ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

କାଶୀପୁରରେ ବିନା ପଞ୍ଜିକରଣରେ ଚାଲିଛି ଘରୋଇ କ୍ଲିନିକ୍ ଓ ପାଥୋଲୋଜି ! ଚିକିତ୍ସା କରୁଛନ୍ତି ଅନଭିଜ୍ଞ

କାଶୀପୁର, ୦୭/୦୨ : କାଶୀପୁର ବ୍ଲକର ବିଭିନ୍ନ ସ୍ଥାନରେ ଛତୁ ଫୁଟିବା ଭଳି ଖୋଲା ଯାଇଛି ଘରୋଇ କ୍ଲିନିକ ଏବଂ ପାଥୋଲୋଜି। ପାଥୋଲୋଜିରେ ରୋଗୀଙ୍କ ରକ୍ତ ଓ ମଳ ମୂତ୍ର ପରୀକ୍ଷା କରିଯିବା ସହ କ୍ଲିନିକରେ ଚିକିତ୍ସା କରାଯାଉଛି। ହେଲେ ଅଧିକାଂଶ କ୍ଲିନିକ ଏବଂ ପାଥୋଲୋଜି ସରକାରଙ୍କ ନିୟମ ଅନୁଯାୟୀ ପଞ୍ଜିକୃତ ହୋଇ ନଥିବା ଜଣାଯାଇଛି। ପ୍ରତ୍ୟେକ କ୍ଲିନିକ୍ ଓ ପାଥୋଲୋଜି ଆଗରେ ପଞ୍ଜିକୃତ ସଂଖ୍ୟା ଲେଖାଥିବା ସୂଚନା ଫଳକ ଟଙ୍ଗା ଯିବାର ନିୟମ ରହିଛି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ କଟକଣା ଅଭାବରୁ ଏହା କାର୍ଯ୍ୟକାରୀ ହେଉ ନଥିବାର ଅଭିଯୋଗ ହେଉଛି।

କାଶୀପୁର ବ୍ଲକ ସଦର ଏବଂ ଟିକିରିରେ ଥିବା କ୍ଲିନିକ ଆଗରେ ଟଙ୍ଗା ହୋଇଥିବା ଫଳକରେ ସରକାରଙ୍କ ପଞ୍ଜିକୃତ ସଂଖ୍ୟା ଉଲ୍ଲେଖ କରାଯାଇ ନଥିବାରୁ ଏହା ବେଆଇନ ଭାବେ ଚାଲୁ ଥିବାର ଅଭିଯୋଗ କରାଯାଉଛି। ଏ ସମ୍ପର୍କରେ କାଶୀପୁର ସିଏଚସି ଇନଚାର୍ଜ ଡାକ୍ତର ଏନଏନ ନାୟକଙ୍କୁ ପଚାରିବାରୁ ବ୍ଲକ ମଧ୍ୟରେ ସରକାରଙ୍କ ନିୟମ ଅନୁସାରେ ପଞ୍ଜିକୃତ ହୋଇଥିବା କୌଣସି କ୍ଲିନିକ ନଥିବା କହିଛନ୍ତି। ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥିବା ଅନଭିଜ୍ଞଙ୍କ ଦ୍ଵାରା ଚିକିତ୍ସା କରାଯାଉ ଥିବାରୁ ରୋଗୀଙ୍କ ଜୀବନ ପ୍ରତି ଭୟ ରହୁଛି। ତେବେ ବେଆଇନ ଭାବେ ଚାଲିଥିବା କ୍ଲିନିକ, ପାଥୋଲୋଜି ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.