ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୋସା-ଇଟଲି ଖାଇବା ହେଲା ମହଙ୍ଗା ! ୧୮% ଜିଏସ୍‌ଟି ଲଗାଇବାର ନିଷ୍ପତ୍ତି

ନୂଆଦିଲ୍ଲୀ,୯।୬: ଇଡଲି, ଡୋସା ଏବଂ ଖମାନ ଅନେକ ଲୋକଙ୍କ ପ୍ରିୟ ଜଳଖିଆ ଏବଂ ଭୋଜନ। କିନ୍ତୁ, ବର୍ତ୍ତମାନ ସେଗୁଡ଼ିକର ସ୍ୱାଦ ଟିକେ ମହଙ୍ଗା ହୋଇପାରେ। କାରଣ ଇଡଲି, ଦୋସା ଏବଂ ଖମନ ତିଆରିରେ ବ୍ୟବହୃତ ଇନଷ୍ଟାଣ୍ଟ ଅଟା ମିକ୍ସ ଉପରେ ଲାଗୁଥିବା ଗୁଡସ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ(ଜିଏସ୍‌ଟି) ଉପରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ପଷ୍ଟୀକରଣ ଆସିଛି।   ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଛି ଯେ ଇନଷ୍ଟାଣ୍ଟ ମିଶ୍ରଣକୁ ୫ ପ୍ରତିଶତ ନୁହେଁ ୧୮ ପ୍ରତିଶତ ଟିକସ ଦିଆଯିବ।

ଏ ନିଷ୍ପତ୍ତି ଗୁଜରାଟ ଆପିଲିଏଟ୍ ଅଥରିଟି ଫର ଆଡଭାନ୍ସ ରୁଲିଂ (GAAAR) ଏହି   ନେଇଛି। ତାଙ୍କର କହିବା ଅନୁସାରେ, ଇଡଲି, ଦୋସା ଓ ଖମନ୍ ତିଆରି ମିଶ୍ରଣକୁ ଛତୁଆ ଭାବରେ ଶ୍ରେଣୀଭୁକ୍ତ କରିହେବନି। ତେଣୁ ୧୮% ଜିଏସ୍‌ଟି ଲଗାଯିବା ଦରକାର।

ଗୁଜରାଟର କିଚେନ ଏକ୍ସପ୍ରେସ୍‌ ଓଭରସିଜ୍‌ ଲିମିଟେଡ୍‌ ଜିଏସ୍‌ଟି ଆଡଭାନ୍ସ ଅଥରିଟିର ନିଷ୍ପତ୍ତି ବିରୋଧରେ AAAR ପାଖକୁ ଯାଇଥିଲା। କିଚେନ ଏକ୍ସପ୍ରେସ୬୍‌ର କହିବା ଅନୁସାରେ, ତାଙ୍କର ୭ଟି ଇନଷ୍ଟାଣ୍ଟ ଅଟା ମିକ୍ସ ‘ରେଡି ଟୁ ଇଟ୍’ ନୁହେଁ, କାରଣ ତାଙ୍କୁ କିଛି ଖାଦ୍ୟ ତିଆରି କରିବାର ପକ୍ରିୟା ଦେଇ ଗତି କରିବାକୁ ପଡିଥାଏ। ଏଭଳି ସ୍ଥିତିରେ ‘ରେଡି ଟୁ କୁକ୍’ କୁହାଯାଇ ହେବ। କମ୍ପାନୀ ଗୋଟା, ଖମନ୍, ଡାଡବଡା, ଦହି-ବରା, ଢୋକଲା, ଇଡଲି ଓ ଦୋସାର ଅଟା ମିଶ୍ରଣକୁ ପାଉଡର ଉପରେ ବିକ୍ରି କରିଥାଏ। କିଚେନ ଏକ୍ସପ୍ରେସ୍‌ର ଦଲିଲ୍ ଥିଲା ଯେ, ଏହା ଛତୁଆ ସମାନ ଅଟେ ଓ ଏହା ଉପରେ ୫% ଜିଏସ୍‌ଟି ଲଗାଯିବା ସରକାର, କିନ୍ତୁ GAAAR ତାଙ୍କର ସବୁ ଦଲିଲକୁ ଖାରଜ କରିଦେଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.