ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାନ୍ସରେ ବାଜି ମାରିଲା ପାୟଲ କାପାଡ଼ିଆଙ୍କ ଫିଲ୍ମ, ‘ଅଲ୍‌ ୱି ଇମାଜିନ୍‌ ଆଜ୍‌ ଲାଇଟ୍‌’କୁ ୮ ମିନିଟ୍‌ର ଷ୍ଟାଣ୍ଡିଂ ଓଭେସନ୍‌

ନୂଆଦିଲ୍ଲୀ ୨୫/୦୫: ଚଳିତ କାନ୍‌ ଚଳଚ୍ଚିତ୍ର ମହୋତ୍ସବରେ ବାଜିମାତ୍‌ କରିଛି ପାୟଲ କାପାଡ଼ିଆଙ୍କ ଫିଲ୍ମ ‘ଅଲ୍‌ ୱି ଇମାଜିନ୍‌ ଆଜ୍‌ ଲାଇଟ୍‌’ । ଗତ ଗୁରୁବାର ରାତିରେ କାନ୍‌ ୱର୍ଲଡ୍‌ ପ୍ରିମିୟରରେ ଏହା ଅନ୍ତର୍ଜାତୀୟ ସମୀକ୍ଷକଙ୍କ ମନ ଜିଣିଛି । ଫିଲ୍ମ ଶେଷରେ ଉପସ୍ଥିତ ଦର୍ଶକଙ୍କ ତରଫରୁ ୮ ମିନିଟ୍‌ର ଷ୍ଟାଣ୍ଡିଂ ଓଭେସନ୍‌ ମିଳିଛି । କାନ୍‌ ମହୋତ୍ସବର ଚଳିତ ଅଧିବେଶନର ଏହା ସର୍ବାଧିକ ସମୟ ଷ୍ଟାଣ୍ଡିଂ ଓଭେସନ୍‌ । 




ସୂଚନାଯୋଗ୍ୟ, ଗତ ୩୦ ବର୍ଷରେ କାନ୍‌ର ସମ୍ମାନାସ୍ପଦ ‘ପାମ୍‌ ଡି’ଅର୍‌’ ବିଭାଗ ପାଇଁ ପ୍ରତିଯୋଗିତା କରୁଥିବା ପ୍ରଥମ ଫିଲ୍ମ ହେଉଛି ‘ଅଲ୍‌ ୱି ଇମାଜିନ୍‌ ଆଜ୍‌ ଲାଇଟ୍‌’ । ଏହି ବିଭାଗରେ ହେଭିୱେଟ୍‌ ୟୁରୋପୀୟ ଫିଲ୍ମମେକର୍‌ ଜ୍ୟାକ୍ୟୁସ ଅଡିଆର୍ଡ ଓ ୟୋର୍ଗସ ଲାନ୍‌ଥିମୋସ, ଆମେରିକୀୟ ଲେଖକ ଡେଭିଡ୍‌ କ୍ରନେନ୍‌ବର୍ଗ ଓ ପଲ୍‌ ସ୍କ୍ରାଡର ଏବଂ ଏସିଆର ଜିୟା ଝାଙ୍ଗକେଙ୍କ ସହ ପାୟଲ ପ୍ରତିଯୋଗିତା କରୁଛନ୍ତି । ପୁରସ୍କାର ପାଇବାଠୁ ଅନ୍ତର୍ଜାତୀୟ ସମୀକ୍ଷକଙ୍କ ଦ୍ୱାରା ପ୍ରଶଂସିତ ହେବା ଫିଲ୍ମ ପାଇଁ ବଡ଼ ଉପଲବ୍ଧି । ଦ ଗାର୍ଡିଆନ୍‌ର ପିଟର ବ୍ରାଡ୍‌ଶୟ ସତେଜତା ଓ ଭାବନାତ୍ମକ ସ୍ପଷ୍ଟତା ପାଇଁ ଫିଲ୍ମକୁ ଖୁବ୍‌ ପ୍ରଶଂସା କରିଛନ୍ତି । ପାୟଲଙ୍କ କାହାଣୀ ବର୍ଣ୍ଣନାଶୈଳୀକୁ ସତ୍ୟଜିତ ରାୟଙ୍କ କ୍ଲାସିକ୍‌ ଫିଲ୍ମ ସହ ସେ ତୁଳନା କରିଛନ୍ତି । ‘ଅଲ୍‌ ୱି ଇମାଜିନ୍‌ ଆଜ୍‌ ଲାଇଟ୍‌’ର ପ୍ରଦର୍ଶନ ପୂର୍ବରୁ ଏହାର ସମସ୍ତ କଳାକାର ରେଡ୍‌ କାର୍ପେଟ୍‌ର ଶୋଭା ବଢ଼ାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.