ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫିକା ପଡ଼ିଲେ ମୁମ୍ବାଇ ବୋଲର, ଆଇପିଏଲ୍‌ ଇତିହାସରେ ସର୍ବାଧିକ ସ୍କୋର କଲା ହାଇଦ୍ରାବାଦ

ହାଇଦ୍ରାବାଦ:  ଆଇପିଏଲ ଇତିହାସରେ ସବୁଠୁ ବଡ଼ ସ୍କୋର କରିଛି ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍‌) । ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ) ବିପକ୍ଷରେ ଏସଆରଏଚ୍‌ ୨୦ ଓଭରରେ ୨୭୭ ରନ୍‌ କରିଛି । ମାତ୍ର ୩ ଓ୍ବିକେଟ ବିନିମୟରେ ଦଳ ବିଶାଳ ସ୍କୋର କରିପାରିଛି । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ମୁମ୍ବାଇ ସାମ୍ନାରେ ୨୮୮ ରନର ବିଜୟ ଲକ୍ଷ୍ୟ ରଖିଛି ହାଇଦ୍ରାବାଦ ।  

ଛକା-ଚୌକା ବର୍ଷାରେ ଉଛୁଳିଲା ହାଇଦ୍ରାବାଦର ରାଜୀବ ଗାନ୍ଧୀ ଷ୍ଟାଡିୟମ । ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟରଙ୍କ ଅବିଶ୍ଵସନୀୟ ବ୍ୟାଟିଂ। ଆଇପିଏଲ୍ ଇତିହାସରେ ସବୁଠୁ ବଡ଼ ସ୍କୋର। ନିର୍ଦ୍ଧାରିତ ଓଭରରେ ୩ ଓ୍ଵିକେଟ୍ ହରାଇ ଦଳ କରିଛି ୨୭୭ ରନ କରିଛି  । ହେନରିକ କ୍ଲାସେନ ୩୪ ବଲରୁ ଅପରାଜିତ ୮୦ ରନ, ଅଭିଷେକ ଶର୍ମା ୨୩ ବଲରୁ ୬୩ ରନ, ଟ୍ରେଭିସ୍ ହେଡ୍ ୨୪ ବଲରୁ ୬୨ ଓ ଆଡନ ମାରକ୍ରମ ଅପରାଜିତ  ୪୨ ରନ କରିଛନ୍ତି । 

୧୦ ବର୍ଷ ପୂର୍ବେ ଅର୍ଥାତ ୨୦୧୩ରେ ଆରସିବି, ସାହାରା ପୁଣେ ଓ୍ଵାରିୟର୍ସ ବିପକ୍ଷରେ ୫ ଓ୍ଵିକେଟ୍ ହରାଇ ୨୬୩ ରନ କରିଥିଲା। ଆଉ ଆଜିର ମ୍ୟାଚରେ ହାଇଦ୍ରାବାଦ ସବୁ ରେକର୍ଡ ଭାଙ୍ଗି ନିର୍ଦ୍ଧାରିତ ଓଭରରେ ୨୭୭ ରନ୍‌ କରିଛି । ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ ବିସ୍ଫେରକ ବ୍ୟାଟିଂ କରି କ୍ରିକେଟ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିପକାଇଛି । 

ଆଜି ହାଇଦ୍ରାବାଦ ବ୍ୟାଟରଙ୍କ ସାମ୍ନାରେ ଅସହାୟ ମଣିଥିଲେ ମୁମ୍ବାଇ ବୋଲର । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରେ ୪୬ ରନ୍‌ ଦେଇଥିବା ବେଳେ ଗୋଟିଏ ଓ୍ବିକେଟ ନେଇଛନ୍ତି । ଗେରାଲ୍ଡ କୁଏତଜୀ ସର୍ବାଧିକ ୫୭ ରନ୍‌ ଦେଇଥିବା ବେଳେ ଗୋଟିଏ ଓ୍ବିକେଟ ଅକ୍ତିଆର କରିଛନ୍ତି । ସେହିଭଳି ପିୟୁଷ ଚାଓ୍ବଲା ଏକମାତ୍ର ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି । ଫଳରେ ମାତ୍ର ୩ ଓ୍ବିକେଟ ହରାଇ ୨୭୭ ରନ୍‌ କରିଛି ହାଇଦ୍ରାବାଦ ।

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.