ପ୍ରମୂଖ ଖବର
  • ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ, ଗୁଣ୍ଡିଚା ଯାତ୍ରା ସାରି ବାହୁଡ଼ିଲେ ଶ୍ରୀଜିଉ
  • ||
  • ପୁରୀ: ନବଦିନାତ୍ମକ ଯାତ୍ରା ସାରି ବାହୁଡିବେ ନୀଳାଦ୍ରିନାଥ, ବାହୁଡ଼ାଦିଅଁଙ୍କ ପହଣ୍ଡି ବିଜେ
  • ||
  • ସୁନ୍ଦରଗଡ଼: ପ୍ରେମ କଳିକୁ ନେଇ ଡବଲ ମର୍ଡର, ପ୍ରେମିକା ଓ ତାର ସହପାଠୀକୁ ଛୁରୀ ଭୁସି ହତ୍ୟା କଲା ଡ୍ରାଇଭର୍ ପ୍ରେମିକ
  • ||
  • ଭୁବନେଶ୍ୱର: କଳାଭୂମି ନିକଟରେ ବୃଦ୍ଧଙ୍କ ଉପରେ ମାଡିଗଲା ବାଲି ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ୱିମ୍ବଲଡନ ଟାଇଟଲ ଲଢ଼େଇ: ଭେଟେରାନ ଜୋକୋଭିକଙ୍କୁ ହରାଇ କାର୍ଲୋସ ଅଲକାରାଜ ଚାମ୍ପିଅନ୍
  • ||
  • ସୋମବାରଠୁ ସିବିଏସ୍‌ଇ ସପ୍ଲିମେଣ୍ଟାରୀ ପରୀକ୍ଷା, ଉଭୟ ଦଶମ ଓ ଦ୍ୱାଦଶ ଛାତ୍ରଛାତ୍ରୀ ଦେବେ ଏକ୍ସଜାମ୍
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ଆଜି ଦକ୍ଷିଣ- ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଜନ୍ମବେଦିରୁ ଶ୍ରୀମନ୍ଦିରକୁ ବାହୁଡିବେ ଚତୁର୍ଦ୍ଧାମୂର୍ତ୍ତି: ୧୨ଟାରେ ପହଣ୍ଡି, ୪ଟାରେ ରଥ ଟଣା
  • ||

ଆକ୍ସନ ମୁଡ୍‌ରେ ଏନ୍‌ଆଇଏ! ରିୟାସି ଆତଙ୍କୀ ଆକ୍ରମଣ ମାମଲାରେ ରଜୌରୀର ବିଭିନ୍ନ ସ୍ଥାନରେ ଛାପାମାରି

Image source: ABP lIve

ନୂଆଦିଲ୍ଲୀ,୩୦/୦୬: ରାଷ୍ଟ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି (ଏନ୍‌ଆଇଏ) ଜୁନ୍‌ ୩୦ ତାରିଖ ରବିବାର ଦିନ ରିୟାସି ଆତଙ୍କବାଦୀ ଆକ୍ରମଣକୁ ନେଇ ରଜୌରୀ ଜିଲ୍ଲାର ଅନେକ ସ୍ଥାନରେ ଚଢ଼ାଉ କରିଛନ୍ତିି। ଆତଙ୍କବାଦୀ ମାନେ ୯ ଜୁନ୍‌ ୨୦୨୪ ସଂଧ୍ୟାରେ ରିୟାସି ଜିଲ୍ଲାର ପୌନେ ଅଞ୍ଚଳର ଶିବଖୌରୀରେ ଧକ୍କା ହୋଇଥିବା ଯାତ୍ରୀବାହୀ ଟ୍ରକ୍‌ ଉପରକୁ ଆକ୍ରମଣ କରିଥିଲେ, ଫଳରେ ବସ୍‌ଟି ଖାଇ ତଳକୁ ଖସିପଡ଼ିଥିଲା। ଏହି ଆତଙ୍କୀ ଆକ୍ରମଣରେ ଜଣେ ଛୋଟ ଛୁଆ ସମେତ ୯ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।  

ରଜୌରୀର ବିଭିନ୍ନ ସ୍ଥାନରେ ଚଢ଼ାଉ: 

ଏହି ଘଟଣା ପରେ ଗୃହ ମନ୍ତ୍ରଣାଳୟ ଏହାର ଅନୁସନ୍ଧାନର ଦାୟିତ୍ୱ ୧୫ ଜୁନ୍ ୨୦୨୪ ରେ ଏନ୍‌ଆଇଏକୁ ଦେଇଥିଲା। ଏହା ଅଧୀନରେ, ହାଇବ୍ରିଡ୍ ଆତଙ୍କବାଦୀ ଏବଂ ଅଣ୍ଡରଗ୍ରାଉଣ୍ଡ ଶ୍ରମିକଙ୍କ ସହିତ ଜଡ଼ିତ ପାଞ୍ଚଟି ସ୍ଥାନକୁ ଏନଆଇଏ ତଲାସି ନେଇଥିଲା। ଗିରଫ ଅଭିଯୁକ୍ତ ହାକାମ ଖାନ ଓରଫ୍ ହାକିନ୍‌ ଦିନ୍ ଠାରୁ ମିଳି‌ଥିବେ ତଥ୍ୟ ଆଧାରରେ ଏନ୍‌ଆଇଏ ଟିମ୍‌ ତମାମ ସ୍ଥାନ ଗୁଡ଼ିକରେ ପହଞ୍ଚିଥିଲା। ଏନଆଇଏ ଅନୁସନ୍ଧାନ ଅନୁଯାୟୀ, ହାକାମ ଆତଙ୍କବାଦୀମାନଙ୍କୁ ରହିବାକୁ ସୁରକ୍ଷିତ ସ୍ଥାନ, ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଥିଲେ।

ଗିରଫ ଅଭିଯୁକ୍ତ ବଖାଣିଲା ଅନେକ ତଥ୍ୟ: .

ଆତଙ୍କବାଦୀ ଷଡଯନ୍ତ୍ରର ଖୁଲାସା ପାଇଁ ଅନୁସନ୍ଧାନ ବେଳେ ଆତଙ୍କବାଦୀ ଏବଂ ଅଣ୍ଡର ଗ୍ରାଉଣ୍ଡ ଷ୍ଟାଫ୍‌ ମଧ୍ୟରେ ଲିଙ୍କ ମଧ୍ୟରେ ଏନଆଇଏ ଅନେକ ଜିନିଷ ଜବତ କରିଛି। ରିୟାସି ଏସପିଙ୍କ ଅନୁଯାୟୀ ଅଭିଯୁକ୍ତ ହାକିନ୍ ଦେନ୍ କେବଳ ଆକ୍ରମଣକାରୀଙ୍କୁ ଆଶ୍ରୟ ଦେଇନାହିଁ ବରଂ ସେମାନଙ୍କ କାର୍ଯ୍ୟକଳାପ ତଥା କାର୍ଯ୍ୟରେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିଥିଲା, ଯେଉଁ କାରଣରୁ ଏହି ଘଟଣା ଘଟିଥିଲା। ପଚରାଉଚରା ବେଳେ ହକିନ୍ ଦେନ୍ ପ୍ରକାଶ କରିଛି ଯେ ତାଙ୍କ ଘରେ ତିନିଜଣ ଆତଙ୍କବାଦୀ ରହୁଥିଲେ। ଏସପିଙ୍କ କହିବାନୁସାରେ, ଆତଙ୍କବାଦୀମାନେ ମଧ୍ୟ ଅଭିଯୁକ୍ତକୁ ବହୁ ପରିମାଣର ଟଙ୍କା ଦେଇଥିଲେ।

ଜୁନ୍ ମାସରେ ଜମ୍ମୁ କାଶ୍ମୀରରେ ଅନେକ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସେଠାରେ ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିବାକୁ ପଡ଼ିଥିଲା। ଦୁଇ ଦିନିଆ ଶ୍ରୀନଗର ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "ସମ୍ପ୍ରତି ଆତଙ୍କବାଦୀ ଆକ୍ରମଣକୁ ନେଇ ସରକାର ଗମ୍ଭୀର ଅଛନ୍ତି। ଦେଶର ଶତ୍ରୁମାନଙ୍କୁ ଶିକ୍ଷା ଦେବା ପାଇଁ କୌଣସି ବି ବାଟ ଛାଡ଼ିବୁ ନାହିଁ। ଜାମ୍ମୁ କାଶ୍ମୀରରେ ଯେଉଁମାନେ ବିକାଶକୁ ରୋକିବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କୁ କଠୋର ଦଣ୍ଡ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.