ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଦଳିବ ସିବିଏସ୍‌ଇ ସିଲାବସ୍‌: ତୃତୀୟ, ଷଷ୍ଠ ଶ୍ରେଣୀ ପାଠ୍ୟପୁସ୍ତକରେ ହେବ ପରିବର୍ତ୍ତନ,ନବମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଜାରି ହେଲା କରିକୁଲମ୍‌

ଭୁବନେଶ୍ୱର,୨୫/୦୩: ବଦଳିବ କେନ୍ଦ୍ରୀୟ  ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ସିଲାବସ୍‌ । ଯୋଡ଼ି  ହେବ ନୂଆ ବିଷୟ । ୨୦୨୪-୨୫ ଶିକ୍ଷା ବର୍ଷରୁ ଲାଗୁ  ହେବ ଏହି ସବୁ ପାଠ୍ୟକ୍ରମ । ମାଧ୍ୟମିକ, ଉଚ୍ଚ ମାଧ୍ୟମିକ  ଶ୍ରେଣୀ ପାଇଁ ନୂଆ କରିକୁଲ୍‌ମ ପ୍ରସ୍ତୁତ କରାଯାଇଛି ।  ତୃତୀୟ ଓ ଷଷ୍ଠ ଶ୍ରେଣୀର ସମ୍ପୂର୍ଣ୍ଣ ସିଲାବସ୍‌ରେ  ପରିବର୍ତ୍ତନ କରାଯିବ । ଏନେଇ ଏନ୍‌ସିଇଆର୍‌ଟି ପକ୍ଷରୁ  ଏସମସ୍ତ ପୁସ୍ତକ ପ୍ରସ୍ତୁତି କରାଯାଉଛି । ଖୁବ୍‌ ଶୀଘ୍ର  ଏହି ସମସ୍ତ ପୁସ୍ତକ ପ୍ରକାଶିତ ହେବ । ଏନେଇ ଆଜି  ସିବିଏସ୍‌ଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା  ଏପ୍ରିଲ୍‌ ୧ରୁ ୨୦୨୪-୨୫ ପାଇଁ କ୍ଲାସ୍‌ ଆରମ୍ଭ ହେବ । 

ସିବିଏସ୍‌ଇ ନବମ ଓ ଦ୍ୱାଦଶ ଶ୍ରେଣୀର  ସିଲାବସରେ ଏକାଡେମିକ୍‌ କଣ୍ଟେଣ୍ଟ ରହିବ । ପରୀକ୍ଷା  ପାଇଁ ସିଲାବସ୍‌ ରହିବ । ଶିକ୍ଷଣୀୟ ଫଳାଫଳ ଏବଂ  ଶିକ୍ଷାଗତ ଅଭ୍ୟାସ ସହ ଆସେସ୍‌ମେଣ୍ଟ ଗାଇଡ୍‌ଲାଇନ୍‌  ଆଦି ରହିବ । ଯାହା ଫଳରେ ପିଲାମାନେ ନିଜର ବୋର୍ଡ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦାନ କରିବେ । ବହୁମୁଖୀ  ଭାଷା, କଳାକୃତି ଶିକ୍ଷା, ଅଭିଜ୍ଞତାସମ୍ପର୍ଣ୍ଣ ଶିକ୍ଷା ଆଦିକୁ  ଗୁରୁତ୍ୱ ଦିଆଯିବ । ନ୍ୟାସନାଲ୍‌ କରିକୁଲମ୍‌ ଫ୍ରେମ୍‌ୱାର୍କ  ଫର୍‌ ସ୍କୁଲ୍‌ ଏଜୁକେସନ-୨୦୨୩କୁ ସିବିଏସ୍‌ଇ ଗୁରୁତ୍ୱ  ଦେଇ ଏପରି ନିଷ୍ପତ୍ତି ନେଇଛି । 

ସେହିପରି ତୃତୀୟ ଓ ଷଷ୍ଠ ଶ୍ରେଣୀର ସିଲାବସ୍‌ରେ  ପରିବର୍ତ୍ତନ କରାଯିବ । ଏନ୍‌ସିଇଆର୍‌ଟି ପକ୍ଷରୁ  ପାଠ୍ୟପୁସ୍ତକକୁ ପ୍ରସ୍ତୁତ କରାଯାଉଛି । ଏହା ଖୁବ୍‌ ଶୀଘ୍ର  ଶେଷ ହେବ ବୋଲି ଏନ୍‌ସିଇଆର୍‌ଟି ପକ୍ଷରୁ ଗତ ୧୮  ତାରିଖ ଦିନ ଏକ ଚିଠିରେ ସିବିଏସ୍‌ଇକୁ କୁହାଯାଇଛି ।  ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାର କରି ସିବିଏସ୍‌ଇ  ନିର୍ଦ୍ଦେଶ କ୍ରମେ ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି ।  

ସିବିଏସ୍‌ଇ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଏନ୍‌ସିଇଆର୍‌ଟି ପକ୍ଷରୁ ଯେଉଁ ପର୍ଯ୍ୟନ୍ତ ନୂଆ ପୁସ୍ତକ  ପ୍ରକାଶ ପାଇନାହିଁ ତେବେ ସେ ପର୍ଯ୍ୟନ୍ତ ୨୦୨୩  ପାଇଁ ଏନ୍‌ସିଇଆର୍‌ଟି ପ୍ରକାଶିତ ପୁସ୍ତକକୁ ଅନୁସରଣ  କରାଯିବ । ଅନ୍ୟ କୌଣସି ଶ୍ରେଣୀର ପାଠ୍ୟକ୍ରମରେ ପରିବର୍ତ୍ତନ କରାଯାଇନାହିଁ । ୨୦୨୪-୨୫ ଶିକ୍ଷାବର୍ଷ  ପାଇଁ ସିବିଏସ୍‌ଇ ୱେବ୍‌ସାଇଟ୍‌ରେ କରିକୁଲମ୍‌ ପ୍ରକାଶିତ ଅଛି । ଏହାକୁ ସମସ୍ତ ସ୍କୁଲ୍‌ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.