ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିରାଟ କୋହଲିଙ୍କୁ ବିପଦ ? ଆରସିବିର ପ୍ରାକ୍ଟିସ୍‌ ସେସନ୍‌ ରଦ୍ଦ, ୪ ଜଣଙ୍କୁ ଗିରଫ କଲା ପୋଲିସ

Image Courtesy: indiatoday

ଅହମ୍ମଦାବାଦ: ଆଇପିଏଲ୍‌ ୨୦୨୪ର ଏଲିମିନେଟର ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଅହମ୍ମଦାବାଦରେ ଖେଳାଯିବ । ଆଜି ରାତି ୭ଟା ୩୦ରେ ଖେଳ ଆରମ୍ଭ ହେବାକୁ ଥିବା ବେଳେ ଏବେ ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯେଉଥି ପାଇଁ ବେଙ୍ଗାଲୁରୁ ଟିମ୍‌ ମ୍ୟାଚ୍‌ ପୂର୍ବରୁ ନିଜର ପ୍ରାକ୍ଟିସ୍‌ ସେସନ ରଦ୍ଦ କରିଦେଇଛି । 

ବିରାଟ କୋହଲିଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ଆରସିବି ଟିମ୍‌ ଅଭ୍ୟାସ୍‌ କରିପାରି ନାହିଁ ।  ଏହା ସହ ଟିମ ପକ୍ଷରୁ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀ ମଧ୍ୟ ରଦ୍ଦ କରାଯାଇଛି । କିନ୍ତୁ ଏନେଇ କୌଣସି ଔପଚାରିକ ସୂଚନା ମିଳିପାରି ନାହିଁ । ସପଟେ ମିଳିଥିବା ସୂଚନା ଅନୁସାରେ, ଗୁଜରାଟ ପୋଲିସ ୪ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି ।  ସେମାନେ ସମସ୍ତେ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଜଡ଼ିତ ଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି । ତେବେ ବିରାଟ କୋହଲିଙ୍କ ସୁରକ୍ଷା ଦୃଷ୍ଟିରୁ ଆରସିବି ପ୍ରାକ୍ଟିସ୍‌ ସେସନ ରଦ୍ଦ କରିଛି ।

 ଆଜି ରାଜସ୍ଥାନ ଏବଂ ବେଙ୍ଗାଲୁରୁ ମଧ୍ୟରେ ନକଆଉଟ୍‌ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ରେ ଯେଉଁ ଟିମ୍‌ ବିଜୟୀ ହେବ ହାଇଦ୍ରାବାଦ ସହ ଖେଳିବ । ଯେଉଁ ଟିମ୍‌ ପରାସ୍ତ ହେବ ତାକୁ ଚଳିତ ଆଇପିଏଲରୁ ବିଦାୟ ନେବାକୁ ପଡ଼ିବ । ଏହା ପୂର୍ବରୁ ପ୍ରଥମ କ୍ବାଲିଫାଏର ମ୍ୟାଚ୍‌ରେ ହାଇଦ୍ରାବାଦକୁ ହରାଇ କୋଲକାତା ନାଇଟ୍‌ ରାଇଡର୍ସ ଆଇପିଏଲ ୨୦୨୪ରେ ଫାଇନାଲକୁ ପ୍ରବେଶ କରିସାରିଛି । 

 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.