ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ: ୨୨ ମୃତ, ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ

ୱାଶିଂଟନ,୨୮/୦୫: ଆମେରିକାର ଟେକ୍ସାସ, ଓକଲାହୋମା, ଆର୍କାନସସ୍‌, ଇଲିନୟ, ମିସୋରୀ, ଟେନିସି, ଟେକ୍ସାସ ଓ କେଣ୍ଟକୀ ପ୍ରଦେଶରେ ଘୂର୍ଣ୍ଣିଝଡ ତାଣ୍ଡବ ସୃଷ୍ଟି କରିଛି । ପ୍ରବଳ ପବନ ସହ  ବର୍ଷା ଓ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କର  ମୃତ୍ୟୁ ଘଟିଥିଲା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ୧୦ କୋଟି ଲୋକ ପ୍ରଭାବିତ ହୋଇଛନ୍ତି ।  ୨୦୦ରୁ ଅଧିକ ଘର ଭାଙ୍ଗି ଯାଇଥିଲା ବେଳେ ବିଦ୍ୟୁତ ସଂଯୋଗ ଓ ଗ୍ୟାସ୍‌ ଲାଇନ କ୍ଷତିଗ୍ରସ୍ତ ହୋଇଛି ।  କେତେକ ଇନ୍ଧନ ଷ୍ଟେସନ ମଧ୍ୟ ବ୍ୟାପକ ଭାବେ  ନଷ୍ଟ ହୋଇଯାଇଛି । 

ଇଲିନୟ, କେଣ୍ଟକୀ, ମିସୋରୀ  ଓ ଟେନିସି ସହର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ।  ଏଠାରେ ବେସ୍‌ ବଲ୍‌ ଆକାରରେ କୁଆପଥର  ମାଡ଼ ହୋଇଥିଲା । ଘଣ୍ଟା ପ୍ରତି ୧୩୫ ରୁ ୧୬୫  କିମି. ବେଗରେ ପବନ ବହିଥିଲା । ଯାହାଫଳରେ  ବ୍ୟାପକ କ୍ଷୟକ୍ଷତି ଘଟିଛି । ଲୋକମାନେ ଭୟଭୀତ  ଅବସ୍ଥାରେ ରହିଛନ୍ତି । ଘଟଣା ସମ୍ପର୍କରେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅବଗତ କରାଯାଇଛି । ସେ  ପରିସ୍ଥିତି ଉପରେ ନଜର ରଖିବା ସହ ରିଲିଫ ଓ  ଉଦ୍ଧାରକାରୀ ଦଳକୁ ପ୍ରଭାବିତ ଅଞ୍ଚଳକୁ ପଠାଇଛନ୍ତି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.