ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଦୈନିକ କରନ୍ତୁ ଦୌଡ଼ିବା ଅଭ୍ୟାସ, ହ୍ରାସ ପାଇବ ମୃତ୍ୟୁ ଆଶଙ୍କା...

ନୂଆଦିଲ୍ଲୀ, ୩୦।୧୧: ଅଧିକ ବର୍ଷ ବଞ୍ଚିବାକୁ କିଏ ବା ନ ଚାହେଁ । ଆଜିକାଲି ଲୋକଙ୍କ ଆୟୁ କିଭଳି ବଢ଼ିବ ଏନେଇ ବିଭିନ୍ନ ଅଧ୍ୟୟନ ଜାରି ରହିଛି । ଏଥିପାଇଁ କିଏ ବ୍ୟାୟାମ କରୁଛି ତ କିଏ ପୁଷ୍ଟିକର ଖାଦ୍ୟ ଖାଉଛି । ଏହି କ୍ରମରେ ଆୟୁ ବଢ଼ାଇବା ଦିଗରେ ଦୌଡ଼ିବା ଫଳପ୍ରଦ ବୋଲି ଏକ ନୂତନ ଅଧ୍ୟନରୁ ଜଣାପଡ଼ିଛି । ଆୟୁ ବଢ଼ିବା ପାଇଁ ଚାଲିବାଠାରୁ ଦୌଡ଼ିବା ଅଧିକ ହିତକର ବୋଲି କୁହାଯାଇଛି । 

୨୦୧୧ରେ ତାଇୱାନର ଗବେଷକମାନେ ୪ ଲକ୍ଷରୁ ଅଧିକ ଲୋକଙ୍କ ଉପରେ ଏନେଇ ଗବେଷଣା କରିଥିଲେ । ଏଥିପାଇଁ ଜଗିଂ, ଦୌଡ଼ ଉପରେ ଦୃଷ୍ଟି ଦିଆଯାଇଥିଲା । ଏଥିରୁ ଜଣାପଡ଼ିଥିଲା ଦୈନିକ ୫ ମିନିଟ୍ ଦୌଡ଼ିବା ଦ୍ୱାରା ଲୋକଙ୍କ ଆୟୁ ୧୫ ମିନିଟ୍ ଚାଲିବା ସହ ସମାନ ହୋଇଥାଏ । ତେବେ ଏଥିରୁ ଜଣାପଡ଼ିଛି, ପ୍ରତିଦିନ ୨୫ ମିନିଟ୍ ଦୌଡ଼ିବା ଓ ୧୦୫ ମିନିଟ୍ ବୁଲାବୁଲି କରିବା ଦ୍ୱାରା ଆଗାମୀ ୮ ବର୍ଷ ପର୍ଯ୍ୟନ୍ତ ମୃତ୍ୟୁ ଆଶଙ୍କା ୩୫ ପ୍ରତିଶତ ହ୍ରାସ ପାଇଥାଏ । 

ଅନ୍ୟପଟେ ୨୦୧୪ର ଏକ ଗବେଷଣାରୁ ଜଣାପଡ଼ିଛି, ଚାଲୁନଥିବା ଲୋକଙ୍କ ତୁଳନାରେ ନିୟମିତ ୯ କିମି ଜଗିଂ କରୁଥିବା କିମ୍ୱା ଚାଲୁଥିବା ଲୋକ ୩୦ ପ୍ରତିଶତ ଅଧିକ ଫିଟ୍ ରହିଥିଲେ । ଏପରିକି ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ସେମାନଙ୍କଠାରେ ମୃତ୍ୟୁ ଆଶଙ୍କା ମଧ୍ୟ ୧୫ ପ୍ରତିଶତ କମ୍ ଥିଲା । ତେଣୁ ଦୈନିକ ଚାଲିବା ପରିବର୍ତ୍ତେ ଦୈନିକ ଦୌଡ଼ିବା ଅଭ୍ୟାସ କରନ୍ତୁ । ଦୌଡ଼ିବା ପାଇଁ ପ୍ରାତଃ ସମୟ ସବୁଠାରୁ ଉପଯୁକ୍ତ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.