ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨ ଲକ୍ଷ ୬୦ ହଜାର କୋଟି ଟପିବ ବଜେଟ୍‌, ଚିଠା ବଜେଟ ପ୍ରସ୍ତାବକୁ ମନ୍ତ୍ରୀ ପରିଷଦର ଅନୁମୋଦନ

ଭୁବନେଶ୍ୱର,୦୪/୦୨: ରାଜ୍ୟ ବଜେଟ ଆକାର ବଢ଼ିବ । ବ୍ୟୟବରାଦ ପୂର୍ବ ବର୍ଷ ତୁଳନାରେ ପାଖାପାଖି ୧୨% ପର୍ଯ୍ୟନ୍ତ ବଢ଼ିପାରେ । ସୂତ୍ରରୁ ଜଣାପଡ଼ିଛି, ୨୦୨୪-୨୫ ଆର୍ଥିକ ବର୍ଷରେ  ବଜେଟ ବ୍ୟୟ ଅଟକଳ ୨ ଲକ୍ଷ ୬୦ ହଜାର କୋଟି ଟଙ୍କା ଟପିପାରେ । ଏ ସମ୍ପର୍କିତ କାମଚଳା ଚିଠା ବଜେଟ ପ୍ରସ୍ତାବକୁ ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦ ଅନୁମୋଦନ ଦେଇଛି । ଆସନ୍ତା ୮ ତାରିଖରେ ଅର୍ଥମନ୍ତ୍ରୀ ବିକ୍ରମ ଆରୁଖ ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିବେ । 

ଆଗକୁ ନିର୍ବାଚନ ଥିବାରୁ ପରମ୍ପରା ମୁତାବକ ସରକାର ପୂର୍ଣାଙ୍ଗ ବଜେଟ୍‌ ବଦଳରେ କାମଚଳା ବଜେଟ୍‌ ଉପସ୍ଥାପନ କରିବେ । ନିର୍ବାଚନ ପରେ ନୂଆ ସରକାର ପୂର୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । କାମଚଳା ବଜେଟରେ କାର୍ଯ୍ୟକ୍ରମ ଖର୍ଚ୍ଚ (ଯୋଜନା ବ୍ୟୟ) ପାଖାପାଖି  ଦେଢ଼ ଲକ୍ଷ କୋଟି ଟଙ୍କା ଛୁଇଁବ ବୋଲି ଅନୁମାନ କରାଯାଉଛି । ୨୦୨୩-୨୪  ବଜେଟରେ ମୋଟ ବ୍ୟୟ ଅଟକଳ ୨ ଲକ୍ଷ ୩୦ ହଜାର କୋଟି ଥିଲା । ଏଥିରୁ  କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ୧ ଲକ୍ଷ ୨୫ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ଥିଲା ।  

କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ବାବଦରେ ଓଡ଼ିଶା ଏଥର ୫୫ ହଜାର  କୋଟି ଟଙ୍କା ପାଇବ । ପାଖାପାଖି ୩୫ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ  ମିଳିପାରେ । ଏଣୁ କେନ୍ଦ୍ରୀୟ ସୂତ୍ରରୁ ପାଖାପାଖି ୯୦ ହଜାର କୋଟି ଟଙ୍କା ମିଳିବ ।  ପୂରା ଆର୍ଥିକ ବର୍ଷ ପାଇଁ ଆୟ ବ୍ୟୟ ପ୍ରସ୍ତାବ ଦେବା ସହିତ ସରକାର ୪ ମାସ  (ଜୁଲାଇ ଯାଏ) ପାଇଁ ଆବଶ୍ୟକ ଅର୍ଥ ଖର୍ଚ୍ଚ ପାଇଁ ବିଧାନସଭାର ଅନୁମତି ଲୋଡ଼ିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.