ବାଧାପ୍ରାପ୍ତ ହୋଇଛି ।  ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ, ଘରଦ୍ୱାର  ବୁଡ଼ିଯାଇଛି । ଲୋକେ ଘର ଭିତରେ ବି  ଡଙ୍ଗା ଚଲାଉଥିବାର ଦୃଶ୍ୟ ଦେଖିବାକୁ  ମିଳିଛି ।

ଷ୍ଟେଟ୍‌ ଏମର୍ଜେନ୍ସି ସର୍ଭିସ  ଅନୁସାରେ, ଆଗାମୀ ୩ ଦିନରେ ୫ କୋଟି  ଲୋକ ଏଥିରେ ପ୍ରଭାବିତ ହୋଇପାରନ୍ତି । ବାତ୍ୟା ଯୋଗୁ ୪୦ ଲକ୍ଷରୁ ଊଦ୍ଧ୍ୱର୍  ଲୋକଙ୍କ ଘରେ ବିଦ୍ୟୁତ୍‌ ଯୋଗାଣ ଠପ୍‌  ହୋଇଛି । ତଳିଆ ଅଞ୍ଚଳରେ ରହୁଥିବା  ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ପଠାଯାଇଛି । ଏହା ଏ ପର୍ଯ୍ୟନ୍ତର ସବୁଠୁ  ଶକ୍ତିଶାଳୀ ଝଡ଼ ବୋଲି ଫ୍ଲୋରିଡାର  ରାଜଧାନୀ ଟାଲାହୈସି ମେୟର ଜନ୍‌ ଡେଲି  କହିଛନ୍ତି । ଏଥିଯୋଗୁ ଏହି ସହରର  ବ୍ୟାପକ କ୍ଷୟକ୍ଷତି ଘଟିଛି । 

ଆମେରିକା  ପାଣିପାଗ ବିଜ୍ଞାନୀ ଫିଲ୍‌ କ୍ଲାଟ୍‌ଜ୍‌ବୈକ୍‌  କହିଛନ୍ତି, ଗତ ୩୫ ବର୍ଷ ଭିତରେ  କେବଳ ୩ଟି ଝଡ଼ ହେଲେନ୍‌ଠାରୁ ବଡ଼  ଥିଲା । ୨୦୧୭ରେ ଇରମା, ୨୦୦୫ରେ  ୱିଲ୍‌ମା ଏବଂ ୧୯୯୫ରେ ଓପଲ୍‌ ବଡ଼ ଝଡ଼  ଥିଲା । ହେଲେନ ପ୍ରଭାବରେ ଲଗାତର  ବର୍ଷା ଯୋଗୁ ନର୍ଥ କାରୋଲିନାରେ  ସ୍ୱାନ୍ନାନୋଆ ନଦୀ ବିପଦସଙ୍କେତ ସ୍ତର  ଟପିଛି । ଅନେକ ସ୍ଥାନରେ ବନ୍ୟା ସ୍ଥିତି  ଉପୁଜିଛି । ଦକ୍ଷିଣପୂର୍ବ ଅଞ୍ଚଳରେ ବନ୍ୟା  ସହ ଭୂସ୍ଖଳନ ଆଶଙ୍କା ବଢ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.