କାବୁଲ : ନିଜର ପଡୋଶୀ ଦେଶ ପାକିସ୍ତାନୀ ଠାରୁ ସବୁ ସଂପର୍କ ତୁଟାଇବାକୁ ଆଫଗାନିସ୍ତାନ ବଡ଼ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଉଭୟ ଦେଶ ମଧ୍ୟରେ ସୀମାରେ ଜାରି ସଂଘର୍ଷ ମଧ୍ୟରେ ଏବେ ଆଫଗାନିସ୍ତାନ ପାକିସ୍ତାନର କରେନ୍ସି ଉପରେ ବି ବ୍ୟାନ ଲଗେଇବାକୁ ପ୍ରସ୍ତୁତିରେ ଲାଗି ପଡ଼ିଛି। ଖାମା ପ୍ରେସ୍ର ରିପୋର୍ଟ ଅନୁସାରେ , ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଆଫଗାନିସ୍ତାନ ଗତ ସପ୍ତାହରୁ ଦେଶର ଦକ୍ଷିଣ-ପଶ୍ଚିମୀ ଅଞ୍ଚଳରେ ଆଫଗାନୀ ମୁଦ୍ରାକୁ ପ୍ରସାର କରିବା ଆରମ୍ଭ କରି ଦେଇଛି। ଏବେ ଖୁବ୍ ଶୀଘ୍ର ପାକିସ୍ତାନୀ ମୁଦ୍ରା (କରେନ୍ସି)ର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାର ସମ୍ଭାବନା ରହିଛି। ଆଫଗାନିସ୍ତାନର ସେଣ୍ଟ୍ରାଲ ବ୍ୟାଙ୍କ୍ ଦେଶର ଦକ୍ଷିଣ-ପଶ୍ଚିମୀ ପ୍ରାନ୍ତର ନିବାସୀଙ୍କୁ ପାକିସ୍ତାନୀ ମୁଦ୍ରାର ବ୍ୟବହାର କରି ନିଜର ବାଣିଜ୍ୟିକ ନେଣଦେଣ ବନ୍ଦ କରିବାର ନିର୍ଦ୍ଦେଶ ଦେଇଛି। ବ୍ୟାଙ୍କ ଲୋକଙ୍କୁ ଏକ ସମୟ ସୀମା ଦେଇଛି।
ଲୋକଙ୍କୁ ଆଫଗାନୀ ମୁଦ୍ରାର ବ୍ୟବହାର କରି ନିଜର ବାଣିଜ୍ୟିକ ନେଣଦେଣ କରିବାକୁ ଅଢେଇ ମାସର ସମୟ ଦିଆ ଯାଇଛି । ବ୍ୟାଙ୍କ୍ ଲୋକଙ୍କୁ କହିଛି , ସେ ବିଦେଶୀ ମୁଦ୍ରାର ବ୍ୟବହାରକୁ ନିବୃତ୍ତ ରୁହନ୍ତୁ। ରିପୋର୍ଟ ଅନୁସାରେ , ତାଲିବାନ ସରକାର କନ୍ଧାର , ଉରୁଜଗନ , ହେଲମନ୍ଦ , ଜାବୁଲ ଓ ଡାୟକୁଣ୍ଡି ପ୍ରାନ୍ତର ନିବାସୀଙ୍କୁ ବିଶେଷ ଭାବେ ଚେତାବନୀ ଦେଇଛି। ତାଙ୍କୁ କେବଳ ରାଷ୍ଟ୍ରୀୟ ମୁଦ୍ରା ମାଧ୍ୟମରେ ବ୍ୟାପାର ନେଣଦେଣ କରିବାକୁ କୁହାଯାଇଛି । ସେଣ୍ଟ୍ରାଲ ବ୍ୟାଙ୍କର ଘୋଷଣା ଅନୁସାରେ , ଦିଆଯାଇ ଥିବା ତାରିଖ ପରେ , ଅନ୍ୟ ମୁଦ୍ରା ଗୁଡ଼ିକ ସହ ସବୁ ନେଣଦେଣ ବେଆଇନ ମନେକରାଯିବ। ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯିବ।
ଏହି ସମୟରେ ପାକିସ୍ତାନ ତୋରଖମ କ୍ରସିଂକୁ ବନ୍ଦ କରିଦେଇଛି। ଏହାକୁ ନେଇ ଆଫଗାନିସ୍ତାନରେ ବିରୋଧ ପ୍ରଦର୍ଶନ ହେଉଛି ଏବଂ ବାରମ୍ୱାର ୫ମ ଦିନରେ ମଧ୍ୟ ସଂଘର୍ଷ ଜାରି ରହିଛି। ପ୍ରଦର୍ଶନକାରୀଙ୍କ ଅନୁସାରେ , ଫଳ ଓ ପରିବା ସିଜନରେ ପାକିସ୍ତାନ ନିୟମିତ ଭାବେ ବାହାନା କରି ତୋରଖମ ସୀମାକୁ ବନ୍ଦ କରି ଦେଉଛି। ରିପୋର୍ଟ ଅନୁସାରେ , ଲୋକମାନେ ଆଫଗାନ ଓ ପାକିସ୍ତାନୀ ଅଧିକାରୀଙ୍କୁ ରାଜନୈତିକ ପ୍ରକ୍ରିୟାରେ ନିଜର ରାଜନୀତିକ ମକଭେଦକୁ ସମାଧାନ କରିବାକୁ ଅନୁରୋଧ କରିଛନ୍ତି।