ପ୍ରମୁଖ ଖବର
  • ମିଜୋରାମରେ ମତଗଣନା ଆରମ୍ଭ, ୧୭୪ ପ୍ରାର୍ଥୀଙ୍କ ଖୋଲିବ ଭାଗ୍ୟ
  • ||
  • ସୋମବାରଠୁ ସଂସଦର ଶୀତ ଅଧିବେଶନ, ୨୨ ତାରିଖ ଯାଏଁ ଚାଲିବ: ୨୧ଟି ବିଧେୟକ ଉପରେ ହେବ ଆଲୋଚନା
  • ||
  • ଭୁବନେଶ୍ୱର: ୫ରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା ‘ମିଗଜାଉଁ’: ରାଜ୍ୟରେ ଆଜି ପ୍ରବଳ, ୫ରେ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||

ଲୋକସଭାରେ ବଢ଼ିବ ୭୮ ଆସନ, ସମାନୁପାତିକ ବ୍ୟବସ୍ଥା ଉପରେ ଚାଲିଛି ବିଚାର ବିମର୍ଶ

ନୂଆଦିଲ୍ଲୀ,୨୧/୧୧: ଦେଶରେ ଲୋକସଭା ଆସନକୁ ନେଇ ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ଆସନ୍ତା ୨୦୨୬ରୁ ଆରମ୍ଭ  ହେବ । ଫଳରେ ୨୦୨୯ ସାଧାରଣ ନିର୍ବାଚନ ବେଳକୁ ପ୍ରାୟ  ୭୮ଟି ଲୋକସଭା ଆସନ ବଢ଼ିବା ସମ୍ଭାବନା ରହିଛି । ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ହେଉଛି ଜନସଂଖ୍ୟା ଆଧାରରେ ସଂସଦୀୟ ଓ ବିଧାନସଭା ନିର୍ବାଚନମଣ୍ଡଳୀର ସୀମା ସାନି ନିର୍ଦ୍ଧାରଣ କରିବା । ସଂସଦୀୟ ହେଉ କି ବିଧାନସଭା କ୍ଷେତ୍ର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ସମାନ ସଂଖ୍ୟକ ଭୋଟର ରହିବେ ।

ବିହାରରେ ଲାଗୁହେଲା ୭୫ ପ୍ରତିଶତ ସଂରକ୍ଷଣ

ଉତ୍ତର ଭାରତର କେତେକ ରାଜ୍ୟରେ ଜନସଂଖ୍ୟା ହାର  ଦକ୍ଷିଣ ରାଜ୍ୟ ତୁଳନାରେ ଅଧିକ ରହିଛି । ତେଣୁ ଜନସଂଖ୍ୟା  ଆଧାରରେ ସୀମା ପୁନଃନିର୍ଦ୍ଧାରଣ ହେଲେ ଉତ୍ତର ଭାରତର  ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ବଢ଼ିବ ଓ ଦକ୍ଷିଣରେ  ଆସନ ସଂଖ୍ୟା ହ୍ରାସ ପାଇବ । ଏହି କାରଣରୁ ଦକ୍ଷିଣ ରାଜ୍ୟଗୁଡିକ  ଜନସଂଖ୍ୟା ଆଧାରରେ ଆସନ ସଂଖ୍ୟା ଧାର୍ଯ୍ୟ କରିବା ପ୍ରକ୍ରିୟାକୁ  ବିରୋଧ କରୁଛନ୍ତି । ତେଣୁ ସରକାର ସମାନୁପାତିକ ଆଧାରରେ  ସୀମା ପୁନଃନିର୍ଦ୍ଧାରଣ କରିବା ଲାଗି ଯୋଜନା କରୁଛନ୍ତି । ଆସନ  ବଢ଼ାଇବାକୁ ଜନସଂଖ୍ୟାକୁ ଏକମାତ୍ର ମାପକାଠି ଭାବେ ଗ୍ରହଣ  କରାଯିବ ନାହିଁ । ଫଳରେ ଉତ୍ତର ଭାରତର ରାଜ୍ୟମାନଙ୍କରେ  ଯେତିକି ଆସନ ବଢ଼ିବ ସମାନ ଅନୁପାତରେ ଜନସଂଖ୍ୟା ନିୟନ୍ତ୍ରଣ  କରୁଥିବା ଦକ୍ଷିଣ ଭାରତର ରାଜ୍ୟମାନଙ୍କରେ ମଧ୍ୟ ସେତିକି ଆସନ  ବୃଦ୍ଧି ପାଇବ । ଏଭଳି ହେଲେ ଗୋଟିଏ ଲୋକସଭା ଆସନରେ ୨୦  ଲକ୍ଷ ଜନସଂଖ୍ୟାରେ ଜଣେ ସାଂସଦ ରହିବେ ଏବଂ ଅନ୍ୟ କୌଣସି  ଆସନରେ ୧୦-୧୨ ଲକ୍ଷ ଜନସଂଖ୍ୟାରେ ଜଣେ ସାଂସଦ ରହିବେ । 

BYJU’sକୁ ଝଟ୍‌କା, ବିଦେଶି ଫଣ୍ଡିଂ ମାମଲାରେ ୯ ହଜାର କୋଟି ଦେବାକୁ ଇଡିର ନିର୍ଦ୍ଦେଶ

ସୂଚନା ଅନୁସାରେ ୨୦୨୫ ସୁଦ୍ଧା ଜନସଂଖ୍ୟା ତଥ୍ୟକୁ ଯଦି  ବିଚାରକୁ ନିଆଯିବ ତେବେ ଉତ୍ତରପ୍ରଦେଶ ଭଳି ରାଜ୍ୟରେ  ସର୍ବାଧିକ ୧୪, ବିହାରରେ ୧୧, ଛତିଶଗଡରେ ୧, ମଧ୍ୟପ୍ରଦେଶରେ  ୫, ଝାଡଖଣ୍ଡରେ ୧, ହରିଆଣାରେ ୨, ରାଜସ୍ଥାନରେ ୭ ଓ  ମହାରାଷ୍ଟ୍ରରେ ୨ଟି ଲୋକସଭା ଆସନ ବୃଦ୍ଧି ପାଇବ । ତାମିଲନାଡୁରେ  ୯, କେରଳରେ ୬, କର୍ଣ୍ଣାଟକରେ ୨, ଆନ୍ଧ୍ରପ୍ରଦେଶରେ ୫,  ତେଲଙ୍ଗାନାରେ ୨, ଓଡ଼ିଶାରେ ୩ ଓ ଗୁଜରାଟରେ ୬ ଲୋକସଭା  ଆସନ ହ୍ରାସ ପାଇବା ସମ୍ଭାବନା ରହିଛି । ତେଣୁ ସରକାର  ସମାନୁପାତିକ ବ୍ୟବସ୍ଥା ଅନୁସାରେ ଲୋକସଭା ଆସନ ସଂଖ୍ୟା  ସ୍ଥିର କରିବା ଉପରେ ବିଚାର କରୁଛନ୍ତି । ଉଦାହରଣ ସ୍ୱରୂପ  ତାମିଲନାଡୁ-ପଣ୍ଡିଚେରୀରେ ବର୍ତ୍ତମାନ ଲୋକସଭା ଆସନ ସଂଖ୍ୟା  ହେଉଛି ୪୦ । ୟୁପି ଲୋକସଭା ଆସନ ସଂଖ୍ୟା ୮୦ । ୟୁପିରେ  ୧୪ ଆସନ ବଢ଼ିଲେ ଏହାର ଅଧା ଆସନ ଥିବା ତାମିଲନାଡୁ- ପୁଡୁଚେରୀରେ ମଧ୍ୟ ଅଧା ଅର୍ଥାତ ୭ଟି ଆସନ ବଢ଼ିପାରିବ ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.