ପ୍ରମୂଖ ଖବର

ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଆକ୍ରମଣ

 ନୀଳଗିରି,୧୯/୩ ବୟସର ଅପରାହ୍ନରେ ଥିବା ଜଣେ ବୃଦ୍ଧାଙ୍କୁ ମାଡ ମରାଯାଇଥିବା  ନୀଳଗିରି ଥାନାରେ ଅଭିଯୋଗ ହୋଇଛି। ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ସିଆଡ଼ିମାଳ ଅଞ୍ଚଳରେ ଘଟିଛି।

 ସୂଚନାଯୋଗ୍ୟ ସେହି ଗ୍ରାମର ୯୦ ବର୍ଷୀୟ କଟିମଣି ମଥାଣ ଜଣେ ଦିବ୍ୟାଙ୍ଗ।ତାଙ୍କର ଗୋଟିଏ ଗୋଡ଼ ହରାଇ ସାରିଥିବା ବେଳେ ଆଖିକୁ ସଠିକ ଦେଖାଯାଏନି। ଆଜି ସେ ଘରେ ବସିଥିବା ବେଳେ ବାଡିକୁ ଜଣେ ଫୁଲ ତୋଳିବାକୁ ଆସିଥିଲେ। ବୃଦ୍ଧା ଜଣକ ବାରଣ କରିବାରୁ ସେ ପାଲଟା ଗାଳିଗୁଲଜ କରିଥିଲେ।ପରେ ଉତକ୍ଷିପ୍ତ ହୋଇ ଏକ ବାଡ଼ିରେ  ବୃଦ୍ଧା ଦିବ୍ୟାଙ୍ଗଙ୍କୁ ଆକ୍ରମଣ କରିଥିଲେ।ତାଙ୍କର ଛାତି ,କାନ୍ଧ ଓ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି  କରାଯାଇଛି ।ଏନେଇ ତାଙ୍କ ପୁଅ ଦୟାନିଧି ମଥାନ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.