ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶିମିଳିପାଳରେ ମଧ୍ୟପ୍ରଦେଶ ମହାବଳ: ଚାଲି ଚାଲି ୩ ରାଜ୍ୟ ସୀମା ଡେଇଁଛି, କ୍ୟାମେରା ଟ୍ରାପ୍‌ ଫଟୋ ସାମ୍ନାକୁ ଆସିଲା

ଭୁବନେଶ୍ୱର,୨୨/୦୪: ମଧ୍ୟପ୍ରଦେଶର ସଞ୍ଜୟ ଦୁବରି ଜାତୀୟ ପାର୍କରୁ ବାହାରିଲା । ଚାଲିକି ଛତିଶଗଡ଼ ଜଙ୍ଗଲ ପାର୍‌ ହେଲା । ଝାଡ଼ଖଣ୍ଡର ପାଲାମାଓ ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରେ ପଶିଲା । ସେଠାରୁ ଚାଲିକି ସିଧା ଆସି ଶିମିଳିପାଳରେ ପହଞ୍ଚିଛି । ମଧ୍ୟପ୍ରଦେଶର ଏକ ମହାବଳ ୩ ରାଜ୍ୟ ସୀମା ଡେଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ପହଞ୍ଚିଛି । ଶିମିଳିପାଳ ଜଙ୍ଗଲରେ ଖଞ୍ଜାଯାଇଥିବା କ୍ୟାମେରା ଟ୍ରାପ୍‌ରୁ ଏହା ସ୍ପଷ୍ଟ ହୋଇଛି । ମହାବଳଟି ଚାଲିକି ଏକ ହଜାର କିମିରୁ ଅଧିକ ଦୂରତା ଅତିକ୍ରମ କରିଥିବା ଅନୁମାନ କରାଯାଉଛି । 

ମୁଖ୍ୟ ବନ ସଂରକ୍ଷକ ପିସିସିଏଫ୍‌ (ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ଏନେଇ ‘ଏକ୍ସ’ରେ ଟୁଇଟ୍‌ କରିଛନ୍ତି । ତାଙ୍କ ଟୁଇଟ୍‌ରେ ଉକ୍ତ ମହାବଳର ଫଟୋ ପୋଷ୍ଟ କରିଛନ୍ତି । ଶ୍ରୀ ନନ୍ଦଙ୍କ କହିବା ମୁତାବକ, ବାଘର ବୟସ ୪ ବର୍ଷ ହେବ । ବାଘଟି ସଞ୍ଜୟ-ଦୁବରି ଜାତୀୟ ପାର୍କରେ ରହୁଥିବା ଅନୁମାନ କରାଯାଉଛି । କ୍ୟାମେରା ଟ୍ରାପ୍‌ରୁ ଉତ୍ତୋଳିତ ଫଟୋଚିତ୍ରକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ)ର ବାଘ ସେଲ୍‌କୁ ପଠାଯାଇଥିଲା । ବାଘ ଶରୀରରେ ଥିବା ଗାର ଗାର ଚିହ୍ନ ଯାଞ୍ଚ ପରେ ଏହା ମଧ୍ୟପ୍ରଦେଶର ବୋଲି ବାଘ ସେଲ୍‌ ସ୍ପଷ୍ଟ କରିଛି । 




ଶ୍ରୀ ନନ୍ଦ କହିଛନ୍ତି, ବାଘଟି ଏକ ସମ୍ବରକୁ ମାରି ଖାଇଥିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ୍‌ ହୋଇଛି । ଅର୍ଥାତ୍‌, ବାଘଟି ଶିମିଳିପାଳରେ ରହିବାକୁ ଇଛୁକ । ଶିମିଳିପାଳରେ ଯେତେ ପର୍ଯ୍ୟନ୍ତ ବାଘ ରହିବାକୁ ଚାହିଁବ, ଏଥିପ୍ରତି କୌଣସି ଆପତ୍ତି ନାହିଁ । କିନ୍ତୁ ଯଦି ବାଘଟି ସଞ୍ଜୟ-ଡୁବୁରି ପାର୍କକୁ ଫେରିଯିବାକୁ ଚାହିଁବ, ଯାଇପାରିବ । ମଧ୍ୟପ୍ରଦେଶରୁ ଏତେ ବାଟ ଅତିକ୍ରମ କରି ଏକ ବାଘ ଓଡି଼ଶା ଆସିବା ବିରଳରୁ ବିରଳତମ ଘଟଣା ।

ସୂଚନା ମୁତାବକ, ସାଧାରଣତଃ ହାତୀମାନେ ଦୂରବାଟ ଅତିକ୍ରମ କରିବା ନଜିର୍‌ ଅଛି । କିନ୍ତୁ ଅଧିକାଂଶ ସମୟରେ ବାଘମାନେ ଏତେ ଦୂର ଯିବାକୁ ଅମଙ୍ଗ ହୁଅନ୍ତି । କିନ୍ତୁ ବେଳେ ବେଳେ ଏମିତି ବିରଳ ଘଟଣା ଦେଖିବାକୁ ମିଳିଥାଏ । ପୂର୍ବରୁ ମଧ୍ୟପ୍ରଦେଶ କାହ୍ନା ଅଭୟାରଣ୍ୟରୁ ଏକ ବାଘ ଚାଲିକି ଆନ୍ଧ୍ରପ୍ରଦେଶ ସୀମାକୁ ପହଞ୍ଚିଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.