ନୂଆଦିଲ୍ଲୀ,୨୪/୮: ଋଷର ଏକ ଜେଲ୍ ଭିତରେ ଗୋଷ୍ଠୀ ସଂଘର୍ଷ। ଫଳରେ ୮ ଜଣଙ୍କ ମୃ୍ତ୍ୟୁ ହୋଇଥି। ସେହିପରି ଏହି ଘଟଣାରେ ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏହି ଗୋଷ୍ଠୀ ସଂଘର୍ଷରେ ୪ଟି ଜେଲ କର୍ମଚାରୀ ସାମିଲ ରହିଥିବା ଜଣାପଡିଛି । ଋଷ ଭୋଲଗ୍ରୋଗାଦ କ୍ଷେତ୍ରରେ ଥିବା ଆଇକେ-୧୯ ସୁରୋଓିବିକିନୋ ପୀନଲକଲୋନୀ ନିକଟରେ ଥିବା ଜେଲରେ ଏହି ହିଂସା ଦେଖିବାକୁ ମିଳିଛି ।
ସୂଚନା ମୁତାବକ, ଜେଲରେ କଏଦୀଙ୍କ ମଧ୍ୟରେ ଏହି ହିଂସାତ୍ମକ ବିଦ୍ରୋହ ହୋଇଛି। ଗୋଟିଏ ଗୋଷ୍ଠୀ କିଛି କଏଦୀଙ୍କୁ ଛୁରୀରେ ମଧ୍ୟ ଆକ୍ରମଣ କରିଥିଲେ । ତେବେ ଏହି ଘଟଣା ନିୟମିତ ହେଉଥିବା ବେଠକ ପୂର୍ବରୁ ହୋଇଥିଲା । କୁହାଯାଉଛି ଯେ, ଇସଲାମିକ ଷ୍ଟେଟ ସହିତ ଜଡିତ କଏଦୀ ମାନେ ଜେଲ ଭିତରେ ଏହି କାଣ୍ଡ ଘଟାଇଛନ୍ତି । ଏହି ଆକ୍ରମଣରେ ୮ଜଣ କଏଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି। ତେବେ ଆକ୍ରମଣ କରିଥିବା ଗୋଷ୍ଠୀ କିଛି କଏଦୀଙ୍କୁ ବନ୍ଧକ ରଖି ଜେଲରୁ ଗୋଟିଏ ପାର୍ଶ୍ବକୁ ନିୟନ୍ତ୍ରଣରୁ ନେଇଥିବା କୁହାଯାଉଛି। ମୁସଲିମ କଏଦୀଙ୍କୁ ନିର୍ଯାତନା ଅଭିଯୋଗରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି ।