ପ୍ରମୁଖ ଖବର
  • ମିଶନ ଶକ୍ତି ବଜାର ଶୁଭାରମ୍ଭ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ
  • ||
  • ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ
  • ||
  • ମଙ୍ଗଳବାର ୟୁପି ରାଜ୍ୟସଭା ନିର୍ବାଚନ, ବିଜେପିକୁ ସମର୍ଥନ କରିବେ ରାଜା ଭୈୟା
  • ||
  • ବିନିକାରୁ ଅପହୃତ ବ୍ୟବସାୟୀ ବୁର୍ଲାରୁ ଉଦ୍ଧାର, ପୁଲିସର ବ୍ଲକିଂ ଦେଖି ଗୋଲଗୁଣ୍ଡା ପାଖରେ ଛାଡ଼ି ଅପହର୍ତ୍ତା ଫେରାର
  • ||
  • ୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଉପସ୍ଥାପିତ ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ
  • ||
  • WPL-2024: ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ବିକେଟ୍ ବିଜୟୀ, ୟୁପି ୱାରିୟର୍ସର ଦ୍ୱିତୀୟ ପରାଜୟ
  • ||
  • ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌
  • ||
  • ଶନିବାର ବାରବାଟୀ ଷ୍ଟାଡିୟମ୍‌ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ, ୪୧ଟି କ୍ରିକେଟ୍‌ ଏକାଡେମୀ ହେବ ଲୋକାର୍ପଣ
  • ||
  • ଆସନ୍ତା ୩ ତାରିଖ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ୟୁକାଲିପଟ୍‌ସ ଗଛ ପାଇଁ ଗୁଳିମାଡ଼, ଅଭିନେତାଙ୍କ ଗୁଳିରେ ପଡ଼ୋଶୀ ମୃତ, ୩ ଆହତ

ଲକ୍ଷ୍ନୌ, ୦୭/୧୨: ଉତ୍ତରପ୍ରଦେଶ ବିଜନୋର୍ ପୋଲିସ ଜଣେ ଜଣାଶୁଣା ଟିଭି ଅଭିନେତାଙ୍କୁ ଗିରଫ କରିଛି । ଅଭିଯୋଗ ହେଉଛି ଅଭିନେତା ଜଣଙ୍କ ତାଙ୍କ ଜଣେ ପଡ଼ୋଶୀଙ୍କୁ ହତ୍ୟା କରିଛନ୍ତି । ଅଭିନେତାଙ୍କ ଗୁଳିମାଡ଼ରେ ଆହତ ହୋଇଛନ୍ତି ୩ ଜଣ ।

ରିପୋର୍ଟ ଅନୁସାରେ, ମାମଲାରେ ପୋଲିସ ଟେଲି ଅଭିନେତା ଭୁପିନ୍ଦର ସିଂଙ୍କୁ ଗିରଫ କରିଛି । ଲୋକପ୍ରିୟ ଟିଭି ଶୋ ୟେ ପ୍ୟାର ନା ହୋଗା କାମ ଏବଂ ମଧୁବାଳାରେ ଅଭିନୟ କରିଛନ୍ତି ଭୁପିନ୍ଦର । ତେବେ ତାଙ୍କ ଫାର୍ମରେ କିଛି ୟୁକାଲିପ୍ଟସ ଗଛ କାଟିବାକୁ ନେଇ ହୋଇଥିବା ବିବାଦ ଯୋଗୁଁ ଝଗଡ଼ା ଆରମ୍ଭ ହୋଇଥିଲା ।

ଆଉ ଝଗଡ଼ା ଏତେ ବଢ଼ି ଯାଇଥିଲା ଯେ, ଭୁପିନ୍ଦର ଓ ତାଙ୍କ ୩ ଜଣ ସହଯୋଗୀ ଗୁରଦୀପ ସିଂଙ୍କ ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିଲେ । ଝଗଡ଼ା ବେଳେ ଭୁପିନ୍ଦର ତାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ରେ ଗୁରଦୀପଙ୍କ ୨୨ ବର୍ଷୀୟ ପୁଅର ମୃତ୍ୟୁ ହୋଇଛି । ଗୁରଦୀପଙ୍କ ଆଉ ଜଣେ ପୁଅ ଓ ସ୍ତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କ ଚିକିତ୍ସା କରାଯାଉଛି ।

ବିଜନୋର୍ ପୋଲିସ ଭୁପିନ୍ଦରଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ ଏବଂ ଜାଣିଶୁଣି ହିଂସା ଆଦି ଆଇପିସି ଧାରା ଲାଗିଛି । ଭୁପିନ୍ଦରଙ୍କ ସହଯୋଗୀ ଜ୍ଞାନ ସିଂ, ଜୀବନ ସିଂ ଓ ଗୁରଜନ୍ତ ସିଂଙ୍କୁ ମଧ୍ୟ ପୋଲିସ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.