କଟକ, ୦୪/୧୧ : କଟକ ଛତ୍ରବଜାର ଅର୍ବାନ ହାଟ ବର୍ଜନ କଲେ ବ୍ୟବସାୟୀ। ସଠିକ୍ ସ୍ଥାନ ବଣ୍ଟନ ନହେବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏହା ସହ କୌଣସି ପ୍ରସ୍ତୁତି ନକରି ତରବରିଆ ଭାବେ ଅର୍ବାନ ହାଟକୁ ସ୍ଥାନାନ୍ତର ଯୋଗୁ ବ୍ୟବସାୟୀମାନେ ବିରୋଧ କରିଛନ୍ତି।
ସମସ୍ତ ପରିବା ବ୍ୟବସାୟୀ ବେପାର ବନ୍ଦ କରିଛନ୍ତି। ନିଷ୍ପତ୍ତି ନହେବା ଯାଏଁ ପୁରୁଣା ସ୍ଥାନରେ ବ୍ୟବସାୟ କରିବାକୁ ଜିଦ୍ ଧରିଛନ୍ତି। ଶତାଧିକ ବ୍ୟବସାୟୀମାନେ ଛତ୍ରବଜାର ଅଞ୍ଚଳରେ ଏକତ୍ରିତ ହୋଇ ହୋ ହାଲ୍ଲା କରିବା ସହ ପୁରୁଣା ସ୍ଥାନରେ ବସିବା ପାଇଁ ଜିଦ୍ ଧରିଛନ୍ତି। ଅନ୍ୟପଟେ ଘଟଣା ସ୍ଥଳରେ ଏନଫର୍ସ ମେଣ୍ଟ ଟିମ୍ ପହଞ୍ଚି ବ୍ୟବସାୟୀଙ୍କ ସହ ଆଲୋଚନା କରିଛି।