ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ରଥଯାତ୍ରା ପ୍ରସ୍ତୁତି ବୈଠକ, ପୁରୀ ସର୍କିଟ୍ ହାଉସ୍‌ରେ ବସିବ ମିଟିଂ

ପୁରୀ,୨୮/୦୩: ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଯାତ୍ରା ପ୍ରସ୍ତୁତି ବୈଠକ ହେବାକୁ ଯାଉଛି । ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ପୁରୀ ସର୍କିଟ ହାଉସ୍‌ଠାରେ ବସିବାକୁ ଥିବା ଏହି ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଳା ପ୍ରଶାସନ ସମସ୍ତ ବିଭାଗୀୟ ଅଧିକାରୀ, ଏସ୍‌ପି ଓ ଜିଲ୍ଲା ପୁଲିସ ଅନ୍ୟ ଅଧିକାରୀ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ନୂଆ  ଜିଲ୍ଲାପାଳ ଓ ନୂଆ ଏସ୍‌ପିଙ୍କୁ ଚଳିତ ବର୍ଷ ରଥଯାତ୍ରା ଶୃଙ୍ଖଳିତ ଭାବେ ତୁଲାଇବାକୁ ପଡ଼ିବ। ନିର୍ବାଚନ ଓ ଏହା ପରେ ପରେ ଅନୁଷ୍ଠିତ ହେବାକୁ ରଥଯାତ୍ରାକୁ ଶୃଙ୍ଖଳିତ  ଭାବେ କରିବା ପ୍ରଶାସନ ପାଖରେ ଚ୍ୟାଲେଞ୍ଜ  ସୃଷ୍ଟି କରିବ। ରଥ ନିର୍ମାଣ ନିମନ୍ତେ କାଠର  ବ୍ୟବସ୍ଥା ସାଙ୍ଗକୁ ରଥଯାତ୍ରା ସମୟରେ  ନିର୍ଦ୍ଧାରିତ ସମୟରେ ଠାକୁରଙ୍କ ପହଣ୍ଡି,  ରଥଟଣା, ଗହଳି ନିୟନ୍ତ୍ରଣ, ସାଧାରଣ ଲୋକଙ୍କ ସୁରକ୍ଷା, ଖାଦ୍ୟ ଓ ପାନୀୟ ବ୍ୟବସ୍ଥା, ବିଭିନ୍ନ ପ୍ରକାର ପାସ୍‌ ବ୍ୟବସ୍ଥା, ଯାତ୍ରୀ ପରିବହନ ପ୍ରଭୃତି ଉପରେ ଏହି  ବୈଠକ ହେବାକୁ ଯାଉଥିବା ଜଣାପଡ଼ିଛି ।  

ସୂଚନାଯୋଗ୍ୟ, ଆସନ୍ତା ଜୁଲାଇ ୭ରେ  ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ ।

  • prameyanews
  • PrameyaOdia
  • prameya
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.