ବାରଙ୍ଗ, ୦୭/୦୨ : ରାଜଧାନୀରେ ଉପକଣ୍ଠରେ ମାତିଲେ ଲୁଟେରା। ରେଲୱେ ଷ୍ଟାଫ୍ଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଘର ତାଲା ଭାଙ୍ଗି ଦୁଇଟି ଲକର୍ରୁ ନେଇଗଲେ ସୁନା ଅଳଙ୍କାର। ସିସିଟିଭି ଯାଞ୍ଚ୍ କରିବା ସହ ତଦନ୍ତ ଆରମ୍ଭ କରିଛି ମଞ୍ଚେଶ୍ୱର ଥାନା ପୋଲିସ। ସେପଟେ ଉପକଣ୍ଠରେ ପୋଲିସ ପେଟ୍ରୋଲିଂକୁ ନେଇ ପ୍ରଶ୍ନ କଲେ ସ୍ଥାନୀୟ ଲୋକେ।
ପୁଣି କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍। ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭୋଟପଡ଼ା ଗ୍ରାମର ପୂର୍ଣ୍ଣାନନ୍ଦ ଭୋଇଙ୍କ ଘରୁ ଲୁଟ୍ ହୋଇଛି। ଘର ଲୋକେ କୁଣିଆ ଘର ଯାଇଥିବା ବେଳେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଦୁଇଟି ଲକର୍ରୁ ୪ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ଖବର ପାଇ ମଞ୍ଚେଶ୍ୱର ପୋଲିସ ଆଖପାଖ ଅଞ୍ଚଳ ତଲାସୀ କରିଥିବା ବେଳେ ସିସିଟିଭି ଯାଞ୍ଚ୍ କରିଛି। ଗତ କିଛଦିନ ହେବ ମଞ୍ଚେଶ୍ୱର ଥାନା ଅଞ୍ଚଳରେ କ୍ରମାଗତ ଚୋରି ଏବଂ ସିରିଜ୍ ଲୁଟ୍ ଘଟଣା ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ସେପଟେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଉପକଣ୍ଠରେ ପୋଲିସ୍ ପାଟ୍ରୋଲିଂକୁ ନେଇ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ।