ପ୍ରମୂଖ ଖବର

ସପା ସାଂସଦ ଶାଫିକୁର ରହମାନ ବର୍କଙ୍କ ପରଲୋକ, ୯୪ ବର୍ଷ ବୟସରେ ନେଲେ ଶେଷ ନିଶ୍ବାସ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ୱଲ ଲୋକସଭା କ୍ଷେତ୍ରରୁ ସମାଜବାଦୀ ପାର୍ଟି ସାଂସଦ ଶାଫିକୁର ରହମାନ ବର୍କଙ୍କର ଆଜି (ମଙ୍ଗଳବାର) ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ଏହି କାରଣରୁ ତାଙ୍କୁ ମୁରାଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କିନ୍ତୁ ମଙ୍ଗଳବାର ସକାଳେ ତାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଥିଲା । ସୂଚନାଥାଉକି, ନିକଟରେ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଧ୍ୟ ତାଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ । କେବଳ ଏତିକି ନୁହେଁ, ଲୋକସଭା ନିର୍ବାଚନ ପାଇଁ ଦଳ ତାଙ୍କୁ ସମ୍ବଲ ଆସନରୁ ପ୍ରାର୍ଥୀ ମଧ୍ୟ କରିଥିଲା । 

ଯଦି ଆମେ ଶାଫିକୁର ରହମାନଙ୍କ ରାଜନୈତିକ କ୍ୟାରିୟର ବିଷୟରେ କଥାହେବା ତେବେ, ସେ ଚାରିଥର ବିଧାୟକ ଏବଂ ପାଞ୍ଚ ଥର ସାଂସଦ ଥିଲେ । ୧୯୯୬ ରେ ସମାଜବାଦୀ ପାର୍ଟି ଟିକେଟରେ ବୁର୍କ ପ୍ରଥମ ଥର ପାଇଁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । କେବଳ ଏତିକି ନୁହେଁ, ୨୦୧୪ ମସିହାରେ ବିଜେପି ଲହର ସମୟରେ ମଧ୍ୟ ଶଫିକୁର ରହମାନ ବର୍କ ନିଜ ଆସନ ରକ୍ଷା କରିବାରେ ସଫଳ ହୋଇଥିଲେ । ସେ ତାଙ୍କ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ । ଏହା ସହିତ ସେ ମୁସଲମାନ ମାନଙ୍କ ସ୍ୱାର୍ଥ ପାଇଁ ସର୍ବଦା ସ୍ୱର ଉତ୍ତୋଳନ କରୁଥିଲେ।



ସୂଚନାଥାଉକି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ସାଂସଦ ମାନଙ୍କ ମଧ୍ୟରେ ଶଫିକୁର ରହମାନ ବର୍କ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଥରେ ତାଙ୍କୁ ଗୃହରେ ପ୍ରଶଂସା କରିଥିଲେ, ଏହା ପରେ ପୁରା ଗୃହ କରତାଳି ଦେଇଥିଲା । 




News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.