ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବର୍ଣ୍ଣାଡ ଆରନଲ୍ଟଙ୍କୁ ପଛରେ ପକାଇ ବିଶ୍ୱର ୧ ନମ୍ବର ଧନୀ ପାଲଟିଲେ ଜେଫ୍‌ ବେଜୋସ

ନୂଆଦିଲ୍ଲୀ,୨୩/୦୩: ଆମେରିକାର ଭିତ୍ତିକ ପ୍ରମୁଖ ଇ-କମର୍ସ କମ୍ପାନି ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ ବିଶ୍ୱର ୧ ନମ୍ବର ଧନୀ ବ୍ୟକ୍ତି ପାଲଟିଛନ୍ତି । ସେ ଫ୍ରାନ୍ସର ବର୍ଣ୍ଣାଡ ଆରନଲ୍ଟଙ୍କୁ ପଛରେ ପକାଇ ଦେଇଛନ୍ତି । 

ବ୍ଲୁମବର୍ଗ ବିଲିୟନେୟାର  ଇଣ୍ଡେକ୍ସ ମୁତାବକ, ବେଜୋସଙ୍କ ସମ୍ପତ୍ତି  ୨.୧୬ ବିଲିୟନ ଡଲାର ବୃଦ୍ଧି ହେବା  ଯୋଗୁ ୨୦୧ ବିଲିୟନ ଡଲାର ଛୁଇଁଥିଲା । ଚଳିତ ବର୍ଷ ତାଙ୍କ ସମ୍ପତ୍ତି ୨୪ ବିଲିୟନ  ଡଲାର ବଢ଼ିଛି । ସେହିଭଳି ଆର୍‌ନଲ୍ଟଙ୍କ  ସମ୍ପତ୍ତି ୨.୮୦ ବିଲିୟନ ଡଲାର ହ୍ରାସ  ହୋଇଛି । ଏବେ ଆରନଲ୍ଟଙ୍କ ନିକଟରେ  ୧୯୯ ବିଲିୟନ ଡଲାର ସମ୍ପତ୍ତି ରହିଛି ।  ୨୦୦ ବିଲିୟନ ଡଲାର କ୍ଲବରେ କେବଳ  ଜେଫ୍‌ ବେଜୋସ ରହିଛନ୍ତି । ଟେସଲା  ସିଇଓ ଏଲନ ମସ୍କଙ୍କ ନେଟୱର୍ଥ ୩.୨  ବିଲିୟନ ଡଲାର ବୃଦ୍ଧି ହେବା ଯୋଗୁ  ଏହା ୧୮୯ ବିଲିୟନ ଡଲାର ଛୁଇଁଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.