ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

ଛୋଟ ସହରରେ ନିଯୁକ୍ତି ୮ ଗୁଣା ବୃଦ୍ଧି, ତାଲିକାରେ ଭୁବନେଶ୍ୱର ସାମିଲ୍‌

ନୂଆଦିଲ୍ଲୀ, ୨୫।୫: ଦେଶରେ ଶିଳ୍ପାୟନ ଏବଂ ଅଭିବୃଦ୍ଧି କେବଳ ବଡ଼ ସହର ମଧ୍ୟରେ ସୀମିତ ହୋଇ ନାହିଁ । ଟିୟର ୨ ଓ ୩ ସହରଗୁଡିକ ମଧ୍ୟ ଏହି ଧାରାରେ ସାମିଲ ହୋଇଛନ୍ତି । ଏବେ ଛୋଟ ସହରରେ ବଢ଼ିଛି ନିଯୁକ୍ତି ସୁଯୋଗ । ଏସବୁ ସହରଗୁଡିକରେ ନିଯୁକ୍ତି ସୁଯୋଗ ୩ ରୁ ୮ ଗୁଣା ବୃଦ୍ଧି ପାଇଛି । ତାଲିକାରେ ସାମିଲ ହୋଇଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର । ନିଯୁକ୍ତି ସୁଯୋଗ ଯୋଗୁ ଲୋକେ ଛୋଟ ସହରଗୁଡିକୁ ମଧ୍ୟ କାମ କରିବାକୁ ଅଗ୍ରାଧିକାର ଦେଉଛନ୍ତି । କମ୍ପାନି ସ୍ଥାପନ କରିବାକୁ ଛୋଟ ସହରରେ ଅପେକ୍ଷାକୃତ କମ୍‌ ମୂଲ୍ୟରେ ଜମି ମିଳୁଛି । ସେହିଭଳି ଅପେକ୍ଷାକୃତ କମ୍‌ ମୂଲ୍ୟରେ ଦକ୍ଷ ମାନବସମ୍ବଳ ପାଉଛନ୍ତି କମ୍ପାନି । ଫଳରେ କମ୍ପାନି ପରିଚାଳନା କମ୍‌ ରହୁଥିବା ଇଟି ପକ୍ଷରୁ ଏକ ଅଧ୍ୟୟନରେ କୁହାଯାଇଛି । ନିଯୁକ୍ତି ଏଜେନ୍ସି ଏକ୍ସଫେନୋ ଇଟିକୁ ଦେଇଥିବା ସୁଚନା ମୁତାବକ, ଲୋକପ୍ରିୟ ନିଯୁକ୍ତି ସାଇଟ୍‌ଗୁଡିକ ସେମାନଙ୍କ ପୋର୍ଟାଲରେ ଟିୟର ୨ ଓ ୩ ସହର ପାଇଁ ଦେଇଥିବା ବ୍ୟବସ୍ଥିତ ନିଯୁକ୍ତି ସଂଖ୍ୟା ଗତ ବର୍ଷ ତୁଳନାରେ ୪୧% ବଢ଼ିଛି । ୨୦୨୧ରେ ଏ କ୍ଷେତ୍ରରେ ସ୍ଥିତି ଭଲ ଥିଲା । 

ତେବେ ଏହା ପରଠାରୁ ସ୍ଥିତି ପ୍ରଭାବିତ ହୋଇଥିଲା । ମାତ୍ର ଭୁବନେଶ୍ୱର, ଡେରାଡୁନ, ସୋଲାପୁର ଏବଂ ମହୀଶୂର ଭଳି ସହରଗୁଡିକରେ ଗତ ବର୍ଷ ତୁଳନାରେ ନିଯୁକ୍ତି ୩ରୁ ୮ ଗୁଣ ବଢ଼ିଛି । ବଡ଼ କମ୍ପାନିଗୁଡିକ ଏବେ ସେମାନଙ୍କ ବେସ୍‌କୁ ଛୋଟ ସହରକୁ ଦ୍ରୁତ ମାତ୍ରାରେ ସମ୍ପ୍ରସାରଣ କରୁଛନ୍ତି । ନିଯୁକ୍ତି ପ୍ରଦାନ କରୁଥିବା କମ୍ପାନି ମଧ୍ୟରେ ବଜାଜ ଫିନ୍‌ସର୍ଭ, ଆଇବିଏମ୍‌, ଆକ୍ସେଞ୍ଚର, ଇନ୍‌ଫୋସିସ, ଜେନପ୍ୟାକ୍ଟ, ଭୋଡାଫୋନ, ଆଇଡିଆ, ଏୟାରଟେଲ, ଇନ୍‌ଫୋସିସ୍‌ ପିବିଏମ୍‌, ଆଇଡିଏଫ୍‌ସି ଫାଷ୍ଟ ବ୍ୟାଙ୍କ ଏବଂ ଏଚ୍‌ଡିଏଫ୍‌ସି ସାମିଲ ରହିଛି । ବାହାରେ ବଡ଼ କମ୍ପାନିରେ କାର୍ଯ୍ୟ ଅଭିଜ୍ଞତା ଥିବା ଲୋକେ କେବଳ ଏହି କମ୍ପାନିଗୁଡିକରେ କାମ ପାଉନାହାନ୍ତି । ସ୍ଥାନୀୟ ଲୋକଙ୍କୁ ମଧ୍ୟ ବିଭିନ୍ନ ବର୍ଗରେ ନିଯୁକ୍ତି ମିଳିପାରୁଛି । ଆଇବିଏମ୍‌ ଇଣ୍ଡିଆର ଦକ୍ଷିଣ ଏସିଆର ମାନବ ସମ୍ବଳ ବିଭାଗ ମୁଖ୍ୟ ଥିରୁକୁମାରନ ନାଗରାଜନ କହିଛନ୍ତି, ଏବେ ଛୋଟ ସହରରେ କାର୍ଯ୍ୟାଳୟ ସ୍ଥାପନ ସହ ସେହି ସ୍ଥାନର ପ୍ରତିଭାଙ୍କୁ ନିଯୁକ୍ତି ପ୍ରଦାନ ଉପରେ ଫୋକସ କରାଯାଉଛି । 

ଭୁବନେଶ୍ୱର ସମେତ ଗାନ୍ଧିନଗର, କୋଚି, ମହୀଶୂର ଏବଂ କୋଏମ୍ବାଟୁର ଭଳି ସ୍ଥାନଗୁଡିକରେ ଅଫିସ ସ୍ଥାପନ କରାଯାଇଛି । ଘର ପାଖରେ ରହି ବଡ଼ କମ୍ପାନିରେ କାମ କରିବାକୁ ଲୋକଙ୍କଠାରୁ ଢ଼େର ପରିମାଣର ଆବେଦନ ମିଳୁଛି । ଘର ପାଖରେ ରହି କାମ କରିବା ଦ୍ୱାରା ନିଜ କାମ ଏବଂ ଜୀବନ ମଧ୍ୟରେ କର୍ମଚାରୀ ସନ୍ତୁଳନ ରକ୍ଷା କରିପାରୁଛନ୍ତି ବୋଲି ଶ୍ରୀ ନାଗରାଜନ ଉଲ୍ଲେଖ କରିଛନ୍ତି । ବଜାର ବିଶେଷଜ୍ଞ କୁହନ୍ତି, ଏବେ ବିଭିନ୍ନ ରାଜ୍ୟ ଆଇଟି ପାର୍କ ସହ ଅନ୍ୟ ଶିଳ୍ପ ପାଇଁ ଭିତ୍ତିଭୂମି ନିଜ ଉଦ୍ୟମରେ ପ୍ରସ୍ତୁତ କରୁଛନ୍ତି । ଏହା ଦ୍ୱାରା ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେଉଛି । କୋଭିଡ ପରେ ଲୋକେ ଘରୁ କାମ କରିବା ଯୋଗୁ ଏହା ପରବର୍ତ୍ତୀ ସମୟରେ ନିଜ ସହରରେ କାମ କରିବାକୁ ପ୍ରୋତ୍ସାହିତ କରିଛି । 

ସେହିଭଳି ବଡ଼ ସହରରେ ଜୀବନ ଧାରଣ ପାଇଁ ଅଧିକ ଖର୍ଚ୍ଚ ହେଉଛି । ଏକ୍ସଫେନୋର ଶ୍ରମଶକ୍ତି ଗବେଷଣା ମୁଖ୍ୟ ପ୍ରସାଦ ଏମ୍‌ଏସ୍‌ କୁହନ୍ତି, ବଡ଼ ସହରରେ ଅଧିକ ଲୋକ ରହିବା କାରଣରୁ ଏହା ପରିବହନ ସହ ଅନ୍ୟ ଭିତ୍ତିଭୂମି ଉପରେ ବଡ଼ ପ୍ରଭାବ ପକାଉଛି । ବଡ଼ ସହରର ଖର୍ଚ୍ଚ ମଧ୍ୟ ଅଧିକ ରହୁଛି । ଫଳରେ ଲୋକେ ଘର ପାଖରେ ନିଯୁକ୍ତି ପାଇଲେ ତୁରନ୍ତ ବଡ଼ ସହର ଛାଡି ଦେଉଛନ୍ତି । ଏହାକୁ ଦେଖିଲେ ଛୋଟ ସହର ଆକର୍ଷଣ ପାଲଟୁଛି । କମ୍ପାନିଗୁଡିକ ଛୋଟ ସହର ଆସିବାକୁ ରାଜ୍ୟ ସରକାର ମଧ୍ୟ ପ୍ରୋତ୍ସାହିତ କରୁଛନ୍ତି । ପ୍ରତିଭା ପରିଚାଳନା ପ୍ଲାଟ୍‌ଫର୍ମ ଫାଉଣ୍ଡ୍‌ଇଟର ସିଇଓ ଶେଖର ଗରିସା କହିଛନ୍ତି, ପରିଚାଳନା ଖର୍ଚ୍ଚ କମ୍‌ ଯୋଗୁ କମ୍ପାନି ଏବେ ଛୋଟ ସହର ମୁହାଁ । ଟେକ୍ନୋଲୋଜି ଅଗ୍ରଗତି ଯୋଗୁ ବ୍ୟବସାୟ ବିକେନ୍ଦ୍ରୀକରଣ ଧାରା ଏବେ ତ୍ୱରାନ୍ୱିତ ହୋଇଛି । ଫଳରେ ଛୋଟ ସହରରୁ ବିଶ୍ୱସ୍ତରୀୟ କ୍ଲାଏଣ୍ଟଙ୍କୁ ମଧ୍ୟ ସେବା ଯୋଗାଇବା କମ୍ପାନିଙ୍କ ଲାଗି ସହଜ ହୋଇଛି । ଆଇଟି, ଆଇଟିଇଏସ୍‌, ବ୍ୟାଙ୍କିଙ୍ଗ, ଆର୍ôଥକ ସେବା ଏବଂ ବୀମା (ବିଏଫ୍‌ଏସ୍‌ଆଇ) ଓ ରିଟେଲ ଭଳି କମ୍ପାନି ଏବେ ଛୋଟ ସହରକୁ ବେଶି ଗୁରୁତ୍ୱ ଦେଉଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.