ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାର୍ ଭିତରୁ ମିଳିଲା ୩ ଅର୍ଦ୍ଧ ଦଗ୍ଧ ମୃତଦେହ, ଟଙ୍କା ପାଇଁ ହତ୍ୟା ସନ୍ଦେହ

ବେଙ୍ଗଲୁରୁ, ୨୪/୦୩: କାର୍ ଭିତରୁ ୩ ଜଣଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ମିଳିଛି । କର୍ଣ୍ଣାଟକର ଟୁମାକୁରୁ ଜିଲ୍ଲା ବେଲ୍ଟହାଙ୍ଗଡ଼ି ଅଞ୍ଚଳରୁ ମରଶରୀର ମିଳିଥିବା ବେଳେ ଟଙ୍କା ପାଇଁ ବିଭତ୍ସ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ ।

ଟୁମାକୁରୁ ପୋଲିସ ଅଧୀକ୍ଷକ ଅଶୋକ କେ ଭି କହିଛନ୍ତି, ତଦନ୍ତକାରୀ ଟିମକୁ ହତ୍ୟାକାରୀଙ୍କ ବାବଦରେ ପ୍ରମାଣ ମିଳିଛି । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଧରିବାରେ ଟିମ୍ ସଫଳ ହେବ ବୋଲି କହିଛନ୍ତି ଏସପି । ଟୁମାକୁରୁ ସହର ଉକଣ୍ଠରେ ଥିବା କୁଚାଙ୍ଗି ଗାଁ ନିକଟ ନାଳ କଡ଼ରେ ଥିବା କାରରୁ ୩ ଜଣଙ୍କ ମୃତଦେହ ମିଳିଛି ।

୩ ଜଣଙ୍କ ସହ ଦୁର୍ବୃତ୍ତ କାରରେ ନିଆଁ ଲଗାଇ ଦେଇଥିବା ପୋଲିସ ସନ୍ଦେହ କରୁଛି । ମୃତକ ମାଙ୍ଗାଲୁରୁ ଜିଲ୍ଲାର । ହତ୍ୟାକାଣ୍ଡରେ ସାମିଲ୍ ଅଭିଯୁକ୍ତଙ୍କୁ ନେଇ ପୋଲିସକୁ ସୁରାକ୍ ମିଳିଛି । ଟଙ୍କା ଦେଣନେଣକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ।

ଫରେନସିକ୍ ରିପୋର୍ଟ କହୁଛି, ୩ ଜଣଙ୍କୁ ଅନ୍ୟତ୍ର ହତ୍ୟା କରାଯାଇ ସେମାନଙ୍କ ମରଶରୀରକୁ ଟୁମାକୁରୁ ଆଣି ଜାଳି ଦିଆ ଯାଇଛି । ପୋଲିସର ଅନ୍ୟ ସୂତ୍ର ଅନୁସାରେ, ସୁନା ଗହଣା କ୍ରୟ ପାଇଁ ମୃତକ ଟଙ୍କା ନେଇ ଆସିଥିବା ବେଳେ ଏହି ହତ୍ୟାକାଣ୍ଡ ଘଟିଛି ।

ତେବେ ସୁନା ବିକ୍ରି ପାଇଁ ଆସିଥିବା ଅଭିଯୁକ୍ତ ହତ୍ୟା କରିବା ସହ ଟଙ୍କା ଲୁଟି ନେଇ ଯାଇ କାର୍ ସହ ସେମାନଙ୍କୁ ଜୀବନ୍ତ ଜାଳି ଦେଇଥିବା ସନ୍ଦେହ କରାଯାଉଛି । ପୋଲିସ ଅନୁସାରେ, ଏହି ହତ୍ୟାକାଣ୍ଡରେ ପ୍ରାୟ ୬ ଜଣଙ୍କ ସମ୍ପୃକ୍ତି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.