ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ମାଓବାଦୀ- ଯବାନ ଗୁଳି ବିନିମୟ : ଦୁଇ ମାଓବାଦୀ ମୃତ, ବନ୍ଧୁକ ଓ ବିସ୍ଫୋରକ ଜବତ

ମାଲକାନଗିରି,୫।୯(ଆପ୍ର): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ଚିନ୍ତାଗୁମ୍ଫା ଥାନା ସ୍ଥ ତାଡ଼ମେଟାଲ ଜଙ୍ଗଲ ରେ ଆଜି ମାଓବାଦୀ ଯବାନ ଙ୍କ ମଧ୍ୟରେ ଗୁଳିବିନିମୟ ଘଟି ଦୁଇଜଣ ହାର୍ଡକୋର ମାଓବାଦୀ ଙ୍କର ମୃତ୍ୟୁଘଟିଛି। ସେମାନଙ୍କ ଠାରୁ ବନ୍ଧୁକ ଓ  ଗୋଳାବାରୁଦ ପୁଲିସ ଜବତ କରିଛି।

 ସୀମାନ୍ତ ସୁକୁମା ଜିଲ୍ଲା ତାଡ଼ମେଟଲା ଜଙ୍ଗଲରେ ମାଓକ୍ୟାମ୍ପରୁ ଚାଲିଥିବାର ଖବର ପାଇ ସିଆରପିଏଫ ଓ ଡିଆରଜି ଯବାନ ମାନେ କୁମ୍ବିଂ ଅପରେସନ ରେ ସେହି ଜଙ୍ଗଲ କୁ ଯାଇଥିଲେ। ଜଙ୍ଗଲ ମଧ୍ୟରୁ ଯବାନ ମାନଙ୍କ ଉପରକୁ ମାଓବାଦୀ ମାନେ ଗୁଳି ଚଳାଇଥିଲେ। ତାର ପାଲଟା ଜବାବ ରେ ଯବାନ ମନେ ମଧ୍ୟ ଗୁଳିଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ଗୁଳିବିନିମୟ ହୋଇଥିଲା। ଯବାନ ଙ୍କୁ ମୁକାବିଲା କରିନପାରି ମାଓବାଦୀ ମାନେ ଜଙ୍ଗଲ ରେ ଛତ୍ର ଭଙ୍ଗ ଦେଇ ପଳାଇ ଥିଲେ। ପରେ ଯବାନ ମନେ ସର୍ଚ୍ଚ ଅପରେଶନ ବେଳେ ଜଙ୍ଗଲରୁ ଦୁଇଜଣ ହାର୍ଡକୋର ମାଓବାଦୀ ଙ୍କ ମୃତ ଶରୀର ସହିତ ବନ୍ଧୁକ,ପିସ୍ତଲ,ଗୋଳାବାରୁଦ ଓ ମାଓସମଗ୍ରୀ ଜବତ କରିଥିଲେ। ମୃତ ଦୁଇ ମାଓବାଦୀ ଙ୍କ  ପରିଚୟ ମିଳିଛି । ସେମାନେ ହେଲେ ଜାଗରକୋଣ୍ଡା ଏରିଆ କମିଟି ମେମ୍ବର ସୋଡି ଦେବା ଓ ରାବା ଦେବା । ସେମାନଙ୍କ ମୁଣ୍ଡଉପରେ ଏକ ଲକ୍ଷ ଟଙ୍କା ଲେଖା ପୁରସ୍କାର ରାଶି ଘୋଷିତ ହୋଇଥିଲା।  ଏହି ଗୁଳିବିନିମୟ ରେ ଅଧିକ ମାଓବାଦୀ ମୃତାହତ ହୋଇଥିବାର ସନ୍ଦେହ କରି ଯବାନ ମାନଙ୍କ ପକ୍ଷରୁ ସେହି ଜଙ୍ଗଲରେ ସର୍ଚ୍ଚ ଅପରେଶନ ଚାଲୁରହିଛି।

ଆହୁରି ପଢନ୍ତୁ : ଜିଲ୍ଲାସ୍ତରୀୟ ଗୁରୁଦିବସ ପାଳିତ, ୨୧ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ମାନିତ

Copyright © 2022 - Summa Real Media Private Limited. All Rights Reserved.