ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା, ଗୋଟିଏ ଟ୍ରାକରେ ପରସ୍ପରକୁ ଧକ୍କା ଦେଲେ ସାବରମତି ଏକ୍ସପ୍ରେସ୍ ଓ ମାଲଗାଡ଼ି

ନୂଆଦିଲ୍ଲୀ, ୧୮/୦୩: ଭାରତୀୟ ରେଳବାଇର ପିଛା ଛାଡ଼ୁନି ଦୁର୍ଘଟଣା । ବିଳମ୍ବିତ ରାତିରେ ରାଜସ୍ଥାନର ଆଜମେରରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଛି । ଆଜମେରର ମଦର ରେଲୱେ ଷ୍ଟେସନ ନିକଟରେ ସାବରମତି ସୁପରଫାଷ୍ଟ ଟ୍ରେନର ଇଞ୍ଜିନ୍ ସହ ୪ଟି କୋଚ୍ ଟ୍ରାକରୁ ଓଲଟି ପଡ଼ିଛି । ରାତି ପ୍ରାୟ ଗୋଟାଏ ସମୟରେ ଘଟିଛି ଏ ଦୁର୍ଘଟଣା ।

ରେଲୱେ ଅଧିକାରୀଙ୍କ ଅନୁସାରେ, ସାବରମତି-ଆଗ୍ରା ସୁପରଫାଷ୍ଟ ଟ୍ରେନର ଇଞ୍ଜିନ୍ ସହ ୪ଟି କୋଚ୍ ରେଳ ଧାରଣାରୁ ବାହାରି ଯାଇଛି । ରାତି ଗୋଟାଏ ସମୟରେ ସାବରମତି ଏକ୍ସପ୍ରେସ୍ ଓ ମାଲଗାଡ଼ି ମଧ୍ୟରେ ଟକ୍କର ହୋଇଥିଲା । ୨ଟି ଯାକ ଟ୍ରେନ୍ ଗୋଟିଏ ଟ୍ରାକରେ ଥିବାରୁ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି ।

ସୌଭାଗ୍ୟର କଥା ଏତେ ବଡ଼ ଦୁର୍ଘଟଣାରେ କୌଣସି ଜୀବନ ହାନି ହୋଇ ନାହିଁ । ସାବରମତି ଏକ୍ସପ୍ରେସ୍ ଯାଉଥିବା ଲାଇନରେ ମାଲଗାଡ଼ି ଥିବା ଦେଖି ଲୋକୋ ପାଇଲଟ୍ ତୁରନ୍ତ ଜରୁରୀକାଳୀନ ବ୍ରେକ୍ ଲଗାଇଥିଲେ । ତଥାପି ମାଲଗାଡ଼ିକୁ ଧକ୍କା ଦେଇଥିଲା ସାବରମତି ଏକ୍ସପ୍ରେସ୍ । ଦୁର୍ଘଟଣା ସମୟରେ ଟ୍ରେନରେ ହଜାରେରୁ ଅଧିକ ଯାତ୍ରୀ ଥିଲେ ।

ମାଲଗାଡ଼ିକୁ ଧକ୍କା ଦେବା ପରେ ସାବରମତି ଏକ୍ସପ୍ରେସର ଇଞ୍ଜିନ୍ ସହ ୪ଟି ବଗି ଟ୍ରାକରୁ ବାହାରି ଯାଇଥିଲା । ଟ୍ରାକ୍ ନିକଟରେ ଥିବା ବିଦ୍ୟୁତ୍ ଖୁଣ୍ଟ ବି ଭାଙ୍ଗି ଯାଇଛି । ଦୁର୍ଘଟଣା ପରେ ରେଲୱ ଅଧିକାରୀ ଓ ଉଦ୍ଧାରକାରୀ ଦଳ ପହଞ୍ଚି ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଥିଲେ । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ନେଇ ଏବେ ସୁଦ୍ଧା କୌଣସି ଖବର ଆସି ନାହିଁ ।

ଯାତ୍ରୀଙ୍କ କହିବା ଅନୁସାରେ, ସାବରମତି ଏକ୍ସପ୍ରେସ୍ ରାତି ପ୍ରାୟ ୧୨ଟା ୫୫ରେ ଆଜମେର ରେଲୱେ ଷ୍ଟେସନ ଛାଡ଼ିଥିଲା । ଆଜମେର ଷ୍ଟେସନ ଛାଡ଼ିବାର କିଛି ମିନିଟ୍ ପରେ ଘଟିଥିଲା ଦୁର୍ଘଟଣା । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଯାତ୍ରୀଙ୍କୁ ଆଜମେର ଜଙ୍କସନକୁ ଅନ୍ୟ କୋଚରେ ନିଆ ଯାଇଛି । କିଭଳି ଓ କେଉଁ ପରିସ୍ଥିତିରେ ଏତେ ବଡ଼ ଦୁର୍ଘଟଣା ହେଲା ତାର ତଦନ୍ତ କରୁଛି ରେଳବାଇ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.