ଚନ୍ଦାହାଣ୍ଡି, ୨୬।୮ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାନାବେଡା ଅଧିଷ୍ଠ୍ରାତ୍ରୀ ଦେବୀ ମା’ ଖମ୍ବେଶ୍ବରୀଙ୍କ ପୂଜକ ତଥା ଗମ୍ବାରୀଗୁଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ଚୈନସିଂ ପୂଜାରୀଙ୍କ ରବିବାର ପରଲୋକ ହୋଇଯାଇଛି। ଗତ ୩ ଦିନ ତଳେ ହଠାତ ଅସୁସ୍ଥ ହେବାରୁ ପରିବାର ଲୋକେ ତୁରନ୍ତ ଚିକିତ୍ସା ପାଇଁ ଭବାନୀପାଟଣା ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ l ସେଠାରେ ତାଙ୍କ ସ୍ୱାସ୍ଥ୍ୟର ଉନ୍ନତି ନ ହେବାରୁ ବିଶାଖାପାଟଣା ନେଉଥିବା ସମୟରେ ରାସ୍ତାରେ ସେ ଆଖି ବୁଜି ଦେଇଥିଲେ l
ସ୍ବର୍ଗତ ଚୈନସିଂ ପୂଜାରୀ ଗମ୍ବାରୀଗୁଡା ପଞ୍ଚାୟତରେ ୪ଥର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ମୃତ୍ୟୁ ଶଯ୍ୟା ପାଖରେ ତାଙ୍କ ସହ ଧର୍ମିଣୀ ତଥା ଗମ୍ବାରୀଗୁଡା ସରପଞ୍ଚ ମଥୁରା ପୂଜାରୀ, ଜ୍ୟେଷ୍ଠ ପୁତ୍ର ପ୍ରେମ ପୂଜାରୀ ଉପସ୍ଥିତ ଥିଲେ l ମୋତିଗାଁଠାରେ ତାଙ୍କ ଶେଷ କୃତ୍ୟ ସମ୍ପନ କରାଯାଇଛି l
ତାଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି ଏବଂ ସମସ୍ତ ରଇତ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି, ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝି, ଝରିଗାଁ ବିଧାୟକ ନର୍ସିଙ୍ଗ ଭତ୍ରା, ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି, ବରିଷ୍ଠ ବିଜେପି ନେତା ଗୋବିନ୍ଦ କୁମାର ଜୈନ, ଗମ୍ବାରୀଗୁଡା ସମିତି ସଭ୍ୟା ଗୌରୀ ନେଙ୍ଗୀ, ପିଇଓ ରାଜେନ୍ଦ୍ର କୁମାର ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଆତ୍ମାର ସତଗତି କାମନା କରିଛନ୍ତି l